କନକ ବ୍ୟୁରୋ: ଓଡିଶା ମୁଣ୍ଡରେ ପୁଣି ଥରେ ଆମ୍ବଟାକୁଆର ଅପବାଦ ଲାଗିବା ପରେ ଏହାକୁ ନେଇ ଉଠୁଛି ପଡୁଛି ସାରାରାଜ୍ୟ । ଗୋଟିଏ ପଟେ ସରକାର ଏହାର କାରଣ ଖୋଜୁବା ସହ ନିୟନ୍ତ୍ରଣ କରିବାକୁ ତତ୍ପର ହୋଇଛନ୍ତି। ଆଉ ଏହାରି ଭିତରେ ଚିକିତ୍ସିତ ହେଉଥିବା ରୋଗୀ ହେପାଟାଇଟିସରେ ସଂକ୍ରମିତ ହୋଇଛନ୍ତି । ଏବଂ ବାସି ଜାଉ ଯୋଗୁଁ ସଂକ୍ରମିତ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି।  

Advertisment

ଦାରିଙ୍ଗିବାଡିରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁର କାରଣ କଣ ଖୋଜୁଖୋଜୁ ସାମନାକୁ ଆସିଛି ଆହୁରି ଚିନ୍ତାଜନକ ତଥ୍ୟ । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତି ହୋଇଥିବା ଦୁଇ ଜଣଙ୍କ ମେଡିକାଲ ରିପୋର୍ଟରୁ ଜଣାପଡିଛି, ରୋଗୀର ଫଲିମିନାଣ୍ଟ ହେପାଟାଇଟସ ଫେଲିଅର ହୋଇଛି । ଅର୍ଥାତ ଦ୍ରୁତ ଗତିରେ ସେମାନଙ୍କ ଲିଭର ଖରାପ ହେବା ଆରମ୍ଭ କରୁଛି । ଏହାସହ ଆକ୍ରାନ୍ତଙ୍କ ବିଭିନ୍ନ ଅଙ୍ଗ କାମ ଦେଉନି । ଜନସ୍ବାସ୍ଥ୍ୟ ନିଦେର୍ଶକଙ୍କ କହିବା ଅନୁସାରେ ଦୁଇ ତିନି ଦିନର ବାସି ଆମ୍ବ ଟାକୁଆ ଜାଉ ଏହାର ମୁଖ୍ୟ କାରଣ । ଫଙ୍ଗାଲ ଇନଫେକ୍ସନ କାରଣରୁ ଶରୀରରେ ସଂକ୍ରମଣ ବଢ଼ିଛି । 
 
ଚାଉଳ ଅଭାବ ନୁହେଁ ବାସି ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁ ହୋଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ସ୍ବାସ୍ଥ୍ୟ ବିଭାଗର କହିବା କଥା, ସମ୍ପୂର୍ଣ୍ଣ ରିର୍ପୋଟ ଆସିଲେ ପ୍ରକୃତ କାରଣ ସାମ୍ନାକୁ ଆସିବ । କିନ୍ତୁ ପ୍ରାଥମିକ ରିର୍ପୋଟ କହୁଛି, ଯିଏ ଯେତେ ପରିମାଣର ବାସି ଯାଉ ଖାଇଛି ସିଏ ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପ୍ରଥମ ଦିନ ଆମ୍ବ ଟାକୁଆ ଯାଉ ଖାଇ କୌଣସି ସମସ୍ୟା ହୋଇନଥିଲା । କିନ୍ତୁ ଏହାକୁ ଦୁଇରୁ ତିନି ଦିନ ରଖିବା ପରେ ଏଥିରେ ଫିମ୍ପି ଲାଗିବା ଆରମ୍ଭ ହୋଇଥିଲା । ଆଉ ଏହି ଫିମ୍ପି ଲଗା ଜାଉ ଖାଇ ସଂକ୍ରମିତ ହୋଇଥିଲେ  । ଚିକିତ୍ସିତ ଦୁଇ ଗୁରୁତର ଥିବା ବେଳେ ୪ ଜଣଙ୍କ ଅବସ୍ଥା ସ୍ଥିର ରହିଛି । ଖାଦ୍ୟ ନମୁନା ରିର୍ପୋଟ ଆସିବା ପରେ ସ୍ପଷ୍ଟ ହେବ କେଉଁ କାରଣରୁ ଦାରିଙ୍ଗବାଡ଼ିରେ ଲୋକଙ୍କ ମୃତ୍ୟୁ ହୋଇଛି ।