ଆଜି କେତେ ରହିଛି ତୈଳ ଦର ; ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର

ଅନେକ ସମୟରେ ତୈଳ ଦର ଉପରେ ଅନ୍ୟ ସାମଗ୍ରୀର ଦର ନିର୍ଦ୍ଧାରିତ ହୋଇଥାଏ । ଜାଣନ୍ତୁ ଆଜି ଭୁବନେଶ୍ବରରେ କେତେ ରହିଛି ତୈଳ ଦର

Fuel

Fuel Photograph: (KanakNews)

କନକ ବ୍ୟୁରୋ: କହିବାକୁ ଗଲେ ଆମ ପକେଟ ଉପରେ ପଡୁଥିବା ପ୍ରଭାବର ମୂଳ ହେଉଛି ତୈଳ । କାରଣ ଅନେକ ସମୟରେ ତୈଳ ଦର ଉପରେ ଅନ୍ୟ ସାମଗ୍ରୀର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ତୈଳ ଦର ଜାଣିବାରେ ଅନେକଙ୍କ ଆଗ୍ରହ ରହିବା ସ୍ବାଭାବିକ । ଆଜି ଭୁବନେଶ୍ବରରେ ଡିଜେଲ ଲିଟର ପିଛା ଦର ୯୨ ଟଙ୍କା ୬୯ ପଇସା ରହିଛି । ଗତକାଲି ଦର ଥିଲା ୯୨ ଟଙ୍କା ୫୫ ପଇସା । ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ରହିଛି ୧୦୧ ଟଙ୍କା ୧୧ ପଇସା । ପେଟ୍ରୋଲ ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । କିଛିଦିନ ଧରି ଲଗାତାର ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe