କନକ ବ୍ୟୁରୋ: ୧୪୪ ବର୍ଷ ପରେ ପ୍ରୟାଗରାଜରେ ଅନୁଷ୍ଠିତ ପୂର୍ଣ୍ଣ ମହାକୁମ୍ଭ ମେଳାରେ ଆଜିର ଦିନ ବହୁ ଗୁରୁତ୍ବପୂର୍ଣ୍ଣ । ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ତ୍ରିବେଣୀ ଅମାବାସ୍ୟା ମଧ୍ୟ କୁହାଯାଇଥାଏ । ମୋଟ ୫ଗୋଟି ସାହି ସ୍ନାନ ମଧ୍ୟରୁ ଆଜିର ସ୍ନାନକୁ ସବୁଠୁ ପବିତ୍ର ବୋଲି ବିବେଚନା କରାଯାଇଥାଏ । ଏହି ଦିନ କୁମ୍ଭ ମେଳାର ପବିତ୍ର ସଙ୍ଗମ ସ୍ଥଳରେ ବୁଡ଼ ପକାଇ ଦାନ ଧର୍ମ କଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଅନେକ ଧାର୍ମିକ ବ୍ୟକ୍ତି ଏହିଦିନ ତ୍ରିବେଣୀ ସଙ୍ଗମରେ ସ୍ନାନ ପୂର୍ବକ ମୌନବ୍ରତ ମଧ୍ୟ ପାଳନ କରିଥାନ୍ତି । ଅନ୍ୟ ମାନତ୍ୟା ଅନୁଯାୟୀ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ବ୍ୟକ୍ତିର ମନ ଓ ଭାବର ଦେବତା ଚନ୍ଦ୍ର ଦେଖାଯା’ନ୍ତି ନାହିଁ ଏବଂ ଅପେକ୍ଷାକୃତ ଦୁର୍ବଳ ରହଥାନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହିଦିନ ନିଆଯାଇପାରେ ନାହିଁ । ତେଣୁ ମୌନୀ ଅମାବାସ୍ୟା ଦିନ ଅଧିକ କଥାବାର୍ତ୍ତା ନକରି ମୌନବ୍ରତ ଅବଲମ୍ବନ କରିବା ଉଚିତ ବୋଲି ଜ୍ୟୋତିର୍ବିଦ ମାନେ ମତ ଦେଇଥାନ୍ତି । ଆସନ୍ତୁ ଜାଣିବା ଏହି ପବିତ୍ର ମୌନୀ ଅମାବାସ୍ୟା କଣ ରହିଛି ମହତ୍ତ୍ବ ଓ ମାହାତ୍ମ୍ୟ ।
ମୌନୀ ଅମାବାସ୍ୟାର ମାହାତ୍ମ୍ୟ:
ମୌନୀ ଅମାବ୍ୟାସା ପବିତ୍ର ମହାକୁମ୍ଭରେ ଦ୍ବିତୀୟ ସାହିସ୍ନାନ
ପବିତ୍ର ମୌନୀ ଅମାବାସ୍ୟାରେ ପିତୃପୁରୁଷ ତର୍ପଣର ରହିଛି ବିଧି
ଏହାଦ୍ବାରା ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ
ପିତୃପୁରୁଷ ନିଜ ଉତ୍ତରପୀଢୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି
ତର୍ପଣ ଓ ଦାନଧର୍ମ କଲେ କୁଣ୍ଡଳୀ ଦୋଷରୁ ମୁକ୍ତି ମିଳିଥାଏ
ଏହି ଦିନରେ ମୌନବ୍ରତ ଧାରଣ କଲେ ବାକ୍ ସିଦ୍ଧି ପ୍ରାପ୍ତ ହୁଏ
ମୌନବ୍ରତର ଅର୍ଥ ଆତ୍ମଚିନ୍ତନ, ଧ୍ୟାନ ଏବଂ ଭଗବାନଙ୍କୁ ସ୍ମରଣ କରିବା
ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଦିନରେ ମନୁ ରୁଷିଙ୍କର ଜନ୍ମ ହୋଇଥିଲା
କ’ଣ ପାଇଁ ଖାସ୍ ମୌନୀ ଅମାବାସ୍ୟା?
ଆଧ୍ୟାତ୍ମିକ ଶୁଦ୍ଧି-ମୌନ ବ୍ରତ ଧାରଣ ଦ୍ବାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ,
ଆତ୍ମଚିନ୍ତନ କରିବାକୁ ଅବସର ମିଳିଥାଏ
ପବିତ୍ର ସ୍ନାନ- ଏହି ଦିନରେ ପବିତ୍ର ନଦୀରେ ସ୍ନାନ ପୂଣ୍ୟ ବୋଲି ଧରାଯାଏ
ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ସ୍ନାନ କରିଥାନ୍ତି ଶ୍ରଦ୍ଧାଳୁ
ଦାନ ଏବଂ ପୂଣ୍ୟ- ଏହି ଦିନରେ ଦାନଧର୍ମ କରିବା ଦ୍ବାରା ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୁଏ
ଗରିବଙ୍କୁ ଅନ୍ନ, ବସ୍ତ୍ର ଓ ଧନ ଦାନ ଦ୍ବାରା କୋଟି ଜନ୍ମର ପୂଣ୍ୟ ମିଳିଥାଏ
ଧ୍ୟାନ ଏବଂ ଯୋଗ- ମୌନୀ ଅମାବାସ୍ୟା ଧ୍ୟାନ, ଯୋଗ ଏବଂ ସାଧନା ପାଇଁ ଉତ୍କୃଷ୍ଟ ସମୟ
ଘରେ ବି ମିଳିବ ‘ମୌନୀ ଅମାବାସ୍ୟା’ର ମହାପୁଣ୍ୟ
ସ୍ନାନ ପରେ ତମ୍ବା ପାତ୍ରରେ ଭଗବାନ ସୂର୍ୟ୍ୟଙ୍କୁ କରନ୍ତୁ ଅର୍ଘ୍ୟ ଅର୍ପଣ
ଘର ଅଗଣାରେ କିମ୍ବା ଛାତ ଉପରେ ଥିବା ବୃନ୍ଦାବତୀଙ୍କୁ କରନ୍ତୁ ଜଳଦାନ
ଗରିବ ଲୋକଙ୍କୁ ଘରକୁ ଡାକି କରନ୍ତୁ ଅନ୍ନ, ବସ୍ତ୍ର ଓ ଧନ ଦାନ
ଘରେ ରହି ମୌନୀ ବତ୍ର ପାଳନ ବେଳେ ସାତ୍ତ୍ବିକ ଭୋଜନର ରହିଛି ବିଧି
ପିଆଜ, ରସୁଣ ଏବଂ ଅନ୍ୟ ଆମିଷ ଖାଦ୍ୟ ବର୍ଜନ କରିବା ଉଚିତ୍
ଏହାଦ୍ବାରା ଶରୀର ଓ ମନକୁ ସୁଦ୍ଧି ପ୍ରାପ୍ତ ହେବାର ରହିଛି ମାନ୍ୟତା
ଶରୀରର ସୁଦ୍ଧତା ସାଙ୍ଗକୁ ଆତ୍ମାର ପବିତ୍ରତାର ରହିଛି ମହତ୍ତ୍ବ