ସଙ୍ଗମସ୍ଥଳରେ କିନ୍ନରଙ୍କ ଅଦ୍ଭୁତ ସଂସାର । ମେକଅପରେ ଯାଉଛି ୩ ଘଣ୍ଟା ।

Advertisment

ସଙ୍ଗମସ୍ଥଳରେ ଏକ ହଜାର କିନ୍ନର । ମହାକୁମ୍ଭରେ କିନ୍ନରଙ୍କ ଜପ-ତପ ।

ସଙ୍ଗମସ୍ଥଳରେ ଏକ ହଜାର କିନ୍ନର । ମହାକୁମ୍ଭରେ କିନ୍ନରଙ୍କ ଜପ-ତପ ।

mahakumbha 22

କନକ ବ୍ୟୁରୋ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ । ଲାଗିଛି ସାଧୁ-ସନ୍ଥଙ୍କ ଭିଡ । ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ବାବାମାନେ । ଭିନ୍ନ ଭିନ୍ନ ବାବାଙ୍କୁ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମହାକୁମ୍ଭରେ ଲୋକଙ୍କ ଗହଳି ଲାଗିଛି। ଛୋଟୁ ବାବା, ଚାବୀ ବାବା, ରୁଦ୍ରାକ୍ଷ ବାବା, ଡିଜିଟାଲ ମଉନ ବାବାଙ୍କ ପରି ବାବା ମାନେ ମହାକୁମ୍ଭକୁ ଯାଉଥିବା ଶ୍ରଦ୍ଧାଳୁମାନଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ମହାକୁମ୍ଭରେ ଭିନ୍ନ ଭିନ୍ନ ବାବାଙ୍କ ସଂସାର ଦେଖିବାକୁ ମିଳିଛି । ତେବେ ଆଶ୍ଚର୍ଯ୍ୟର କଥା ସଙ୍ଗମସ୍ଥଳରେ ଖାଲି ବାବାମାନଙ୍କ ଭିନ୍ନ ସଂସାର ଦେଖିବାକୁ ମିଳିଛି ତାହା ନୁହେଁ ବରଂ କିନ୍ନର ମାନଙ୍କର ମଧ୍ୟ ଅଭୁତ ଏକ ସଂସାର ଦେଖିବାକୁ ମିଳିଛି । ୩ ଘଣ୍ଟା ମେକଅପରେ ଯାଉଥିବାବେଳେ ୪ ଘଣ୍ଟା ତପ ସାଧନାରେ ମହାକୁମ୍ଭରେ ବିତୁଛି କିନ୍ନରଙ୍କ ଜୀବନ । ଯିଏବି ଶ୍ରଦ୍ଧାଳୁ ମହାକମ୍ଭକୁ ଯାଉଛନ୍ତି ସେମାନେ କିନ୍ନରଙ୍କ ଆଖଡାକୁ ଯିବାକୁ ଭୁଲୁନାହାଁନ୍ତି।

ବେକରେ ସୁନାର ମୋଟା ମୋଟା ହାର, ହାତରେ ରୁଦ୍ରାକ୍ଷ, ସୁନା ଆଉ ହୀରାର ବ୍ରେସଲେଟ୍‌  କାନରେ ଭରି ଭରିର ସୁନା କାନ ଫୁଲ ଏବଂ ନାକରେ ସୁନାର ନୋଥ ଆଉ ମଥାରେ ତ୍ରୀପୁଣ୍ଡ ଏବଂ ଲାଲବିନ୍ଦି ଶୋଭାପାଉଥିବା କିନ୍ନର ଜଣଙ୍କ ହେଉଛନ୍ତି ଆର୍ଯ୍ୟନ ଲକ୍ଷ୍ମୀ ନାରାୟଣ । ଯିଏକି କିନ୍ନର ଆଖଡାର ମୁଖ୍ୟ । ସଙ୍ଗମସ୍ଥଳର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଲକ୍ଷ୍ମୀ ନାରାୟଣ । ବର୍ତ୍ତମାନ ସୁଧା ଏକ ହଜାର କିନ୍ନର ମହାକୁମ୍ଭରେ ସାମିଲ ହୋଇସାରିଲେଣି । ଏବେ ଦେଶବିଦେଶରୁ ଏମାନଙ୍କର ଆସିବାର ସିଲସିଲା ଜାରି ରହିଛି । ଏକ ଜାତୀୟ ଗଣମାଧ୍ୟମକୁ  ଆର୍ଯ୍ୟନ ଲକ୍ଷ୍ମୀ ନାରାୟଣ ସାକ୍ଷାତକାର ଦେଇ କହିଛନ୍ତି କିନ୍ନର ଶ୍ରୀଙ୍ଗାର ରେ ଭଲ ଲାଗନ୍ତି । ଏହି ଶ୍ରୀଙ୍ଗାର ଆମେ ଆମ ପ୍ରଭୁଙ୍କୁ ପାଇଁ କରୁ । ଆମ ପାଖେ ଏତେ ଟଙ୍କା ନଥାଏ ଯେ ମେକଅପ ଆର୍ଟିଷ୍ଟ ରଖିବୁ । ତେଣୁ ନିଜର ମେକଅପ ନିଜେ କରିନେଇଥାଉ। ଏହି ମେକଅପ ପାଇଁ ୩ ଘଣ୍ଟା ସମୟ ଲାଗିଥାଏ । ୪ ଘଣ୍ଟା ଭୋଲେନାଥଙ୍କ ପୂଜା ଆଉ ପ୍ରାର୍ଥନାରେ ଲୀନ ରହିଥାଉ। ଏ ସବୁ ୭ ଘଣ୍ଟାର କାମ । କୁମ୍ଭମେଳାରେ ରହିବା ପର୍ଯ୍ୟନ୍ତ ଏହି ସାଧନା ଜାରି ରହିବ ବୋଲି କହିଛନ୍ତି କିନ୍ନରଙ୍କ ମୁଖି୍ଆ ।

 ସେହିପରି ସଙ୍ଗମସ୍ଥଳ ମହାକୁମ୍ଭରେ ଭିନ୍ନ ଭିନ୍ନ ବାବାଙ୍କୁ ଦେଖିବାକୁ ମଳୁଛି । ସେହି ବାବାମାନଙ୍କ ମଧ୍ୟରୁ ଡିଜିଟାଲ ମଉନ ବାବା ଅନ୍ୟତମ । ଉଦୟପୁରରୁ ଆସିଥିବା ଏହି ମଉନବାବାଙ୍କୁ ନେଇ ଭାରି ଚର୍ଚ୍ଚା । ୧୨ ବର୍ଷ ପାଇଁ ମଉନ ବ୍ରତ କରିଛନ୍ତି ବାବା। ତେବେ ଆପଣ ଭାବୁଥିବେ ବାବାଙ୍କୁ ଡିଜିଟାଲ କାହିଁକି କୁହାଯାଉଛି । କାରଣ ବାବା ତାଙ୍କ କଥାକୁ ଡିଜିଟାଲ ବୋର୍ଡ ମାଧ୍ୟମରେ ପରିପ୍ରକାଶ କରିଥାନ୍ତି । ବାବା ଙ୍କ ପାଖରେ ଖାତା କଲମ ନଥାଏ ଥାଏ ଡିଜିଟାଲ ବୋର୍ଡ ଯାହା ମାଧ୍ୟମରେ ଶିଶ୍ୟଙ୍କୁ ତାଙ୍କର ଆବଶ୍ୟକତା ବିଷୟରେ କହିଥାନ୍ତି । ଏହି ଡିଜିଟାଲ ବୋର୍ଡ ବାବାଙ୍କ ପାଖରେ ସବୁବେଳେ ଥାଏ । ଡିଜିଟାଲ ବୋର୍ଡରେ ପେନ୍‌ ରେ ଲେଖିଥାନ୍ତି ଆଉ ଗୋଟଏ ବଟନ ଦବାଇବା ଦ୍ବାରା ସବୁ ଲେଖା ଲିଭିଯାଥାଏ ।  ସେହିପରି ଛୋଟୁବାବାଙ୍କୁ ମଧ୍ୟ ନେଇ ଭାରି ଚର୍ଚ୍ଚା । କୁମ୍ଭମେଳାକୁ ଆସିଥିବା ଛୋଟୁବାବା ୩୨ ବର୍ଷ ହେବ ଗାଧେଇନାହାଁନ୍ତି । ଏନେଇ ସିଏ କୁହଁନ୍ତି ମୋର ମନସ୍କାମନା ଏଯାଏଁ ପୂରଣ ହୋଇନି । ତେଣୁ ମୁଁ ଗାଧେଇନି । ଛୋଟୁବାବାଙ୍କର ଉଚ୍ଚତା ୩ ଫୁଟ୍‌ ୮ ଇଞ୍ଚି । ବୟସ ୫୭ ବର୍ଷ ।  ସାଧୁସନ୍ଥ ଏବଂ କିନ୍ନର ମାନଙ୍କ ଏପରି ସମାଗମକୁ ସଙ୍ଗମସ୍ଥଳକୁ ଆହୁରି ଆକର୍ଷିତ କରୁଛି ଶ୍ରଦ୍ଧାଳୁଙ୍କୁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe