କନକବ୍ୟୁରୋ: କୋଲକାତା ରେପ୍‌ ମର୍ଡର କେସ୍‌ରେ ଆଜି ସୁପ୍ରିମକୋର୍ଟରେ ଦ୍ୱିତୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ ସିବିଆଇ। ଯାଞ୍ଚକୁ ନେଇ ଗତ ୯ ସେପ୍ଟେମ୍ବରରେ ପ୍ରଥମ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା । ସେତେବେଳେ ଜଣା ପଡିଥିଲା ଯେ, ମାମଲା ସହ ଜଡିତ ଅନେକ ଦସ୍ତାବିଜ୍ ଗାଏବ ହୋଇ ଯାଇଛି। ସେତେବେଳେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏହାସହ ପଶ୍ଚିମବଙ୍ଗ ସରକାରଙ୍କୁ ଗାଏବ ହୋଇଥିବା ଦସ୍ତାବିଜକୁ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସିବିଆଇର ପ୍ରଥମ ଷ୍ଟାଟସ୍ ରିପୋର୍ଟରେ କୁହାଯାଇଥିଲା ଯେ, ଘଟଣା ଦିନର କେବଳ ୨୭ ମିନିଟ୍‌ର ସିସିଟିଭି ରିପୋର୍ଟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର ।  ପଶ୍ଚିମବଙ୍ଗ ସରକାର ମହିଳା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାର ଯାଞ୍ଚ ସିଏଫଏସ୍‌ଏଲ୍‌ରେ କରାଇଥିଲେ । ମାତ୍ର ସିବିଆଇ ସାମ୍ପଲ ଗୁଡିକର ଯାଞ୍ଚ ଏମ୍ସ ଓ ଅନ୍ୟ ଫରେନ୍‌ସିକ୍ ଲ୍ୟାବରେ କରାଇଥିଲେ ।

ପରେ ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରି ତଦନ୍ତ କରୁଛି ସିବିଆଇ । ଆଜି ସିବିଆଇର ଦ୍ୱିତୀୟ ରିପୋର୍ଟରେ ଆହୁରି କିଛି ଖୁଲାସା ହୋଇପାରେ । ସେପଟେ, ଆନ୍ଦୋଳନରୁ ଓହରିବାକୁ ସୁପ୍ରିମକୋର୍ଟଙ୍କ ତାଗିଦ ସତ୍ବେ ଏବେ ବି ଜାରି ରହିଛି ଟ୍ରେନିଂ ଡାକ୍ତରଙ୍କ ଧାରଣା