କନକ ବ୍ୟୁରୋ: ଦୁନିଆର ସବୁଠାରୁ ଭାଗ୍ୟଶାଳି ବ୍ୟକ୍ତି ବିଶ୍ବାସ କୁମାର ରମେଶ ।  ଏହି ନାଁଟି କେହି କେବେ ଭୁଲି ପାରିବେନି । କେମିତିବା ଭୁଲିବେ ଲୋକେ ୟାଙ୍କୁ ।  ୧୨ ଜୁନ୍‌ରେ ଅହମ୍ମଦାବାଦ ପ୍ଲେନ୍ କ୍ରାସରେ ବଞ୍ଚିଯାଇଥିବା ଏମମାତ୍ର ବ୍ୟକ୍ତି ହେଉଛନ୍ତି ବିଶ୍ବାସ କୁମାର ।  ପ୍ଲେନ୍‌ କ୍ରାସ ଭଳି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଇଥିବା ରମେଶଙ୍କ ସ୍ବାସ୍ଥାଅବସ୍ଥା କିପରି ଅଛି ? ତାଙ୍କ ମାନସିକ ଅବସ୍ଥା ଠିକ୍‌ ଅଛି ତ ?  ଏମିତି ପ୍ରଶ୍ନ ଅନେକଙ୍କ ମନରେ ନିଶ୍ଚୟ ଉଙ୍କି ମାରୁଥିବ । 

ବିଶ୍ବାସ କୁମାର ରମେଶଙ୍କ ଜଣେ ସମ୍ପର୍କୀୟା ଭଉଣୀ କହିଛନ୍ତି ରମେଶ ସେହି ଦୁର୍ଘଟଣାକୁ ଭୁଲି ପାରୁନାହାଁନ୍ତି ।  ତାଙ୍କୁ ଏଥିରୁ ବାହାରିବାକୁ ବହୁତ କଷ୍ଟ ହେଉଛି। ଆଜି ବି ସେହି ଦୁର୍ଘଟଣା ଡରାଉଛି ରମେଶଙ୍କୁ ।  କହା ସହିତ କଛି କଥା ହେଉନାହାଁନ୍ତି, ସେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣା ଏବଂ ତାଙ୍କ ଭାଇର ମୃତ୍ୟୁକୁ ଭୁଲି ପାରୁନାହାଁନ୍ତି ।  ଏବେ ବି ରାତି ଅଧରେ ଉଠି ପଡୁଛନ୍ତି  ଏବଂ ସେ ଆଉ ଶୋଇପାରୁ ନାହାନ୍ତି ଏହି ପରିସ୍ଥିତିରୁ ବାହାରିବା ପାଇଁ ସ୍ବଭାବିକ ହେବା ପାଇଁ ରମେଶ ମନସ୍ତତ୍ତ୍ୱବିତଙ୍କ  ସାହାଯ୍ୟ ନେଉଛନ୍ତି । 

 ସେଦିନ ଥିଲା ଜୁନ୍ ୧୨ ତାରିଖ ୨୦୨୫, ଗୁରୁବାର । ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର୍ ବିମାନ  ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିଲା । ବିଶ୍ୱାସ କୁମାର, ଯିଏକି ଜଣେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ, ନିଜ ଭାଇ ଅଜୟ କୁମାରଙ୍କ ସହ ଏହି ବିମାନରେ ଯାତ୍ରା କରୁଥିଲେ ।  ସେମାନେ ଡାମନ ଓ ଡିଉରେ ଥିବା ନିଜ ପରିବାରକୁ ଭେଟି ଫେରୁଥିଲେ ।  ବିଶ୍ୱାସଙ୍କ ସିଟ୍ ନମ୍ବର ଥିଲା ୧୧ଏ, ଯାହା ଏକ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ପାଖରେ ଥିଲା ।  ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ, ଏକ ଭୟଙ୍କର ଶବ୍ଦ ସହ ବିମାନଟି ନିୟନ୍ତ୍ରଣ ହରାଇ ଏକ ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ିଥିଲା ।

Advertisment

ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଓ କର୍ମଚାରୀ ଏବଂ ଭୂମିରେ ଥିବା ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ବଞ୍ଚିଯାଇଥିଲେ ରମଶେ  କିନ୍ତୁ ତାଙ୍କ ଭାଇ ମଧ୍ୟ ଏଥିରେ ଚାଲିଯାଇଥିଲେ । ୧୮ ଜୁନ୍‌ ଦିବ୍‌ ରେ ଭାଇର ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ବିଶ୍ବାସ କୁମାର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ବିଶ୍ବାସ ଭାଇର ପାର୍ଥିବ ଶୀରରକୁ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ । ବିଶ୍ବାସ କୁମାର ରମେଶଙ୍କୁ  ଅନେକ ଲୋକ  ଭାଗ୍ୟଶାଳି ବୋଲି  କହୁଛନ୍ତି  ।