ରାଗିଗଲେ ମୁଖ୍ୟବିଚାରପତି ; କହିଲେ, ଭାରତର କୌଣସି ଅଞ୍ଚଳକୁ ପାକିସ୍ତାନର ଅଂଶ କହିବାକୁ କାହାରି ଅଧିକାର ନାହିଁ

Advertisment

କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ତାଗିଦ ; ସିଜେଆଇ କହିଲେ, ଭାରତର କୌଣସି ଅଞ୍ଚଳକୁ ପାକିସ୍ତାନର ବୋଲି କହିବା କାହାରି ଅଧିକାର ନାହିଁ । ନିକଟରେ ବେଙ୍ଗାଲୁରୁ ଏକ ସ୍ଥାନକୁ ପାକିସ୍ତାନର ଅଂଶ କହିଥିଲେ ମୁଖ୍ୟ ବିଚାରପତି ଶ୍ରୀଶାନନ୍ଦ ।

18777

କନକ ବ୍ୟୁରୋ:  ନିକଟରେ ହୋଇଥିବା ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ବୁଧବାର କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦଙ୍କୁ କଡ଼ା ସ୍ୱରରେ କହିଛନ୍ତି , ‘‘ଆପଣ ଭାରତର କୌଣସି ବି ଅଞ୍ଚଳକୁ ଏପରି ଭାବେ ପାକିସ୍ତାନ କହି ସମ୍ବୋଧନ କରିପାରିବେ ନାହିଁ।’’

ଭାରତର ପ୍ରଧାନ ବିଚାରପତି  ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ବିଚାରପତି ତାଙ୍କର ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି କିନ୍ତୁ ପୁର୍ନବାର ଏଭଳି ନଦୋହରାଯାଉ । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ଅଞ୍ଚଳକୁ ‘ପାକିସ୍ତାନ’ ବୋଲି କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା। ତେବେ ସେହି ମାମଲାର ବିଚାର କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe