କନକ ବ୍ୟୁରୋ : ପକ୍କା ରାସ୍ତା ଅଭାବରୁ ବିଛିନ୍ନ ଦୁଇ ପଞ୍ଚାୟତ । ଆସିପାରୁନି ଆମ୍ବୁଲାନ୍ସ, କାନ୍ଧ ଖଟିଆରେ ବୁହା ହୁଅନ୍ତି ରୋଗୀ । ଆଶା ଦିଦିଙ୍କ ପାଇଁ ଗର୍ଭବତୀଙ୍କୁ ନେବା ହେଲାଣି ଅସମ୍ଭବ । କୋଇଡା ବ୍ଲକ୍ ରେ ପକ୍କା ରାସ୍ତା ଖଣ୍ଡିଏ ନାହିଁ । ଜିଲ୍ଲା ଖଣିଜ ପାଣ୍ଠି ବ୍ୟୟ ଅଟକଳରେ ହଜାର ହଜାର କୋଟିର ପ୍ରକଳ୍ପ ଚିତ୍ର ଦେଖାଉଛନ୍ତି ଜିଲ୍ଲା ପ୍ରଶାସନ । ସିଧାସଳଖ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳରେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଖର୍ଚ୍ଚ କରିବାର ନିୟମ ରହିଛି । ହେଲେ ୨୦୧୫ ମସିହାରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କାର୍ଯ୍ୟକାରୀ ହେଲାଣି ହେଲେ ନା ଶିକ୍ଷାର ବିକାଶ ହେଲା ନା ଘରେ ଘରେ ପାନୀୟଜଳ ପହଞ୍ଚିଲା ନା ଗମନାଗମନର ସୁବିଧା । ପକ୍କା ରାସ୍ତା ଅଭାବରୁ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ବି ମୁସ୍କିଲ ହୋଇପଡିଛି । ଗ୍ରାମବାସୀ ମାନେ ବହୁବାର ସରପଞ୍ଚ ଓ ବିଡିଓ ଙ୍କୁ ଅଭିଯୋଗ କରି ଆସୁଛନ୍ତି । ହେଲେ କେବଳ ପ୍ରତିଶ୍ରୁତିରେ ସରିଯାଇଛି କାମ ।
କୋଇଡ଼ା ବ୍ଲକର ଦୁଃଖ ଖାଲଖମା ଓ କାଦୁଅ ଭର୍ତ୍ତି ରାସ୍ତା, ଦୁଇ ପପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ, ଅଭିଯୋଗ କଲେ ପ୍ରତିଶ୍ରୁତିରେ ସରିଯାଉଛି କାମ
ଜିଲ୍ଲା ଖଣିଜ ପାଣ୍ଠି ବ୍ୟୟ ଅଟକଳରେ ହଜାର ହଜାର କୋଟିର ପ୍ରକଳ୍ପ ଚିତ୍ର ଦେଖାଉଛନ୍ତି ଜିଲ୍ଲା ପ୍ରଶାସନ । ସିଧାସଳଖ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳରେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଖର୍ଚ୍ଚ କରିବାର ନିୟମ ରହିଛି ।
/kanak/media/media_files/2025/09/21/18-2025-09-21-18-25-33.jpg)