କନକ ବ୍ୟୁରୋ : ପ୍ରଥମେ ଜାଣନ୍ତୁ ଆଜିର ତିଥି ଓ ପର୍ବଦିବସ ବିଷୟରେ । ଆଜି ଫାଲ୍ଗୁନ କୃଷ୍ଣ ୬ଷ୍ଠୀ ରାତ୍ରି ୨:୫୪:୩୭ ଗତେ ୭ମୀ ତିଥି। କନ୍ୟା ଚନ୍ଦ୍ର ଦିବା ୧:୨୨ ଗତେ ତୁଳା ଚନ୍ଦ୍ର। ଚିତ୍ରା ରାତ୍ରି ୨:୨୯:୦୦ ଗତେ ସ୍ବାତୀ ନକ୍ଷତ୍ର। ଆଜିର ନିଷିଦ୍ଧ ଖାଦ୍ୟ: ନିମ୍ବ ରାତ୍ରି ୦୨:୫୪:୩୭ ଗତେ ତାଳ।
.....................
ମେଷ: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ। ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ। ଦିବା ୦୧ା୨୨ ଗତେ ସୁଖସମ୍ପଦ ଲାଭ ହେବ। ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି। ଯାନବାହନରେ ସୁଖ ପାଇବେ। ନୂତନ ପୋଷାକ କ୍ରୟ କରିପାରନ୍ତି। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ।
.....................
ବୃଷ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ। ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ। ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ। ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ। ଦିବା ୦୧ା୨୨ ଗତେ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ। ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ।
.....................
ମିଥୁନ: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ। ଦିବା ୦୧ା୨୨ ଗତେ ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ। ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ। ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ। ଅଯଥା ଭାବପ୍ରବଣତାରୁ ଦୂରରେ ରହନ୍ତୁ।
.....................
କର୍କଟ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ। ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ। ଦିବା ୦୧ା୨୨ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ।
.....................
ସିଂହ: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଅପମାନଜନକ ପରିସ୍ଥିତି ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ। ଦିବା ୦୧ା୨୨ ଗତେ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ। ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ।
.....................
କନ୍ୟା: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଦିବା ୦୧ା୨୨ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଅପମାନଜନକ ପରିସ୍ଥିତି ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଆର୍ଥିକ କାରବାରରେ ତଥା ଅନ୍ୟ ସହ କଥାବର୍ତ୍ତା ସମୟରେ ସତର୍କତା ଅବଲମ୍ବନୀୟ।
.....................
ତୁଳା: ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁର ରହିବ। ପରିବେଶ ସହ ଖାପ ଖୁଆଇ ଚଳନ୍ତୁ। ଦିବା ୦୧ା୨୨ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦୃଷ୍ଟିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।
.....................
ବିଛା: ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ। ଦିବା ୦୧ା୨୨ ଗତେ ଦୂରଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଯାନବାହନରେ କିମ୍ବା ମେଡିକାଲରେ ଅଧିକ ଖର୍ଚ୍ଚ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଦାମ୍ପତ୍ୟ ଜୀବନ ମଧୁର ରହିବ। ପରିବେଶ ସହ ଖାପ ଖୁଆଇ ଚଳନ୍ତୁ।
.....................
ଧନୁ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି। ଦିବା ୦୧ା୨୨ ଗତେ ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ।
.....................
ମକର: ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ନ କରିବା ଭଲ। ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଦିବା ୦୧ା୨୨ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି।
.....................
କୁମ୍ଭ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ। ଦିବା ୦୧ା୨୨ ଗତେ ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ନ କରିବା ଭଲ। ପେଟର ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ।
.....................
ମୀନ: ସୁଖସମ୍ପଦ ଲାଭ ହେବ। ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି। ଯାନବାହନରେ ସୁଖ ପାଇବେ। ନୂତନ ପୋଷାକ କ୍ରୟ କରିପାରନ୍ତି। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ। ଦିବା ୦୧ା୨୨ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଜରୁରୀ କାମ ନ ଥିଲେ ବାହାରକୁ ନ ଯିବା ଏବଂ ଯଥାସମ୍ଭବ ମୌନବ୍ରତ ଅବଲମ୍ବନ କରିବା ଭଲ।
.....................
ଦିନ ଆରମ୍ଭ ଆଗରୁ ଜାଣିନିଅନ୍ତୁ ଆଜି ଦିନର ରାଶିଫଳ....
ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ
/kanak/media/media_files/2026/02/07/46-2026-02-07-07-11-57.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)