ଆଜିଠୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ । ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ଭାରତ

ଆଜିଠାରୁ ଆରମ୍ଭ ହେବ ଭାରତ-ବଂଲାଦେଶ ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଜିତି ସିରିଜରେ ୧-୦ରୁ ଆଗୁଆ ରହିଛି ଭାରତ । ଦ୍ବିତୀୟ ଟେଷ୍ଟ ଜିତିଲେ ଭାରତ ସିରିଜ ମୂଳପୋଛ କରିବ । ତେବେ ଆଜି କୋହଲି କରି ପାରନ୍ତି ଆଉ ଏକ ବିରାଟ ରେକର୍ଡ ।

13ନ

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଜିତି ସିରିଜରେ ୧-୦ରୁ ଆଗୁଆ ରହିଛି ଭାରତ । ଦ୍ବିତୀୟ ଟେଷ୍ଟ ଜିତିଲେ ଭାରତ ସିରିଜ ମୂଳପୋଛ କରିବ । ତେବେ ଆଜି କୋହଲି କରି ପାରନ୍ତି ଆଉ ଏକ ବିରାଟ ରେକର୍ଡ । ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟରେ ହାସଲ କରିପାରନ୍ତି ଏହି ରେକର୍ଡ । ଯଦି ବିରାଟ ଏହି ରେକର୍ଡ ହାସଲ କରୁଛନ୍ତି । ତେବେ ସଚ୍ଚିନ ତେନ୍ଦୁଲକର ପଛରେ ପକାଇବେ ବିରାଟ କୋହଲି । ବର୍ତ୍ତମାନ ସୁଦ୍ଧା ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ୨୬ ହଜାର ୯୬୫ ରନ୍‌ ହାସଲ କରିଛନ୍ତି । ଯେଉଁଥିରେ ଟେଷ୍ଟ କ୍ରିକେଟରେ ୮୮୭୧ ରନ୍‌, ଦିନିକିଆରେ ୧୩୯୦୬ ରନ୍‌, ଟି-୨୦ରେ କ୍ରିକେଟ୍‌ରେ ୪୧୮୮ ରନ୍‌ ରହିଛି । ତେବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୭ ହଜାର ରନ୍‌ ପୂରଣ କରିବାକୁ ବିରାଟଙ୍କୁ ଆଉ ୩୫ ରନ୍‌ ଆବଶ୍ୟକ ରହିଛି । ଯଦି କାନପୁରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ବିରାଟ ଏହି ରନ୍‌ ହାସଲ କରିଦେଉଛନ୍ତି, ତେବେ ବିରାଟ କୋହଲି କମ୍‌ ଇନିଂସରେ ଏତେ ରନ୍‌ ସଂଗ୍ରହ କରିବାରେ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ତେନ୍ଦୁଲକରଙ୍କୁ ୨୭ ହଜାର ରନ୍‌ ପୂରଣ ପାଇଁ ୬୨୩ ଇନିଂସ ଲାଗିଥିଲା । ହେଲେ ବିରାଟ କୋହଲି ଏବେ ସୁଦ୍ଧା ୬୯୩ ଇନିଂସରେ ୨୬୯୬୫ ରନ୍‌ ସଂଗ୍ରହ କରିଛନ୍ତି ।

ରେକର୍ଡ କରିବେ ବିରାଟ
ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ ବିରାଟ କୋହଲି
ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୭ ହଜାର ରନର ରେକର୍ଡ ଲକ୍ଷ୍ୟ
କମ୍‌ ଇନିଂସରେ ଏତେ ରନ୍‌ ସଂଗ୍ରହ କରିବାରେ ହେବ ନୂଆ ରେକର୍ଡ
୬୯୩ ଇନିଂସରେ ୨୬୯୬୫ ରନ୍‌ ସଂଗ୍ରହ କରିଛନ୍ତି ବିରାଟ
ତେନ୍ଦୁଲକରଙ୍କୁ ୨୭ ହଜାର ରନ୍‌ ପୂରଣ ପାଇଁ ୬୨୩ ଇନିଂସ ଖେଳିଥିଲେ
୨୭ ହଜାର ରନ୍‌ ପୂରଣ କରିବାକୁ ବିରାଟଙ୍କୁ ଆଉ ୩୫ ରନ୍‌ ଆବଶ୍ୟକ
କାନପୁର ଟେଷ୍ଟ ମ୍ୟାଚରେ ବିରାଟଙ୍କ ପାଇଁ ବଡ଼ ସୁଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe