କନକବ୍ୟୁରୋ :  ଫିଟନେସ୍‌ ପାଇଁ  ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି କରୀନା କାପୁର , ସେ ନିଜର ସୁନ୍ଦର ସ୍ବାସ୍ଥ୍ୟ ସୁନ୍ଦର ଚେହେରା ପାଇଁ ପ୍ରତିଦିନ ଯୋଗ ପ୍ରାଣାୟମ କରିବା ସହ ନିଜର ଖାଦ୍ୟ ପ୍ରତି ବେଶ ଯତ୍ନବାନ ଥାଆନ୍ତି । ଏଥିନେଇ ସେ ସୋସିଆଲ ମିଡିଆରେ ମଧ୍ୟ  ବହୁଥର ନିଜର ଫିଟନେସ ମନ୍ତ୍ର ସେୟାର କରିଛନ୍ତି  । ସେ ସେହି ଭିଡିଓରେ ଜିମ କରିବା ସହ ନିଜର ଖାଇବା ଭିଡିଓ ମଧ୍ୟ ସେୟାର କରିଛନ୍ତି ସେ ସୋସିଆଲ ମିଡିଆରେ ନିଜର ସୁନ୍ଦର ଚେହେରା ଫିଟନେସର ମନ୍ତ୍ର ମଧ୍ୟ ଦିଅନ୍ତି ।  ଭିଡିଓରେ କରୀନାଙ୍କୁ ଜିମ୍‌ରେ ବେଶ୍‌ କଷ୍ଟକର ୱାର୍କ ଆଉଟ୍‌ କରୁଥିବା  ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି । ଜିମ୍‌ ଇନଷ୍ଟ୍ରକ୍ଟରଙ୍କ ନିର୍ଦ୍ଦେଶକୁ ପୁରାପୁରି ଫଲୋ କରୁଛନ୍ତି କରୀନା । କଷ୍ଟ ହେଲେ ବି ଚେଷ୍ଟା ଜାରି ରଖିଛନ୍ତି ବୋଲି ସେ କୁହନ୍ତି । ମା ହେବା ପରେ ବି କରୀନାଙ୍କ କ୍ରେଜ କମିନି ।

Advertisment

bebo 2
Photograph: (kanaknews)

ବିୟୁଟି ଓ ଫିଟ୍‌ନେସ୍‌ ମାମଲାରେ ବଲିଉଡ୍‌ର ୟଙ୍ଗ ହିରୋଇନ୍‌କୁ ଟକ୍କର ଦେଉଛନ୍ତି କରୀନା । ଏହି ଫିଟ୍‌ନେସ୍‌ ଭିଡିଓକୁ ବେଶ୍‌ ପସନ୍ଦ କରନ୍ତି କରୀନାଙ୍କ  ଫ୍ୟାନ୍‌ ।  ସେ ଏବେ ଦୁଇ ସନ୍ତାନର ମାଆ  କିନ୍ତୁ ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଆପଣଙ୍କ ଶରୀରର ପ୍ରଶଂସା କରିବା ବିଷୟରେ କହିଛନ୍ତି , ଓଜନ ହ୍ରାସ ପ୍ରକ୍ରିୟାକୁ ଶୀଘ୍ର କରିବା ପରିବର୍ତ୍ତେ, ଏକ ସକ୍ରିୟ ଦୈନନ୍ଦିନ କାର୍ଯ୍ୟନିର୍ବାହର ଆବଶ୍ୟକତା ରହିଥାଏ ବୋଲି ସେ କୁହନ୍ତି  ।  

bebo 3
Photograph: (kanaknews)

ସୂଚନା ଅନୁଯାୟୀ , ଅଭିନେତ୍ରୀ କରୀନା କପୁର ଖାନଙ୍କର ବହୁତ ଫ୍ୟାନ ଫଲୋଇଂ ଅଛି ଏବଂ ଲୋକମାନେ ଯୋଗ , ବ୍ୟାୟାମ ସେସନ୍ ଏବଂ ସଫା ଖାଦ୍ୟ ମାଧ୍ୟମରେ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରନ୍ତି । କରୀନା କପୁର ଖାନଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିବା ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିୱେକର ଏକ ସାମ୍ପ୍ରତିକ ସାକ୍ଷାତକାରରେ ତାଙ୍କ ଖାଦ୍ୟ ବିଷୟରେ ବିସ୍ତୃତ ଭାବରେ କହିଥିଲେ । "୨୦୦୭ ମସିହାରେ, ଆମେ ଏକାଠି କାମ କରିଥିଲୁ । ସେବେଠାରୁ ଆଜି ପର୍ଯ୍ୟନ୍ତ, ସେ ସମାନ ଜିନିଷ ଖାଆନ୍ତି," 

bebo 4
Photograph: (kanaknews)

ପୁରା ସେୟାର କରି ଦିୱେକର କହିଛନ୍ତି ଯେ କରୀନା ତାଙ୍କ ସକାଳ ଖାଇବାରେ  କିଛି "ବାଦାମ, କିସମିସ୍ ଖାଇ ଦିନ ଆରମ୍ଭ କରନ୍ତି । "ସକାଳ ଜଳଖିଆ ପାଇଁ  ସେ ପରଠା କିମ୍ବା ପୋହା ଖାଆନ୍ତି । ଯଦି ସେ ସୁଟିଂ କରୁଛନ୍ତି, ତେବେ ମଧ୍ୟାହ୍ନ ଭୋଜନ ଡାଲି ଭାତ ଏହିସବୁ ଖାଇବା ବେଶ ପସନ୍ଦ କରନ୍ତି । ଯଦି ସେ ଘରେ ରୁହନ୍ତି ତେବେ ସେ ରୁଟି ସବୁଜ ପନିପରିବା  ଏସବୁ ଖାଇବାକୁ ପସନ୍ଦ କରନ୍ତି । ଏଥିସହ ସେ ଖାଦ୍ୟରେ ପନିର ଟୋଷ୍ଟ କିମ୍ବା ମିଲ୍କସେକ ଇତ୍ୟାଦି ଖାଇବାକୁ ଭଲପାଆନ୍ତି । ଏଥିସହ ସେ ଘିଅ ଭାତ ଖାଆନ୍ତି ପୁରା ଶୋଇବା ସହ ନିଜ ଶରୀରକୁ ଧ୍ୟାନ ଦିଅନ୍ତି । ୨୧ ସେପ୍ଟେମ୍ବର ୧୯୮୦ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ କରୀନା । ରଣଧୀର କପୁର ଓ ବବିତା କପୁରଙ୍କ ସାନ ଝିଅ ହେଉଛନ୍ତି କରୀନା । କରୀନାଙ୍କ ବଡ଼ ଭଉଣୀ କରିସ୍ମା କପୁର ମଧ୍ୟ ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ  । ବର୍ତ୍ତମାନ କରୀନା କପୁର ୪୫ବର୍ଷରେ ପହଂଚିଛନ୍ତି