କନକବ୍ୟୁରୋ : ଧରାବତରଣ କରିବେ ଜଗତଜନନୀ ମା ଦୁର୍ଗା  । ଚାରିଆଡେ ଉତ୍ସବମୁଖର ଶରତର ଆଗମନ ହୋଇ କାଶତଣ୍ତୀର ଆଗମନ ହୋଇଛି । ପରିବେଶ ଉତ୍ସବମୁଖର ସମସ୍ତଙ୍କ ହସ ଉଲ୍ଲାସ ଭରି ରହିଛି । ସମସ୍ତ ଦେଶବାସୀଙ୍କ ଭିତରେ ଆନନ୍ଦ ଉଲ୍ଲାସ ଆରମ୍ଭ ହୋଇଯାଏ ମାଙ୍କ ଆଗମନରେ । ମାଙ୍କୁ ପୂଜା କରିବା ସହ ମା ଙ୍କ ଆଶିଷ ଲାଭ କରିବା ପାଇଁ ସମସ୍ତେ ଚାହିଁରହିଥାନ୍ତି ।  ହିନ୍ଦୁ ଶାସ୍ତ୍ର ଅନୁସାରେ ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହୋଇଯାଏ ନବରାତ୍ରର ଦିନ । ବିଧି ବିଧାନ ଅନୁସାରେ ମା ଦୁର୍ଗାଙ୍କ ୯ ସୂରୁପକୁ ଏହି ଦିନ ପୂଜା କରାଯାଏ ।

Advertisment

ଏହି ୯ ଦିନକୁ ନବରାତ୍ର ଭାବେ ପାଳନ କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି ବର୍ଷକୁ ୪ଥର ପଡିଥାଏ , ହେଲେ ଆଶ୍ୱିନ ମାସରେ ଶୁକ୍ଲପକ୍ଷରେ ପଡୁଥିବା ନବରାତ୍ର ବା ଦୁର୍ଗାପୂଜାକୁ ବେଶ ଧୁମଧାମରେ ପାଳନ କରାଯାଏ । ଏହି ୯ ଦିନ ମହାମାୟଙ୍କୁ ୯ଟି ରୁପରେ ପୁଜା କରାଯାଏ । 
ଏହି ୯ଦିନ ମାଙ୍କ ଆଦିଶକ୍ତି ସମସ୍ତଙ୍କୁ ପ୍ରାପ୍ତ ହୋଇଥାଏ ।

ଏହି ୯ ଦିନ ବେଶ ଗୁରୁତ୍ୱବହନ କରିଥାଏ । ଏହି ୯ ଦିନ ମାଙ୍କୁ ପୂଜା କରିବା ଦ୍ୱାରା ଦେବୀ ଦୁର୍ଗାଙ୍କ ଆଶିଷ ଲାଭ ହେବା ସହ ଏହି ବର୍ଷ ପୂଜାରେ ମା ଶବାରୀରେ ଧରାଧାମକୁ ଆସିବେ । ନବରାତ୍ରର ଦଶମ ଦିନରେ ମା ଆଦିଶକ୍ତିଙ୍କୁ ଦଶମୀ ପୂଜା ବା ବିଜୟାଦଶମୀ ଭାବେ ପାଳନ କରାଯାଏ । କେବଳ ଗୋଟିଏ ସ୍ଥାନରେ ନୁହେଁ ସାରା ଭାରତରେ ନବରାତ୍ର ବେଶ ଧୁମଧାମରେ ପାଳନ କରାଯାଏ ।

ଏହି ନବରାତ୍ର ପୂଜା ୩ ଅକ୍ଟୋବର ରୁ ଆରମ୍ଭ ହୋଇ ୧୨ ଅକ୍ଟୋବର ଯାଏଁ ରହିବ । ନବରାତ୍ରର ଶେଷ ୩ ଦିନ ବେଶ ଗୁରୁତ୍ୱବହନ କରିଥାଏ । ଏହି ନବରାତ୍ରରେ ମାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ । ନବରାତ୍ରରେ ଦ୍ୱିତୀୟ ଦିନରେ ମାଙ୍କୁ ବ୍ରହ୍ଣଚାରୀଣି ରୁପରେ ଉପାସନ କରିବା ସହ କଠୋର ସାଧନା କରାଯାଇଥାଏ । ଶୁଭ କଳସର ମଧ୍ୟ ସ୍ଥାପନ କରାଯାଇଥାଏ ।