କନକ ବ୍ୟୁରୋ: ଆରସିବିକୁ ତାର ନିଜ ଘରେ ହରାଇଲେ ଲୋକାଲ ବୟ । ଆମେ କହୁଛୁ କେଏଲ ରାହୁଲଙ୍କ କଥା ,ଦିଲ୍ଲୀ ତରଫରୁ ଖେଳୁଥିବା ରାହୁଲ କାଲିର ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ ଏବଂ ଆରସିବି ପୁଣି ଥରେ ନିଜ ହୋମ-ଗ୍ରାଉଣ୍ଡରେ ପରାସ୍ତ ହୋଇଛି । 

Advertisment

ଆଇପିଏଲ୍ ୨୦୨୫ରେ ଏପର୍ଯ୍ୟନ୍ତ ଆରସିବି ବାହାର ଭେନ୍ୟୁରେ  ଆଧିପତ୍ୟ ବଜାୟ ରଖିଥିଲେ ହେଁ ଚିନ୍ନାସ୍ୱାମୀରେ ତା’ର ପ୍ରଦର୍ଶନ କ୍ରମାଗତ ଭାବେ ଭଲ ରହିନାହିଁ । ଘରୋଇ ପଡ଼ିଆରେ ଫେଲ ମାରୁଛି ଦଳ । ଏହାକୁ ନେଇ ପ୍ରଶଂସକ ଓ କ୍ରିକେଟ ଏକ୍ସପର୍ଟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ଆରସିବି ଘରୋଇ ମାଟିରେ କାହିଁକି ଜିତିପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । କ୍ରିକେଟ୍ ଭାଷ୍ୟକାର ହର୍ଷ ଭୋଗଲେ ମଧ୍ୟ ଫ୍ରାଞ୍ଚାଇଜର ଦୀର୍ଘଦିନର ଘରୋଇ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଆରସିବି ଧୂଆଁଧାର ଷ୍ଟାର୍ଟ ଦେଇଥିବା ବେଳେ ପରେ ଦଳ ବଡ ସ୍କୋର କରିପାରିନଥିଲା । ୨୦ ଓଭରରେ ଦଳ ୧୬୩ ରନ୍ କରିପାରିଥିଲା ହେଲେ ଛୋଟ ଟାର୍ଗେଟକୁ ଚେଜ୍ କରିବା ମଧ୍ୟ ଦିଲ୍ଲୀ ପାଇଁ ସହଜ ହୋଇନଥିଲା । ୨୦ରନ ଭିତରେ ଦିଲ୍ଲୀ ୩ଟି ୱିକେଟ ହରେଇଥିଲା ହେଲେ ସଙ୍କଟମୋଚକ ସାଜିଥିଲେ ଲୋକାଲ ବୟ କେଏଲ ରାହୁଲ ,୫୩ ବଲରେ ୯୩ ରନର ମହତ୍ତ୍ବପୂର୍ଣ୍ଣ ଇନିଂସ୍ ଖେଳି ଦିଲ୍ଲୀକୁ ଜିତାଇଥିଲେ ରାହୁଲ ।