କନକ ବ୍ୟୁରୋ:  କାହା ପାଇଁ ବରଦାନ କାହା ପାଇଁ ମନା
                   କାହାକୁ ବାରଣ ତମ୍ବା ପାତ୍ର ପାଣି?

Advertisment

ସମସ୍ତେ ଊଣା ଅଧିକେ ଜାଣିଥିବେ ଯେ, ତମ୍ବା ପାତ୍ର ପାଣି ସ୍ବାସ୍ଥ୍ୟ ପାଇଁ ରାମବାଣ । ତମ୍ବା ପାତ୍ର ପାଣିକୁ ଖାଲି ପେଟରେ ସକାଳୁ ସକାଳୁ ପିଇଲେ ପେଟର ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ତମ୍ବା ପାତ୍ରର ପାଣି ସମସ୍ତଙ୍କ ପାଇଁ ଉପାଦେୟ ନୁହେଁ  ବୋଲି ବିଶେଷଜ୍ଞ କହିଛନ୍ତି । ଆସନ୍ତୁ ଜାଣିବା  ତମ୍ବା ପାତ୍ର ପାଣି କିଏ ପିଇଲେ ଭଲ ଏବଂ କାହା ପାଇଁ ମନା ।

ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇଲେ ଗ୍ୟାସ୍ , ଏନିମିଆ ଓ ଆର୍ଥରାଇଟ୍ସ ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ପାଚନ ଶକ୍ତିକୁ ମଜବୁତ କରେ । ଶରୀରକୁ ବି ଡିଟକ୍ସ କରେ । ଶରୀରରେ ଆଇରନର ମାତ୍ରା ସନ୍ତୁଳନରେ ରଖେ । ଏହାଦ୍ବାରା ଶରୀରରେ ରକ୍ତହୀନତା ସମସ୍ୟା ଦୂର ହୁଏ । ତମ୍ବାପାତ୍ର ପାଣିକୁ ସକାଳୁ  ଖାଲି ପେଟରେ ପିଇବା ଦ୍ବାରା ପେଟ ସମସ୍ୟାରୁ ମୁକ୍ତି ମିଳିଥାଏ  । ଏହାସହ ଥାଇରଏଡ୍ ସମସ୍ୟା ଥିବା ବ୍ୟକ୍ତି ଏହାକୁ ପ୍ରତିଦିନ ପିଇଲେ ବିଶେଷ ଉପଶମ ମିଳେ। ତମ୍ବା ପାତ୍ର ବାଣି ହର୍ମୋନ୍ ସନ୍ତୁଳନରେ ରଖେ  । 

କାହା ପାଇଁ ମନା ତମ୍ବା ପାତ୍ର ପାଣି?
କିଛି କ୍ଷେତ୍ରରେ ତମ୍ବାପାତ୍ର ପାଣି ପିଇବା ଠିକ୍ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁସାରେ , ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା ତମ୍ବାପାତ୍ର ପାଣି ପିଇବା ଠିକ୍ ନୁହେଁ । ଯେଉଁମାନଙ୍କୁ ବାନ୍ତି, ପେଟ ଦରଜ ହେବାର ସମସ୍ୟା ଥିଲେ ସେମାନେ ତମ୍ବା ପାତ୍ର ପାଣି ପିଇବା ଅନୁଚିତ । କାରଣ ଦୀର୍ଘଦିନ ତମ୍ବା ପାତ୍ରପାଣି ପିଇଲେ ଶରୀରରେ କପର୍ ଟକ୍ସିଟିର ମାତ୍ରା ବଢ଼ିଯାଏ । ଫଳରେ ବାନ୍ତି, ପେଟ ଦରଜମ ସମସ୍ୟା ଆହୁରି ବଢ଼ିଯାଏ  ।  

 ତମ୍ବା ପାତ୍ରରେ କୌଣସି ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ରଖିବା ଉଚିତ ନୁହେଁ ଯଦି ତମ୍ବା ପାତ୍ରରେ ରଖାଯାଇଥିବା ଖାଦ୍ୟକୁ ଖାଇବେ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ  । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖରା ଦିନେ ତମ୍ବା ପାତ୍ର ପାଣି ପିଇବା ଠିକ୍ ନୁହେଁ । ତେବେ ତମ୍ବା ପାତ୍ର ପାଣି ପିଇବା ଆରମ୍ଭ କରିବା ଆଗରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଠିକ୍ ହେବ ।