କନକ ବ୍ୟୁରୋ : ଦେଶର ରାଜ୍ୟ ଗୁଡିକ ମଧ୍ୟରୁ ତୃତୀୟ ସର୍ବାଧିକ ଜନସଂଖ୍ୟା ବିହାରରେ ରହିଛନ୍ତି । ଅର୍ଥାତ୍ ଜନସଂଖ୍ୟା ତୁଳନାରେ ବିହାର ତୃତୀୟ ସ୍ଥାନରେ ରହିଛି । କିନ୍ତୁ ବଜେଟ୍ ତୁଳନାରେ ବହୁ ପଛରେ ରହିଛି ବିହାର । ଗତ ବର୍ଷ ତୁଳନାରେ ଚଳିତ ବଜେଟ୍ ବେଶ୍ ଅଧିକ ରହିଛି । ଗତବର୍ଷ ୨ଲକ୍ଷ ୭୮ ହଜାର କୋଟିର ବଜେଟରେ ବ୍ୟୟବରାଦ ହୋଇଥିବା ବେଳେ ଚଳିତ ବର୍ଷ ୩୮ ହଜାର ୧୬୯ କୋଟି ଟଙ୍କା ବଜେଟରେ ବୃଦ୍ଧି କରାଯାଇଛି । ତଥାବି ଅନ୍ୟ ରାଜ୍ୟ ତୁଳନାରେ ବିହାର ଢେର ପଛରେ ରହିଛି ।

Advertisment

ବିହାର ବଜେଟ୍ ମାମଲାରେ କେଉଁ ସ୍ଥାନରେ ଜାଣିବାକୁ ହେଲେ ନଜର ପକାନ୍ତୁ ଉତ୍ତରପ୍ରଦେଶ ବଜେଟ୍ ଉପରେ । ନିକଟରେ ଉତ୍ତରପ୍ରଦେଶ ବଜେଟ୍ ଉପସ୍ଥାପନ ହୋଇଥିଲା । ଉତ୍ତରପ୍ରଦେଶ ସରକାର ବଜେଟରେ ୮ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ । ଉତ୍ତରପ୍ରଦେଶ ବଜେଟ୍ ଆଗରେ ବିହାର ବଜେଟ୍ ଅଧା ବି ନୁହେଁ । ଏହା ପରେ ମହାରାଷ୍ଟ୍ରର ନମ୍ୱର ଆସୁଛି । ମହାରାଷ୍ଟ୍ରରେ ଜନସଂଖ୍ୟା ୧୩କୋଟିରୁ ଅଧିକ ହୋଇଥିବା ବେଳେ ରାଜ୍ୟ ବଜେଟ୍ ୬,୧୨,୨୯୩ କୋଟି ରହିଛି । 

ବଜେଟ୍ ମାମଲାରେ ବିହାର କେତେ ତଳେ? 

ଚଳିତ ଆର୍ଥିକ ବର୍ଷ ପାଇଁ ବିହାର ୩ଲକ୍ଷ ୧୭ହଜାର କୋଟିର ବଜେଟ୍ ଆଣିଛି । ବିହାରରେ ଜନସଂଖ୍ୟା ୧୦ କୋଟିରୁ ଅଧିକ ହୋଇଥିବା ବେଳେ ବଜେଟ୍ ମାମଲାରେ ତୃତୀୟ ନମ୍ୱରରେ ବିହାର ଆସୁଛି । ଏପରି ଦେଖାଯାଏ ତ, କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡିକ ବିହାରଠୁ ବି ବଡ ବଡ ବଜେଟ୍ ଆଣୁଛନ୍ତି । ଯେପରିକି, ଆସାମ୍, କର୍ଣ୍ଣାଟକ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ । ଯଦି ଏହି ରାଜ୍ୟଗୁଡିକର ଜନସଂଖ୍ୟା ଓ ବଜେଟକୁ ଆକଳନ କରିବା ତେବେ ବିହାର ପଛରେ ପଡିଯାଉଛି । ବିହାର ଅପେକ୍ଷା ଆସାମରେ ଜନସଂଖ୍ୟା ଢେର୍ କମ୍ ହୋଇଥିଲେ ବି ଆସାମ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୩ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଥିଲା । ସେହିପରେ ମଧ୍ୟପ୍ରଦେଶ ବି ୩ଲକ୍ଷ ୧୪ ହଜାର କୋଟି ଟଙ୍କାର ବଜେଟ୍ ଆଣିଥିଲା । ଏହି ତୁଳନାରେ ବିହାର ଅନେକ ପଛରେ ରହିବ ।