କନକ ବ୍ୟୁରୋ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ୍ର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିଛନ୍ତି ଓପନର କେଏଲ୍ ରାହୁଲ । ଟେଷ୍ଟ କ୍ୟାରିଅରର ଅଷ୍ଟମ ଶତକ ହାସଲ କରିଛନ୍ତି ରାହୁଲ । ଦ୍ୱିତୀୟ ଇନିଂସରେ ଗୋଟିଏ ପରେ ଗୋଟିଏ ତିନୋଟି ୱିକେଟ୍ ଭାରତ ହରାଇ ଚାଲିଥିବା ବେଳେ ଚାପରେ ରହି ଦମ୍ଦାର ଇନିଂସ ଖେଳିଛନ୍ତି ରାହୁଲ । ଜୟସ୍ୱାଲ, ସାଇ ସୁଦର୍ଶନ ଓ ଗିଲ୍ଙ୍କ ୱିକେଟ ହରାଇବା ପରେ ଭାରତ ବ୍ୟାକ୍ଫୁଟ୍ରେ ରହିଥିଲା । କିନ୍ତୁ ରାହୁଲଙ୍କ ପାଳି ବଳରେ ଭାରତ ଏବେ ଇଂଲଣ୍ଡ ଉପରେ ୨୪୦ ରନ୍ର ଲିଡ୍ ନେଇଛି ।
💯 𝙛𝙤𝙧 𝙆𝙇 𝙍𝙖𝙝𝙪𝙡! 👏 👏
— BCCI (@BCCI) June 23, 2025
His 9⃣th TON in Test cricket 🙌 🙌
What a wonderful knock this has been! 👌 👌
Updates ▶️ https://t.co/CuzAEnBkyu#TeamIndia | #ENGvIND | @klrahulpic.twitter.com/XBr9RiheBR
ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ୍ର ଚତୁର୍ଥ ଦିନର ଖେଳ ଜାରି ରହିଛି । କେଏଲ୍ ରାହୁଲ ଶତକ ହାସଲ କରିଥିବା ବେଳେ ୮୨ ରନ୍ କରି ବ୍ୟାଟିଂ କରୁଛନ୍ତି । ପ୍ରଥମ ମ୍ୟାଚ୍ରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଏହି ଶତକ ସହିତ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି ରାହୁଲ । ଜଣେ ଭାରତୀୟ ଓପନର ଭାବରେ ସେ ଇଂଲଣ୍ଡ ମାଟିରେ ସବୁଠାରୁ ଅଧିକ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଇଂଲଣ୍ଡରେ ରାହୁଲ ତିନୋଟି ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଦୁଇଟି ଲେଖାଏଁ ଶତକ ହାସଲ କରିଛନ୍ତି ।