କନକ ବ୍ୟୁରୋ: ଆମ ଶରୀରରେ ଥାଇରଏଡ ସିଷ୍ଟମ ଅତି ଗୁରୁତ୍ବପୂର୍ଣ୍ଣ । ଥାଇରଏଡ ଗ୍ରନ୍ଥି ମେଟାବୋଲିଜିମ୍ ରେଗୁଲେଟ୍ କରିବାରେ ବଡ଼ ଭୂମିକା ଗ୍ରହଣ କରେ । ହେଲେ ଯଦି ଥାଇରଏଡ ଗ୍ରନ୍ଥି ଦ୍ବାରା ବାହାରୁଥିବା ଥାଇରକ୍ସିନ ହରମୋନ୍ ଅଧିକ କିମ୍ବା ବହୁତ କମ୍ ହୁଏ ତେବେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ ।
ଥାଇରଏଡ ଜନିତ ସମସ୍ୟାକୁ ଦୁଇ ପ୍ରକାରେ ବିଭକ୍ତ କରାଯାଏ । ଯଦି ଥାଇରଏଡ ହରମୋନ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଏହି ସ୍ଥିତିକୁ ’ହାଇପରଥାଇରାଏଡଜିମ୍’ କୁହାଯାଏ । ଆବଶ୍ୟକତାଠାରୁ କମ୍ ହେଲେ ’ହାଇପୋଥାଇରଏଡଜିମ୍’ କୁହାଯାଏ ।
ହାଇପରଥାଇରଡିଜିମ୍ ଲକ୍ଷଣ:
ଥାଇରଏଡ ସମସ୍ୟା ଥିବା ଲୋକଙ୍କୁ ଅଧିକ ଥକ୍କା ଲାଗିଥାଏ ।
ଥାଇରଏଡ ହରମୋନ କମିଲେ ଓଜନ ବୃଦ୍ଧି ପାଏ
ଅଧିକ କେଶ ଝଡ଼େ
ଅତ୍ୟଧିକ ଝାଳ ବୋହିବା
ଡ୍ରାଏ ସ୍କିନ ବା ତ୍ବଚା ଶୁଷ୍କ ଲାଗିବା
ଥାଇରଏଡ ଗ୍ରନ୍ଥିରେ ପରିବର୍ତ୍ତନ ଯୋଗୁଁ ବେକ ଫୁଲେ
ଶରୀରର ତାପମାତ୍ରା ବଦଳିବା ।
ପାଗ ଭଲ ଥିଲେ ବି ଥଣ୍ଡା ନହେଲେ ଗରମ ଲାଗିବା
ପତଳା ଶୁଖିଲା କେଶ ଏବଂ ନଖ ଭଙ୍ଗୁର ହେବା
ଗୋଡ, ଗଣ୍ଠି ଓ ବାହୁରେ ଯନ୍ତ୍ରଣା
ହାତ ଝିମ୍ଝିମ୍ ଲାଗିବା
କୋଷ୍ଠକାଠିନ୍ୟ
ମାସିକ ଋତୁସ୍ରାବ ଅନିୟମିତତା
ହାଇପୋଥାଇରଏଡିଜିମ୍ ଲକ୍ଷଣ :
ଶରୀରରେ ଥାଇରଏଡ ହରମୋନ ଅଧିକ ବଢିଗଲେ ଓଜନ ହ୍ରାସ ପାଏ
ମାଂସପେଶୀ ଦୁର୍ବଳ ହୁଏ ଓ ହାତ ଥରେ
ଆଖି ସମସ୍ୟା
ଅନିୟମିତ ଋତୁସ୍ରାବ
ପରିବର୍ତ୍ତିତ ଜୀବନଶୈଳୀ, ଅସ୍ବାସ୍ଥ୍ୟକର ଖାଦ୍ୟପେୟ, ଶାରିରୀକ ଗତିବିଧିର ଅଭାବ ଯୋଗୁଁ ବର୍ତ୍ତମାନ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେଥିମଧ୍ୟରୁ ଥାଇରଏଡ ଅନ୍ୟତମ । ବିଶେଷକରି ମହିଳାମାନଙ୍କ ମଧ୍ୟରେ ଥାଇରଏଡ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।
ଥାଇରଏଡ କ'ଣ ଓ କିପରି ଏହା ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ ?
ଥାଇରଏଡ ଦେଖିବାକୁ ଏକ ଛୋଟ ପ୍ରଜାପତି ଆକାରର ଗ୍ରନ୍ଥି ଏବଂ ବେକ ସାମ୍ନାରେ ରହିଥାଏ । ଏହା ଶରୀରର ଏଣ୍ଡୋକ୍ରାଇନ ସିଷ୍ଟମ ପାଇଁ ଜରୁରି । କାରଣ ଏହା ହରମୋନ ଉତ୍ପାଦନ କରେ ଯାହାକି ମେଟାବୋଲିଜିମ, ଶରୀରର ବିକାଶକୁ ନିୟନ୍ତ୍ରିତ କରିଥାଏ । ଥାଇରଏଡର ମୁଖ୍ୟ କାମ ମେଟାବୋଲିଜିମ୍ କଣ୍ଟ୍ରୋଲ କରିବା । ଏହାକୁ ମେଟାବୋଲିଜିମର ମାଷ୍ଟର ଗ୍ରନ୍ଥି କୁହାଯାଏ । ଶରୀରର କୋଷିକାଗୁଡିକୁ ଏନର୍ଜି ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ ।
ଆରମ୍ଭରୁ ଦେଖାଯାଏନି ଲକ୍ଷଣ:
ଥାଇରଏଡ ଆରମ୍ଭ ହେବାର ପ୍ରାଥମିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ହେଲେ ଚିକିତ୍ସା ଅଭାବରୁ ହାଇପରଥାଇରଏଡଜିମ (Hyperthyroidism), ହାଇପୋଥାଇରଏଡଜିମ (Hypothyroidism), ହୃଦରୋଗ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ ।
ଥାଇରଏଡ ବା ଥାଇରଏଡ ଗ୍ରନ୍ଥି ଏକ ଅନ୍ତଃସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ (lobes) ଥାଏ ଓ ଏହି ଲୋବ୍ ଦ୍ୱୟ ପରସ୍ପର ସହିତ ଇସଥମସ୍ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ୍ ଆପଲ୍ (Adam's apple) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି୪ ଓ ଟ୍ରାଇଆୟୋଡୋଥାଇରୋନିନ/ଟି୩ (thyroxine/T4 and triiodothyronine/T3) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୁଖ୍ୟତଃ ଶରୀରର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ୍ ନିୟନ୍ତ୍ରଣ କରିବା ସହିତ ଶରୀର ବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ୍ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୁଖ୍ୟ ଭୂମିକା ଥାଏ ।
ଥାଇରଏଡରୁ ନିର୍ଗତ ହେଉଥିବା ହରମୋନ, ଆଣ୍ଟିରିଅର ପିଟୁଇଟାରିରୁ ନିର୍ଗତ ହେଉଥିବା ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ଯାହା ହାଇପୋଥାଲାମସରୁ (hypothalamus) ନିର୍ଗତ ଥାଇରୋଟ୍ରୋପିନ-ରିଲିଜିଙ୍ଗ ହରମୋନ (ଟିଆରଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ।[୧] ଥାଇରଏଡ ଗ୍ରନ୍ଥି ଅନେକ ପ୍ରକାର ଥାଇରଏଡ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଗ୍ରେଭସ ଡିଜିଜରେ ଏହି ଗ୍ରନ୍ଥିରୁ ଅତ୍ୟଧିକ ପରିମାଣର ଥାଇରଏଡ ହରମୋନ ନିର୍ଗତ ହେବ । ଫଳରେ ହାଇପରଥାଇରଏଡିଜିମ୍ ରୋଗ ହୁଏ । ଅନ୍ୟ ପକ୍ଷରେ ସ୍ୱଳ୍ପ ପରିମାଣର ଥାଇରଏଡ ପରିମାଣ ଯୋଗୁ ହାଇପୋଥାଇରଏଡିଜିମ୍ ହୁଏ ଯାହା ପୃଥିବୀରେ ଆୟୋଡିନ ଅଭାବ ଯୋଗୁ ହୁଏ । ଏଣୁ ଆୟୋଡିନ ଅଭାବ ଜନିତ ହାଇପୋଥାଇରଡିଜ୍ମ ଏକ ମାନସିକ ପଙ୍ଗୁତ୍ୱ (intellectual disability.[୨]) ନିରୋଧକ ରୋଗ । ଆୟୋଡିନ ଅଭାବ ଥିବା ଇଲାକାରେ ହେଉଥିବା ହାସିମୋଟୋ (Hashimoto's thyroiditis) ମଧ୍ୟ ଏକ ଅଟୋଇମ୍ମ୍ୟୁନ ରୋଗ । ଅଧିକନ୍ତୁ ଥାଇରଏଡ କର୍କଟ ରୋଗ ଓ ଅନେକ ପ୍ରକାରର ଥାଇରଏଡ ନୋଡ୍ୟୁଲ (nodules) ଥିଲେ ଏହି ରୋଗ ହୋଇପାରେ ।
ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା । ଏହା ଦ୍ୱାରା ଥାଇରଏଡ ରୋଗୀମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିବେ ।
ଅଦା: ପ୍ରାୟତଃ ସମସ୍ତଙ୍କ ଘରେ ସବୁବେଳେ ଅଦା ମହଜୁଦ ଥାଏ। ଅଦାର ଅନେକ ଔଷଧିୟ ଗୁଣ ରହିଛି। ଅଦାରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି ଯଥା-ପୋଟାସିୟମ, ମ୍ୟାଗନେସିୟମ ଇତ୍ୟାଦି। ଯାହା ଥାଇରଏଡ ରୋଗରୁ ମୁକ୍ତି ଦେଇଥାଏ । ଅଦାରେ ଆଣ୍ଟି-ଇଂଫଲେମେଟରି ଗୁଣ ଥିବାରୁ ଏହା ଥାଇରଏଡକୁ ବଢ଼ିବାରୁ ରୋକିଥାଏ ।
ଦହି ଓ କ୍ଷୀର: ଥାଇରଏଡ ରୋଗୀମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର । କ୍ଷୀର ଓ ଦହିରେ କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଏହା ଥାଇରଏଡ ଭୋଗୁଥିବା ପୁରୁଷଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରଖିବାରେ ସହାୟକ ହୋଇଥାଏ ।
ଗହମ ଓ ଯଅ: ଥାଇରଏଡ ଗ୍ରନ୍ଥିକୁ ରୋକିବା ପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଗହମ ଓ ଯଅ ଖାଇବା ଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।
ଧଣିଆ ମଞ୍ଜି :
ଥାଇରଏଡ ରୋଗୀଙ୍କ ପାଇଁ ଧଣିଆ ମଞ୍ଜି ଉପକାରୀ ହୋଇପାରେ। କାରଣ ଏଥିରେ ଭିଟାମିନ୍ ଏ, ସି, କେ ଏବଂ ଫୋଲେଟ୍ ରହିଥାଏ, ଯାହା ଥାଇରଏଡକୁ ସୁସ୍ଥ ରଖିପାରେ। ଗୋଟିଏ ଚାମଚ ଧଣିଆ ମଞ୍ଜିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଥାଇରଏଡ ସମସ୍ୟା ଦୂର ହୋଇପାରେ।
ଅଁଳା :
ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏଥିର ଭିଟାମିନ୍ ସି ଭରପୂର ପରିମାଣରେ ଥାଏ । ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ।
ଯୋଗ : ଦ୍ବାରା ବିଭିନ୍ନ ପ୍ରକାର ରୋଗ ଏବଂ ମାନସିକ ରୋଗ ଭଲ କରିବାର ଶକ୍ତି ଅଛି । ଯାହା ଫଳରେ ବର୍ତ୍ତମାନ ସମୟରେ ଦୈନଦିନ ଜୀବନରେ ପ୍ରତିଟି ମଣିଷ ଯୋଗକୁ ନିଜ କାର୍ଯ୍ୟ ଭାବେ ଅଂଶୀଦାର କରୁଛନ୍ତି । କେତେକ ପ୍ରକାରର ଆସନ ମଧ୍ୟ ଥାଇରଏଡ୍ ଭଲ କରିବାରେ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଯଦି ଥାଇରଏଡ ଗ୍ରନ୍ଥି ସଠିକ୍ ଭାବରେ କାମ କରୁନାହିଁ, ତେବେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ | କିନ୍ତୁ କିଛି ଯୋଗାସନ ଥାଇରଏଡ ଗ୍ରନ୍ଥିକୁ ଭଲ କରିଥାଏ ଏବଂ ହାଇପରଥାଇରଏଡିଜିମ୍ ଏବଂ ହାଇପୋଥାଇରଏଡିଜିମ୍ ଭଳି ସମସ୍ୟା ଦୂର କରିଥାଏ । ଏସବୁ ସହ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ବି ଭୁଲନ୍ତୁ ନାହିଁ ।