ଟୁଇନ୍‌ ସିଟି ଆକାଶରେ ମାଞ୍ଜା ସୂତା ଆତଙ୍କ, ନିଷିଦ୍ଧ ସତ୍ତ୍ୱେ ଖୋଲାଖୋଲି ହେଉଛି ବିକ୍ରି

Advertisment

ପୁଲିସର ତାଗିଦକୁ ଫୁ କରି ଉଡ଼ାଇଦେଲେ । କଟକରେ ଖୁଲମ୍ ଖୁଲା ଉଡ଼ିଲା ଚାଇନିଜ୍ ମଞ୍ଜା ଏବଂ ପ୍ଲାଷ୍ଟିକ ସୂତା ଗୁଡ଼ି । ଏଥିସହ ବଜାରରେ ବିକ୍ରି ହେଉଛି ମାଳମାଳ ନିଷିଦ୍ଧ ମଞ୍ଜା ସୂତା । ପୁଲିସ ଚଢ଼ଉ କରୁଛି ତଥାପି ରୋକ ଲାଗୁନି ।

ପୁଲିସର ତାଗିଦକୁ ଫୁ କରି ଉଡ଼ାଇଦେଲେ । କଟକରେ ଖୁଲମ୍ ଖୁଲା ଉଡ଼ିଲା ଚାଇନିଜ୍ ମଞ୍ଜା ଏବଂ ପ୍ଲାଷ୍ଟିକ ସୂତା ଗୁଡ଼ି । ଏଥିସହ ବଜାରରେ ବିକ୍ରି ହେଉଛି ମାଳମାଳ ନିଷିଦ୍ଧ ମଞ୍ଜା ସୂତା । ପୁଲିସ ଚଢ଼ଉ କରୁଛି ତଥାପି ରୋକ ଲାଗୁନି ।

Manja suta

Manja suta Photograph: (Kanak News)

କନକ ବ୍ୟୁରୋ: ପ୍ରହସନ ପାଲଟିଲା କଟକଣା । ପୁଲିସର ତାଗିଦକୁ ଫୁ କରି ଉଡ଼ାଇଦେଲେ । କଟକରେ ଖୁଲମ୍ ଖୁଲା ଉଡ଼ିଲା ଚାଇନିଜ୍ ମଞ୍ଜା ଏବଂ ପ୍ଲାଷ୍ଟିକ ସୂତା ଗୁଡ଼ି । ଏଥିସହ ବଜାରରେ ବିକ୍ରି ହେଉଛି ମାଳମାଳ ନିଷିଦ୍ଧ ମଞ୍ଜା ସୂତା । ପୁଲିସ ଚଢ଼ଉ କରୁଛି ତଥାପି ରୋକ ଲାଗୁନି । ଆଜି ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ମାଞ୍ଜା ସୂତା ଲାଗିଯାଥିଲା । ମାତ୍ର ସେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି । ସେହିପରି ଏକ ଦମ୍ପତି ଏହି ଅଘଟରୁ ରକ୍ଷା ପାଇ ଯାଇଛନ୍ତି । 

ଜାନୁଆରି ୧୫ରେ ମହାରାଷ୍ଟ୍ରରେ ପୌର ନିର୍ବାଚନ ପାଇଁ ଭୋଟ୍; ମୁମ୍ବାଇ ପ୍ରମୁଖ ରଣକ୍ଷେତ୍ର

ମାଞ୍ଜା ସୂତାକୁ ନେଇ କଠୋରେ ହୋଇଛି ଭୁବନେଶ୍ବର ପୁଲିସ । ଗତକାଲି ପୋଖରୀପୁଟ୍‌ ଅଞ୍ଚଳର ଜଣେ ଯୁବକ ମାଞ୍ଜା ସୂତାରେ ଗୁରୁତର ଆହତ ହୋଇଥିଲେ । ଆଜି କ୍ୟାପିଟାଲ ଥାନା ପକ୍ଷରୁ ୟୁନିଟ୍ -୧ ହାଟରେ ରେଡ୍ କରାଯାଇଛି । ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇବାକୁ ବାରଣ କରାଯାଥିବା ବେଳେ ଚେତୁ ନାହାନ୍ତି ଅମାନିଆ । ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିର୍ଦ୍ଦେଶ ପରେ କ୍ୟାପିଟାଲ ଥାନା ପକ୍ଷରୁ ରେଡ୍‌ କରାଯାଇଛି । କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ପୁଲିସର ଚେତାବନୀ ସତ୍ତ୍ବେ ଆକାଶରେ ଉଡ଼ୁଛି ବେଆଇନ୍‌ ମାଞ୍ଜା ସୂତାର ଗୁଡ଼ି । କେବେ ଚେତିବେ ଲୋକ, କେବେ ସମ୍ପୂର୍ଣ୍ଣ ବନ୍ଦ ହେବ ମାଞ୍ଜା, ଚାଇନିଜ୍‌ ସୂତାର ବ୍ୟବହାର ତାକୁ ହିଁ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe