କନକ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ଏବେ ପାଲଟିଛି କୋକେନ ଚାଲାଣର ଗଡ଼ । ପୁଣିଥରେ ଦିଲ୍ଲୀରୁ ଜବତ ହୋଇଛି ୨ ଶହ କେଜିର କୋକେନ । ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ । ଦିଲ୍ଲୀ ପୁଲିସ୍ର ସ୍ପେଶାଲ ସେଲ୍ ରମେଶ ନଗର ଅଞ୍ଚଳରେ ଥିବା ଏକ ନମକିନ୍ ଗୋଦାମରୁ ଏତେ ପରିମାଣର କୋକେନକୁ ଜବତ କରିଛି । ଯେଉଁ କାର୍ରେ ଏହି କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍ ଲାଗିଥିଲା । ସ୍ପେଶାଲ ସେଲ ଜିପିଏସ୍କୁ ଟ୍ରାକ କରି ଅପରେସନ ଆରମ୍ଭ କରିଥିଲା । କାର୍ଟି ଗୋଦାମ ନିକଟରୁ ମିଳିବା ପରେ ପୁଲିସ୍ ୨ ହଜାର କୋଟିର କୋକେନ ଜବତ କରିଛି । ପୂର୍ବରୁ ଅକ୍ଟୋବର ୨ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ସ୍ଥିତ ଗୋଟିଏ ଗୋଦାମରୁ ୫ ହଜାର ୬୨୦ କୋଟି ଟଙ୍କାର କୋକେନ ଓ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା । ୫୬୦ କେଜି କୋକେନ ଓ ୪୦ କେଜି ଗଞ୍ଜେଇ ଦିଲ୍ଲୀ ପହଞ୍ଚିବା ପଛରେ ଯେଉଁ ସିଣ୍ଡିକେଟ କାମ କରୁଥିଲା, ସେମାନଙ୍କ ଲିଙ୍କରେ ଜବତ ହୋଇଥିବା ୨ ହଜାର କୋଟି ଟଙ୍କାର କୋକେନ ସହ ରହିଛି ।
ଦିଲ୍ଲୀ ପାଲଟିଛି କୋକେନ୍ ଚାଲାଣର ଗଡ଼ । ନମକିନ୍ ପ୍ୟାକେଟରୁ କୋକେନ୍ ଜବତ ।
ରାଜଧାନୀ ଦିଲ୍ଲୀ ପାଲଟିଛି କୋକେନ୍ ଚାଲାଣର ଗଡ଼ । ନମକିନ୍ ପ୍ୟାକେଟରୁ ଜବତ ହେଲା ୨୦୦ କେଜିର କୋକେନ୍ । କାରରେ ଚାଲାଣ ବେଳେ ଜିପିଏସ୍ ଦ୍ୱାରା ଧରିଲା ପୋଲିସ । ଯେଉଁ କାର୍ରେ ଏହି କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍ ଲାଗିଥିଲା । ସ୍ପେଶାଲ ସେଲ ଜିପିଏସ୍କୁ ଟ୍ରାକ କରି ଅପରେସନ ଆରମ୍ଭ କରିଥିଲା ।