Photograph: (kanak news)
କନକ ବ୍ୟୁରୋ: ଖଣି ଚୋରାଚାଲାଣର ହବ୍ ପାଲଟିଛି କୋଇଡା । ଖଣି ଓ ଅଫିମ ମାଫିଆଙ୍କୁ ସୁରକ୍ଷା ଦେଉଛି ବନବିଭାଗ । ସନ୍ଦେହ ଘେରରେ ରେଞ୍ଜର, ଫରେଷ୍ଟର ସିକ୍ୟୁରିଟିଙ୍କ ଭୁମିକା। ଦିବାଲୋକରେ ଜେସିବି ଓ ଟ୍ରକ୍ ଲଗାଇ ଚାଲିଛି ବେଧଡ଼କ ଖଣିଚୋରି । କୋଇଡା ଖଣି ଅଞ୍ଚଳ ରେ ବିଗତ ଦୁଇ ତିନି ବର୍ଷ ଧରି ଅନବରତ ଲୌହ ପଥର ଏବଂ ମାଙ୍ଗାନିଜ ପଥର ଲୁଟ୍ ଜୋର୍ ଧରିଛି । ସଂରକ୍ଷିତ ଜଙ୍ଗଲରେ ବନ୍ଦ ପଡ଼ିଥିବା ଖଣି, ଚାଲୁ ରହିଥିବା ଖଣିରୁ ମଧ୍ୟ ଡୁପ୍ଲିକେଟ୍ ଟ୍ରାଞ୍ଜିଟ ପରମିଟ୍ ଜରିଆରେ ଶହ ଶହ କୋଟି ଟଙ୍କାର ଖଣିଜ ପଥର ଲୁଟ୍ ଚାଲିଥିବା ଅଭିଯୋଗ କରାଯାଉଛି ।
ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ କରାଯାଉଥିଲେ ମଧ୍ୟ ଖଣିଜ ପଦାର୍ଥ ଚୋରି ରୋକିବାରେ ବନ ବିଭାଗ ଫେଲ୍ ମାରିଛି । ଚୋରା ଚାଲାଣ ଉପରେ ରୋକ୍ ଲଗାଇବାରେ ପରିଶ୍ରମ ଜାରି ରଖିଥିବା ଖଣି ବିଭାଗ ର ଦୁଇଟି ଚିଠି ପରେ ବନ ବିଭାଗର ପୋଲ ଖୋଲିଛି । ବନ ବିଭାଗର କିଛି ଅଧିକାରୀ ମାଫିଆଙ୍କ ସହ ସୁସମ୍ପର୍କ ରଖି ଖଣିଚୋରିକୁ ପ୍ରୋତ୍ସାହିତ କରୁଥିବା ସନ୍ଦେହ କରାଯାଉଛି । କେବେ ଏଭଳି ବେଆଇନ ଖଣିଚୋରି ଉପରେ ବିହିତ କାର୍ୟ୍ୟାନୁଷ୍ଠାନ ନିଆଯାଉଛି ଅପେକ୍ଷା ।
ଆହୁରି ପଢ଼ନ୍ତୁ:ଉପାନ୍ତରେ ଆବାସ ଉପହାସ : ନିର୍ମାଣ କରିସାରିଛି, ହିତାଧିକାରୀଙ୍କୁ ମିଳିନାହିଁ
Follow Us