କନକ ବ୍ୟୁରୋ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ଆଇପିଏଲ ମହାସମର । ତେବେ ଏହାପୂର୍ବରୁ କୋଲକାତା ନାଇଟ ରାଇଡର୍ସ ଖେଳାଳିଙ୍କ ପାଇଁ ଆସିଛି ବଡ ଖବର । କେକେଆର ନିଜ ଅଧିନାୟକଙ୍କ ନାଁ ଘୋଷଣା କରିଛି । ଦଳ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେଇଥିବା ବେଳେ, ଭେଙ୍କଟେଶ ଆୟରଙ୍କୁ ଉପ ଅଧିନାୟକ କରିଛି ।
ଆଇପିଏଲରେ ଆଜିଙ୍କ୍ୟ ରାହାଣେ କେକେଆର ନବମ ଅଧିନାୟକ । ଏହାପୂର୍ବରୁ ସୌରଭ ଗାଙ୍ଗୁଲି, ବ୍ରେଣ୍ଡନ ମ୍ୟାକକୁଲମ, ଗୌତମ ଗମ୍ଭୀର, ଜ୍ୟାକ୍ସ କାଲିସ, ଦିନେଶ କାର୍ତ୍ତିକ, ଇୟନ ମୋର୍ଗାନ, ଶ୍ରେୟାସ ଆୟର ଓ ନୀତିଶ ରାଣା ଅଧିନାୟକ ରହି ସାରିଛନ୍ତି । ଦଳ ଗତ ବର୍ଷର ଅଧିନାୟକ ଶ୍ରେୟାସ ଆୟରଙ୍କୁ ମେଗା ଅକ୍ସନରେ ରିଲିଜ କରିବା ପରେ ଅଧିନାୟକ ଖୋଜୁଥିଲା । ତେବେ ନୂଆ ଅଧିନାୟକ ଭାବେ ଦଳ ଏଥର ରାହାଣେଙ୍କୁ ଦାୟିତ୍ୱ ଦେଇଛି ।
🚨 𝗢𝗳𝗳𝗶𝗰𝗶𝗮𝗹 𝗔𝗻𝗻𝗼𝘂𝗻𝗰𝗲𝗺𝗲𝗻𝘁 - Ajinkya Rahane named captain of KKR. Venkatesh Iyer named Vice-Captain of KKR for TATA IPL 2025. pic.twitter.com/F6RAccqkmW
— KolkataKnightRiders (@KKRiders) March 3, 2025
ଆଜିଙ୍କ୍ୟ ରାହାଣେ ଗତ ସିଜିନରେ ଚେନ୍ନାଇ ପାଇଁ ଖେଳୁଥିଲେ । ମେଗା ଅକ୍ସନରେ ସିଏସକେ ତାଙ୍କୁ ରିଲିଜ କରିଦେଇଥିଲା । ଆଉ ତାଙ୍କ ବେସ ପ୍ରାଇସ ରହିଥିଲା ୧ କୋଟି ୫୦ ଲକ୍ଷ । ଆଉ କେକେଆର ତାଙ୍କୁ ସେହି ବେସ ପ୍ରାଇସରେ ହିଁ କିଣିଥିଲା । ରାହାଣେ ଚେନ୍ନାଇ ପାଇଁ ଦୁଇଟି ସିଜିନରେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବାର ନଜର ଆସିଥିଲେ । ଆଉ ଅଧିନାୟକ ଭାବେ ତାଙ୍କର ଅନେକ ଅଭିଜ୍ଞତା ବି ରହିଛି । ତେଣୁ ଦଳ ତାଙ୍କୁ ବଡ ଦାୟିତ୍ୱ ଦେଇ ଆଉ ଏକ କପ ହାସଲ କରିବା ଲକ୍ଷ୍ୟରେ ରହିଛି ।
ନିକଟରେ କେକେଆର ତାର ନୂଆ ଜର୍ସି ଉନ୍ମୋଚନ କରିଛି । ଏଥର ଜର୍ସିରେ ଦଳ ଗୋଲ୍ଡେନ ବ୍ୟାଚ ଲଗାଇଛି । ଏଥିରେ ୩ଟି ଷ୍ଟାର ଲଗାଇଛି ଯାହା ୩ଥରର ଚାମ୍ପିୟନ ବୋଲି ଦର୍ଶାଉଛି । ବିସିସିଆଇ ଚଳିତଥର ଏହି ଗୋଲ୍ଡେନ ବ୍ୟାଚ ଆରମ୍ଭ କରୁଛି । ଯାହା ବର୍ତ୍ତମାନର ଚାମ୍ପିୟନ ଦଳଙ୍କୁ ଦର୍ଶାଇବ ।