କନକ ବ୍ୟୁରୋ: ଆଜି ହୋଟେଲ୍‌ରେ ମେଳି ବାନ୍ଧିଛନ୍ତି ବିଜେଡିର ବରିଷ୍ଠ ନେତା । କଣ ପାଇଁ ଏହି ବୈଠକ ଆରମ୍ଭ ହୋଇଥିଲା ତାହାକୁ ନେଇ ଆଲୋଚନା ଆରମ୍ଭ ହେଲାଣି । ହୋଟେଲ ବାହାରେ ବଡ଼ବଡ଼ ନେତାଙ୍କ ଗାଡ଼ି ଦେଖିବାକୁ ମିଳିଛି । ଶଶିଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ପ୍ରଫୁଲ ମଲ୍ଲିକ, ନୃସିଂହ ସାହୁ, ପ୍ରଭାତ ତ୍ରିପାଠୀ ଓ ଭୂପନ୍ଦିର ସିଂ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । 

Advertisment

ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ । ସବୁଠାର ବଡ଼ କଥା ହେଉଛି ହୋଟେଲ୍ ନିକଟରେ ଓହ୍ଲାଇବା ପରେ ଗାଡ଼ି ନେଇ ପଳାଇବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେତାମାନେ । ଏହାପରେ ବି କିଛି ନେତାଙ୍କ ଗାଡ଼ି ହୋଟେଲ ବାହାରେ ଦେଖିବାକୁ ମିଳିଥିଲା ।  ପାଣ୍ଡିଆନଙ୍କ ବିରୋଧରେ ମେଳି ହେଲା କି ? କାହିଁକି ବରିଷ୍ଠ ନେତାମାନେ ଏକାଠି ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ପ୍ରଭାତ ଓ ଚନ୍ଦ୍ରସାରଥି । କଣ ରହିଛି ଏହି ଆଲୋଚନାର ଆଭିମୁଖ୍ୟ ତାହା ସ୍ପଷ୍ଟ ହୋଇ ପାରିନି । 

ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବରିଷ୍ଠ ନେତା । ସସ୍ମିତ କାହା ଇଙ୍ଗିତରେ ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ସାହାସ କଲେ ତାକୁ ନେଇ ବିଜେଡି ରାଜନୀତିରେ କମ୍ପନ ହୋଇଛି । ପୂର୍ବରୁ ଚୁପ୍ ରହୁଥିବା ନେତା ଏଥର ସିଧାସଳଖ ନବୀନଙ୍କୁ ଚେତାଇବା ସହ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ।