ଗାଡି ସାଇଡ ମରାକୁ କେନ୍ଦ୍ର କରି ଛୁରାମାଡ । ବାଇକ୍ ଚାଳକଙ୍କୁ ଛୁରା ମାରିଲେ ଦୁଇ ଯୁବକ ।

Advertisment

ସାଇଡ ମରାକୁ ନେଇ ବଚସା ପରେ ଗଣ୍ଡଗୋଳ । ଯୁବକଙ୍କ ଦୁଇ ହାତରେ ଲାଗିଛି ଗଭୀର ଆଘାତ ।

ସାଇଡ ମରାକୁ ନେଇ ବଚସା ପରେ ଗଣ୍ଡଗୋଳ । ଯୁବକଙ୍କ ଦୁଇ ହାତରେ ଲାଗିଛି ଗଭୀର ଆଘାତ ।

knife

କନକ ବ୍ୟୁରୋ: ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ଛୁରା ମାଡ଼ । ଭୁବନେଶ୍ବର ସହିଦ ନଗର ମହର୍ଷି କଲେଜ ରୋଡ଼ ରେ ଘଟିଛି ଘଟଣା । ବାଇକ୍ ଚାଳକ ଙ୍କୁ ଛୁରା ମାରିଲେ ଦୁଇ ଯୁବକ । ଛୁରାମାଡ଼ରେ ଆହତ ହୋଇଛନ୍ତି ଭୁବନେଶ୍ୱର ୟୁନିଟ- ୬ ସୂର୍ୟ୍ୟନଗରର ଏନ୍ କାର୍ତ୍ତିକ । ସୂର୍ୟ୍ୟନଗର ଅଞ୍ଚଳର କାର୍ତ୍ତିକ ମହର୍ଷି କଲେଜ ଅଞ୍ଚଳରେ ଯିବା ସମୟରେ କାରରେ ଯାଉଥିବା ଦୁଇ ଯୁବକଙ୍କ ସହ ଗାଡ଼ି ସାଇଡ ମରାକୁ ନେଇ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ କାରରେ ଥିବା ବ୍ୟକ୍ତି ଛୁରା ମାଡ କରିଥିଲେ । ଆକ୍ରମଣରେ କାର୍ତ୍ତିକଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରେ ସହିଦ ନଗର ଥାନା ପୁଲିସ ପହଞ୍ଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଆକ୍ରମଣ କରିଥିବା ଯୁବକ ପୁରୀ ଅଞ୍ଚଳର ହୋଇଥିବା ସୂଚନା । ସହିଦ ନଗର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଆହତ ଯୁବକ କାର୍ତ୍ତିକ । ସେପଟେ ଘଟଣାସ୍ଥଳରେ ଛୁରୀ ଫୋଫାଡ଼ି ଫେରାର ହୋଇଯାଇଛନ୍ତି ଆକ୍ରମଣକାରୀ ଯୁବକ । ପୋଲିସ ତଦନ୍ତ ଆରମ୍ଭ କରିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe