କନକ ବ୍ୟୁରୋ :କୋହଲିଙ୍କୁ କାହିଁକି କିଙ୍ଗ୍ କୋହଲି କୁହାଯାଏ, ତାହା ସେ ପୁଣି ଥରେ ପ୍ରମାଣିତ କରିଦେଖାଇଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ପୁଣି ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ପାକିସ୍ତାନ ବିପକ୍ଷରେ ଯେତେବେଳେ ବି ମ୍ୟାଚ୍ ହୁଏ, ବିରାଟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥାନ୍ତି । ଚାମ୍ପିଅନ୍ସ ଟ୍ରଫିର ଏହି ମ୍ୟାଚରେ ତାଙ୍କର ଅପରାଜିତ ଶତକ ପୁଣି ଥରେ ସେ କଥାରେ ମୋହର ମାରିଛି। ପ୍ରଥମରୁ ଜଗି ରଖି ବ୍ୟାଟିଂ ଆରମ୍ଭ କରିଥିଲେ କୋହଲି। ଗୋଟିଏ ପଟେ ଖୁଣ୍ଟ ପରି ପାରିକୁ ସମ୍ଭାଳିଥିଲେ। ୧୧୧ଟି ବଲରୁ ୭ଟି ଚୌକା ସହ ଶତକ ପୂରଣ କରି ଅପରାଜିତ ରହିଛନ୍ତି। ଦିନିକିଆରେ କୋହଲିଙ୍କର ଏହା ୫୧ତମ ଶତକ । ସେହିପରି ଅନ୍ତର୍ଜତୀୟ କ୍ରିକେଟରେ ତିନିଟି ଯାକ ଫର୍ମାଟରେ ୮୨ଟି ଶତକ । 
କ୍ରମାଗତ ବିଜୟ ସହ ସେମିରେ ପ୍ରବେଶ
ବିରାଟ କୋହଲିଙ୍କ ଶତକ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧ ଶତକ
ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ୍‌
ସଚିନ ଓ ଆଝାରଙ୍କ ରେକର୍ଡ ଭାଙ୍ଗିଲେ
ଦିନିକିଆରେ ସବୁଠୁ ଅଧିକ କ୍ୟାଚ ନେବାରେ କୋହଲି ପ୍ରଥମ ଭାରତୀୟ
ଦିନିକିଆରେ କୋହଲିଙ୍କ ନାଁରେ ରହିଛି ୧୫୮ କ୍ୟାଚ୍‌
ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ଥିଲା ଏହି ରେକର୍ଡ
ଦିନିକିଆରେ ୧୫୬ କ୍ୟାଚ୍‌ ନେଇଥିଲେ ଆଝାରୁଦ୍ଦିନ
ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇଲେ
ଦ୍ରୁତତମ ୧୪ ହଜାର ରନ ପୂରା କରିବାରେ କୋହଲି ପ୍ରଥମ
ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୦୦ ୱିକେଟ ପୂର୍ଣ୍ଣ
୨୮୭ ପାଳି ଖେଳି ୧୪ହଜାର ରନ କରିଛନ୍ତି କୋହଲି
ସଚିନଙ୍କୁ ଏଥିପାଇଁ ଖେଳିବାକୁ ପଡ଼ିଥିଲା ୩୫୦ ମ୍ୟାଚ୍‌
୩୦୦ ଅନ୍ତର୍ଜାତୀୟ ୱିକେଟ ନେଲେ କୁଲଦୀପ ଯାଦବ
ହାଦ୍ଦିକ ପାଣ୍ଡ୍ୟାଙ୍କ ୨୦୦ ଅନ୍ତର୍ଜାତୀୟ ୱିକେଟ ପୂର୍ଣ୍ଣ । 
 

Advertisment