କନକ ବ୍ୟୁରୋ: ଏଲଏସିରୁ ଉଭୟ ଚୀନ ଓ ଭାରତ ସୀମା ପ୍ରତ୍ୟାହାର କରିବା ପରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ଡେମୋଚକ ଓ ଡିପସାଙ୍ଗରେ ସେନା ପ୍ରତ୍ୟାହାର ପରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ଏହା ଭିତରେ ଅରୁଣାଚଳ ପ୍ରଦେଶ ବୁମଲା ପାସରେ ପହଁଚିଛନ୍ତି ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଏଠାରେ ପହଞ୍ଚି ଭାରତୀୟ ଯେବାନଙ୍କ ସହ ଭେଟିବା ସହ ଚୀନ ସେନଙ୍କୁ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି । ଏନେଇ ନିଜ ସୋସିଆଲ ମିଡିଅରେ କେନ୍ଦ୍ରମନ୍ତ୍ରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

Advertisment

ଏହି ସମୟରେ ଚୀନ ସୈନିକମାନଙ୍କୁ ହାଲଚାଲ ପଚାରିବୁଝୁଥିବା ଦେଖିବାକୁ ମିଳିଛି । ପାଣିପାଗ କାରଣରୁ କୌଣସି ସମସ୍ୟା ହେଉଛି ନା ନାହିଁ  ଡ୍ରାଗନ ସେନାକୁ ପଚାରିବୁଝିଥିଲେ କିରଣ ରିଜିଜୁ । ତେବେ ଚୀନ ସେନା କହିଥିଲେ କିଛି ବି ସମସ୍ୟା ହେଉନି । ଏହାପରେ ରିଜିଜୁ ପଚାରିଥିଲେ ଯଦି ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଏ ତେବେ ଅକ୍ସଜେନ ସିଲ୍ଲିଣ୍ଡର ମହଜୁଦ ରଖିଛନ୍ତି ତ? ଚୀନ ସେନା କହିଲେ ୧୫ହଜାର ଫୁଟ ଉଚ୍ଚ ସ୍ଥାନରେ ମୁତୟନ ହେବା ପରେ ସେଠାକାର ପାଣିପାଗ ସହ ଅଭ୍ୟସ୍ତ ହୋଇସାରିଲେଣି । ତେବେ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ସୀମାରେ ଭାରତର ସ୍ଥିତି ଦେଖି ବେଶ ଗର୍ବ ଅନୁଭବ ହେଉଛି । ଯବାନଙ୍କ ସାହସ, ସମପର୍ଣ ଯୋଗୁଁ ଦେଶ ସୁରକ୍ଷିତ ଓ ଦେଶବାସୀ ଗର୍ବିତ ମନେ କରୁଛନ୍ତି ।