କନକ ବ୍ୟୁରୋ: ୦୧-୧୦-୨୫ ବୁଧବାର
ଶ୍ରୀଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟାବାରିଧି (ମୋ- ୭୦୦୮୯୬୦୫୦୨)
ତିଥି ଓ ପର୍ବଦିବସ: ଅଦ୍ୟ ଆଶ୍ୱିନ ଶୁକ୍ଳ ୯ମୀ ସନ୍ଧ୍ୟା ୭:୦୧:୨୯ ଗତେ ୧୦ମୀ ତିଥି । ଧନୁ ଚନ୍ଦ୍ର ଦିବା ୨:୨୬ ଗତେ ମକର ଚନ୍ଦ୍ର । ପୂର୍ବାଷାଢ଼ା ଦିବା ୮:୦୫:୨୮ ଗତେ ଉରାଷାଢ଼ା ନକ୍ଷତ୍ର। ପୀଠେ ବିଶ୍ରାମ ପୂଜା, ମୃଣ୍ମୟୀ ଦେବୀଙ୍କ ମହାନବମୀ, ଦିବା ୦୨ା୨୬ ଗତେ ଶରଣ, ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ, ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ । ଆଜିର ନିଷିଦ୍ଧ ଖାଦ୍ୟ: ଲାଉ ସନ୍ଧ୍ୟା ୦୭:୦୧:୨୯ ଗତେ କଳମଶାଗ ।
ମେଷ: ଉଦାସ ଉଦାସ ଲାଗିବ। ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଦିବା ୦୨ା୨୬ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି।
ବୃଷ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । ଦିବା ୦୨ା୨୬ ଗତେ ଉଦାସ ଉଦାସ ଲାଗିବ। ଅସୁସ୍ଥତା, ମାନସିକ ଅବସାଦ, ଆବଦ୍ଧ ଯୋଗ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ ।
ମିଥୁନ: ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି । ଯାନବାହନରେ ସୁଖ ପାଇବେ। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ। ଦିବା ୦୨ା୨୬ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ । ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ । କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ ।
କର୍କଟ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ । ଦିବା ୦୨ା୨୬ ଗତେ ସୁଖସମ୍ପଦ ଲାଭ ହେବ । ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି ଯାନବାହନରେ ସୁଖ ପାଇବେ। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ନିଜର କୃତିତ୍ବ ପାଇଁ ସମ୍ମାନିତ ହେବେ ।
ସିଂହ: ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଦିବା ୦୨ା୨୬ ଗତେ ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ବ୍ୟବସାୟ-ବାଣିଜ୍ୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ଉପଯୁକ୍ତ ମର୍ଯ୍ୟାଦା ମିଳିବ । ପରିଶ୍ରମର ମନୋବାଞ୍ଛିତ ଫଳ ମିଳିବ ।
କନ୍ୟା: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । କଥାରେ ଖିଲାପ କରନ୍ତୁ ନାହିଁ। ଦିବା ୦୨ା୨୬ ଗତେ ଦୁଃଖ, ଯାତନା ସହ ମାନସିକ ଉଦ୍ବେଗ ଦେଖାଦେଇପାରେ । ଦୀନତା, ରୋଗ, ଶୋକ, ଘେରିଧରିବ । ଯାତ୍ରାରେ ଓ କାର୍ଯ୍ୟରେ ବିଘ୍ନ ଉପୁଜିବ । ନୂତନ କାର୍ଯ୍ୟରେ ହାତ ନ ଦେଇ ପୁରାତନ କାର୍ଯ୍ୟକୁ ନିଷ୍ଠାର ସହ ସମ୍ପାଦନ କରନ୍ତୁ । ଇଷ୍ଟ ମନନଶୀଳ ରହନ୍ତୁ, ସବୁ ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
ତୁଳା: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ। ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ । ଦିବା ୦୨ା୨୬ ଗତେ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ । ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ । କିନ୍ତୁ ଯେଉଁ କାମର ଦାୟିତ୍ବ ନେଇଛନ୍ତି ତାକୁ ନିଷ୍ଠାର ସହ କରନ୍ତୁ ଏବଂ ଆପଣଙ୍କ ଉପରୁ ଲୋକଙ୍କ ଭରସା ତୁଟିବାକୁ ଦିଅନ୍ତୁ ନାହିଁ । କଥାରେ ଖିଲାପ କରନ୍ତୁ ନାହିଁ ।
ବିଛା: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଅପମାନଜନକ ପରିସ୍ଥିତି ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ । ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ । ନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । ଦିବା ୦୨ା୨୬ ଗତେ କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ । ବାଣିଜ୍ୟ-ବ୍ୟବସାୟରେ ଉନ୍ନତି ହେବ । ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ସ୍ବାମୀ ବା ସ୍ତ୍ରୀ ସହ ସମ୍ବନ୍ଧ ଭଲ ରହିବ । ପରିବାରରେ ସୁଖଶାନ୍ତିର ବାତାବରଣ ଖେଳିବ । ଭାଇଠାରୁ ଓ ବନ୍ଧୁବର୍ଗରୁ ସହଯୋଗ ମିଳିବ ।
ଧନୁ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦଟେିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତେଣୁ ଏ ଦିଗରୁ ସାବଧାନତା ଅବଲମ୍ବନୀୟ। ଦିବା ୦୨ା୨୬ ଗତେ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଅପମାନଜନକ ପରିସ୍ଥିତି ଉପୁଜିପାରେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।
ମକର: ବୃଥା ଭ୍ରମଣ, ଅଯଥା ବ୍ୟୟ ଓ ଅର୍ଥହାନି ଘଟିପାରେ। ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଦିବା ୦୨ା୨୬ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଭାଗ୍ୟୋଦୟ ହେବାର ସମ୍ଭାବନା ଅଛି। ଦିନଟି ସବୁ ଦଟେିରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତେଣୁ ଏ ଦିଗରୁ ସାବଧାନତା ଅବଲମ୍ବନୀୟ।
ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ। ଦିବା ୦୨ା୨୬ ଗତେ ବୃଥା ଭ୍ରମଣ, ଅଯଥା ବ୍ୟୟ ଓ ଅର୍ଥହାନି ଘଟିପାରେ। ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ ।
ମୀନ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ କାରବାରରେ ଲାଭ ଯୋଗ ରହିଛି। ଦିବା ୦୨ା୨୬ ଗତେ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଭାଇ ଓ ବନ୍ଧୁ ମହଲରୁ ସହଯୋଗ ପାଇବେ ।