IPL ମ୍ୟାଚରୁ ପ୍ରେମ ପ୍ରେମରେ ପଡ଼ି ବୋଲ୍ଡ ହେଲେ , ଏବେ ସ୍ପିଡରେ ଚାଲିଛି ଉମେଶଙ୍କ ଫ୍ୟାମିଲି ଗାଡ଼ି

Advertisment

ଉମେଶଙ୍କ ଲଭ୍ ଷ୍ଟୋରି କୌଣସି ଫିଲ୍ମ ଷ୍ଟୋରିଠାରୁ କମ୍ ନୁହେଁ । ମଇଦାନରେ ତାଙ୍କର ବୋଲିଂରେ ବ୍ୟାଟ୍ସମ୍ୟନଙ୍କ ଦେହରୁ ଝାଳ ବୋହିଯାଏ ଷ୍ଟମ୍ପ ଉପୁଡ଼ିଯାଏ , ହେଲେ ଦିଲ୍ଲୀର ଏକ ସାଧାରଣ ପରିବାରର ଝିଅକୁ ଦେଖି ବୋଲ୍ଡ ହୋଇଗଲେ । ଆଇପିଏଲ ମ୍ୟାଚରୁ ପ୍ରେମ, ଚଢ଼ିଲା ପ୍ରେମର ପାରା, ତାନ୍ୟାଙ୍କୁ ଦେଖି ହୋଇଗଲେ ବୋଲ୍ଡ    । ଯାହାଙ୍କ ପ୍ରେମର ଯାଦୁରେ ଉମେଶ ବନ୍ଧାପଡ଼ିଗଲେ ଏବେ ସେ ତାଙ୍କର ପତ୍ନୀ ।

22-UMESH YADAV

କନକ ବ୍ୟୁରୋ: ଆମେ କହୁଛୁ ଇଣ୍ଡିଆନ୍ କ୍ରିକେଟ୍ ଟିମର ଫାଷ୍ଟ ବୋଲର ଉମେଶ ଯାଦବଙ୍କ କଥା । ଯଦିଓ ଏବେ କିଛି ବର୍ଷ ହେଲା ଦଳ ତାଙ୍କୁ ଚୟନ କରୁନାହିଁ କିନ୍ତୁ ଭାରତୀୟ ଦଳରେ ସ୍ପିଡ୍ ବୋଲର୍ ଭାବେ ତାଙ୍କ ସ୍ବତନ୍ତ୍ର ପରିଚୟ ରହିଛି । 

ଉମେଶଙ୍କ ଲଭ୍ ଷ୍ଟୋରି କୌଣସି ଫିଲ୍ମ ଷ୍ଟୋରିଠାରୁ କମ୍ ନୁହେଁ । ମଇଦାନରେ ତାଙ୍କର ବୋଲିଂରେ ବ୍ୟାଟ୍ସମ୍ୟନଙ୍କ ଦେହରୁ ଝାଳ ବୋହିଯାଏ ଷ୍ଟମ୍ପ ଉପୁଡ଼ିଯାଏ , ହେଲେ ଦିଲ୍ଲୀର ଏକ ସାଧାରଣ ପରିବାରର ଝିଅକୁ ଦେଖି ବୋଲ୍ଡ ହୋଇଗଲେ । ଆଇପିଏଲ ମ୍ୟାଚରୁ ପ୍ରେମ, ଚଢ଼ିଲା ପ୍ରେମର ପାରା, ତାନ୍ୟାଙ୍କୁ ଦେଖି ହୋଇଗଲେ ବୋଲ୍ଡ    । ଯାହାଙ୍କ ପ୍ରେମର ଯାଦୁରେ ଉମେଶ ବନ୍ଧାପଡ଼ିଗଲେ ଏବେ ସେ ତାଙ୍କର ପତ୍ନୀ । 

 ଉମେଶଙ୍କ କ୍ରିକେଟ କ୍ୟାରିଅର କଥା ତ ସବୁ କ୍ରିକେଟ ପ୍ରେମୀ ଜାଣନ୍ତି । ହେଲେ ତାଙ୍କ ପ୍ରେମ କାହାଣୀଠାରୁ ପରିବାର ଗଢ଼ିବାର କଥା ହୁଏତ ଅନେକଙ୍କୁ ଜଣାନଥିବ । ଉମେଶ କୁମାର ସ୍ପିଡ୍ ବୋଲର୍ । ନିଜ ଦ୍ରୁତ ଓ ସାନଦାର ବୋଲିଂରେ ଖୁବ ନାଁ କମାଇଛନ୍ତି । ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜୁରାଟ ଟାଇଟନ୍ସ ସମେତ ଅନେକ ଫ୍ରାଞ୍ଚାଇଜ୍ ଓ ଘରୋଇ ଟିମ୍ ବିଦର୍ଭ ପାଇଁ ଖେଳି ପ୍ରସିଦ୍ଧି ପାଇଛନ୍ତି । ଉମେଶ ନିଜ ବୋଲିଂରେ ଭାରତକୁ ଅନେକ ବାର ଜିତାଇଛନ୍ତି । ୨୦୨୩ ପରେ ତାଙ୍କୁ ଭାରତର ଟିମରେ କୌଣସି ଫର୍ମାଟରେ ଖେଳଇବାର ସୁଯୋଗ ଯଦିଓ ମିଳିନାହିଁ ହେଲେ ତାଙ୍କ ବୋଲିଂକୁ କେହି ଟପିବା ମୁସ୍କିଲ । ଉମେଶଙ୍କର ସୁବଠୁ ଦମଦାର ପ୍ରଦର୍ଶନ ଥିଲା ୨୦୧୫ର ଆଇସିସି କ୍ରିକେଟ ୱାର୍ଲ୍ଡ କପରେ ଦେଖିବାକୁ ମିଳଥିଲା , ଯେଉଁଥିରେ ସେ ଏକାକୀ ୧୮ଟି ୱିକେଟ୍ ନେଇଥିଲେ । ସମସ୍ତଙ୍କୁ ଚମକାଇଦେଇଥିଲେ । ଏହା ବ୍ୟତୀତ ଆଇପିଏଲରେ ବି ସେ ଶାନଦାର ରେକର୍ଡ ବନାଇଥିଲେ। ୨୦୨୨ କୋଲକାତା ନାଇଟ୍ ରାଇଡର୍ସ ପାଇଁ ତାଙ୍କ ଉଚ୍ଚ ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କ ହୃଦୟ ଜିତିଥିଲା । 

ଏମିତି ଦେଖିଲେ ଉମେଶଙ୍କ କ୍ରିକେଟ୍ କରିୟର ଭାରି ରୋଚକ ଓ ସଂଘର୍ଷରେ ଭରା । ଅନ୍ୟପଟେ ତାଙ୍କର ବ୍ୟକ୍ତିଗତ ଜୀବନ ଖାସ୍ କରି ପ୍ରେମ କାହାଣୀ ବି ଭିନ୍ନ । ଏକ ଆଇପିଏଲ୍ ମ୍ୟାଚରେ ତାଙ୍କର ଦେଖାହୋଇଥିଲା ତାନ୍ୟା ବାଘୱାଙ୍କ ସହ  । ଖୁବ୍ କମ୍ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା କ୍ରମେ ପ୍ରେମର ରୂପ ନେଇଥିଲା । 

ଅଧିକ ପଢ଼ନ୍ତୁ : ବିପଦରେ ବିରାଟ କୋହଲିଙ୍କ ନଂ୧ ଆସନ

ତାନ୍ୟା ବାଘୱାଙ୍କ ଜନ୍ମ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ । ପିଲାବେଳୁ ଫ୍ୟାସନରେ ତାଙ୍କ ରୁଚି । ପଢ଼ା ଶେଷ କରିବା ପରେ ସେ ଫ୍ୟାସନ୍ ଡିଜାଇନିଂରେ ଗ୍ରାଜୁଏସନ୍ କଲେ ଏବଂ ଫ୍ୟାସନ ଡିଜାଇନର ଭାବେ ନିଜ ପରିଚୟ ସୃଷ୍ଟି କଲେ । ଉମେଶ ଓ ତାନ୍ୟାଙ୍କ ପ୍ରଥମ ଦେଖା ହଲା ୨୦୨୧୦ର ଏକ ଆଇପିଏଲ ମ୍ୟାଚରେ । ଦୁହିଁଙ୍କ ସମ୍ପର୍କର ସେତୁ ସାଜିଥିଲେ ଜଣେ ସାଙ୍ଗ । ତାନ୍ୟାଙ୍କ ଶାନ୍ତ, ସରଳ ୱାଭବ ଉମେଶଙ୍କ ମନକୁ ଛୁଇଁଥିଲା । 

 କିଛି ବର୍ଷ ଯାଏଁ ଦୁହେଁ ଡେଟ୍ କରିବା ପରେ ବିବାହ କରିବାକୁ ସ୍ଥିର କଲେ । ୨୦୧୩ରେ ନାଗପୁରରେ ହୋଇଥିଲା ଦୁହଁଙ୍କ ନିର୍ବନ୍ଧ ଓ ୨୦୧୩ ମେ ୨୯ରେ ହେଲା ବିବାହ  । ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ଜମିଲା । ୨୦୨୧ ଜାନୁଆରି ପହିଲା ତାଙ୍କ ଘରକୁ ଆସିଲା ନହ୍ନି ପରି ହୁନର । ୨୦୨୩ରେ ଆସିଲା ଦ୍ବିତୀୟ ପରି । ଦୁଇ ଝିଅକୁ ନେଇ ଉମେଶ ଓ  ତାନ୍ୟାଙ୍କ ପରିବାର ଗାଡ଼ି ଦୌଡୁଛି । ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି ତାନ୍ୟା । ଇନଷ୍ଟାରେ ତାଙ୍କର ୧୩୨ ହଜାର ଫଲୋଅର୍ସ ଅଛନ୍ତି । ପରିବାରିକ ଜୀବନକୁ ନେଇ ତାନ୍ୟା ଓ ଉମେଶ ଖୁବ୍ ଖୁସିରେ ଅଛନ୍ତି । 

କ୍ରିକେଟ କ୍ୟାରିୟରରେ ପଛରେ ପଡ଼ିଯାଇଛନ୍ତି ଉମେଶ । ହେଲେ ପରିବାରକୁ ଭଲ ସମୟ ଦେଇ ଖୁସିରେ ଦିନ ବିତାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe