କନକ ବ୍ୟୁରୋ: ବର୍ତ୍ତମାନ ସମୟରେ କମ ଟଙ୍କାରେ ଅଧିକ ଦିନ ଭାଲିଡିଟି ଥିବା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି ୟୁଜର୍ସ । ଅଧିକାଂଶ ଗ୍ରାହକ ଶସ୍ତାରେ ୩ ମାସିଆ ବୈଧତା ଥିବା ରିଚାର୍ଜ କରିବାକୁ ପସନ୍ଦ କରୁଛନ୍ତି । ଭାରତରେ ଏବେ ଜିଓ, ଏୟାର ଓ ଆଇଡିଆ-ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ୮୪ ଦିନର ଭାଲିଡିଟି ଯୁକ୍ତ ରିଚାର୍ଜ ପ୍ଲାନ୍ ଆଣି ଦେଇଛନ୍ତି । ତେବେ ଏହି ତିନି ପ୍ରମୁଖ ଟେଲିକମ୍ ମଧ୍ୟରୁ କାହାର ପ୍ଲାନ୍ ସବୁଠାରୁ ଶସ୍ତା, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଥାଆନ୍ତି ଲୋକେ । କାହାର ପ୍ଲାନ୍ ସବୁଠାରୁ ଶସ୍ତା ଆଜି ଆମେ ଆପଣଙ୍କୁ କହିବୁ ।
ବର୍ତ୍ତମାନ ସମୟରେ ଜିଓ କଥା କହିଲେ ଏହା ମାତ୍ର ୭୯୯ ଟଙ୍କାରେ ୩ ମାସର ବୈଧତା ବା ଭାଲିଡିଟି ଦେଉଛି । ଏଥିରେ ୟୁଜର୍ସଙ୍କୁ ଅନ୍ଲିମିଟେଡ୍ କଲିଂ ସୁବିଧା ସହ ଅନ୍ୟାନ୍ୟ ବେନିଫିଟ୍ ମଧ୍ୟ ମିଳୁଛି । ପ୍ରତିଦିନ ୧.୫ ଜିବି ଡାଟା ସହ ଏସ୍ଏମ୍ଏସ୍ ଓ ଓଟିଟି ସୁବିଧା ପାଇବେ ଗ୍ରାହକ । ଏହାଛଡ଼ା ଜିଓ ଟିଭି, ଜିଓ ହଟ୍ଷ୍ଟାର୍ ଓ ଜିଓ କ୍ଲାଉଡ୍ର ଫାଇଦା ଉଠାଇ ପାରିବେ ଗ୍ରାହକ ।
ସେହିଭଳି ଯେତେବେଳେ ଏୟାରଟେଲ୍ର କଥା ଆସେ, ଏହା ୮୫୯ ଟଙ୍କାରେ ୩ ମାସ ଭାଲିଡିଟି ଥିବା ରିଚାର୍ଜ ସୁବିଧା ଯୋଗାଇ ଦେଉଛି । ଜିଓ ଭଳି ଏଥିରେ ମଧ୍ୟ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂ ସୁବିଧା ସହ ପ୍ରତିଦିନ ୧୦୦ ଏସ୍ଏମ୍ଏସ୍ ସୁବିଧା ମିଳୁଛି । ଏହି ପ୍ଲାନ୍ରେ ମଧ୍ୟ ଗ୍ରାହକ ପ୍ରତିଦିନ ୧.୫ ଜିବି ଡାଟା ପାଇ ପାରିବେ । ତେବେ ଏଥିରେ ୟୁଜର୍ସଙ୍କୁ କୌଣସି ଓଟିଟି ପ୍ଲାଟଫର୍ମର ସୁବିଧା ମିଳିବ ନାହିଁ । କେବଳ କଲିଂ ସୁବିଧା ଉପରେ ନିର୍ଭରଶୀଳ ଥିବା ୟୁଜରଙ୍କୁ ଏହି ପ୍ଲାନ୍ ସୁହାଇବ ।
ଭାରତରେ ଟେଲିକମ୍ କ୍ଷେତ୍ରରେ ଆଉ ଏକ ବଡ଼ ପ୍ଲେୟାର ହେଉଛି ଆଇଡିଆ-ଭୋଡ଼ାଫୋନ୍ । ତିନି ମାସ ବା ୮୪ ଦିନ ପାଇଁ ଏହାର ୯୭୯ ପ୍ଲାନ୍ ରହିଛି । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏଥିରେ ବି କୌଣସି ଓଟିଟି ସୁବିଧା ପାଇ ପାରିବେ ନାହିଁ ୟୁଜର୍ସ । କିନ୍ତୁ ପ୍ରତିଦିନ ୧୦୦ ଦିନ ଏସ୍ଏମ୍ଏସ୍ କରିପାରିବେ ଲୋକେ । ତେବେ ଜିଓ ଏବଂ ଏୟାରଟେଲ୍ ତୁଳନାରେ ଭୋଡ଼ାଫୋନ୍ର ୩ ମାସିଆ ପ୍ଲାନ୍ ସାମାନ୍ୟ ମହଙ୍ଗା । ଏଥିରେ ୟୁଜର୍ସଙ୍କୁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏଥିରୁ ଗ୍ରାହକମାନେ ଅନୁମାନ ଲଗାଇ ପାରିବେ କେଉଁ ରିଚାର୍ଜ ପ୍ଲାନ୍ ସେମାନଙ୍କ ପାଇଁ ସବୁଠାରୁ ବେଷ୍ଟ୍ ।