King Kohli returns Photograph: (KanakNews)
କନକ ବ୍ୟୁରୋ; ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତ ଦମଦାର ବିଜୟ ଲାଭ କରିଛି ହେଲେ ସିରିଜ୍ରେ ପରାଜୟ ବରଣ କରିଛି ଗିଲ୍ ବାହିନୀ । ସିଡନୀରେ ଖେଳାଯାଉଥିବା ଶେଷ ଦିନିକିଆରେ ଭାରତ ବ୍ୟାଟିଂରେ ଦମଦାର୍ ପ୍ରଦର୍ଶନ କରିଛି , ଲଗାତାର ଦୁଇଟି ମ୍ୟାଚରେ ଶୂନରେ ଆଉଟ ହୋଇଥିବା ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ହିଟ୍ ମ୍ୟାନ ତ ଜବରଦସ୍ତ ବ୍ୟାଟିଂ କରି ଦର୍ଶକ ଓ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି , ରୋହିତ ଶର୍ମା ଶତକ ସହ ୧୨୧ ରନ୍ କରିଥିବା ବେଳେ କୋହଲି ୭୪ ରନ୍ କରିଛନ୍ତି ,ଉଭୟ ବ୍ୟାଟର ନଟ୍ଆଉଟ ରହିଛନ୍ତି । କୁହାଯାଏ ସିଡନୀ ରୋହିତଙ୍କ ପାଇଁ ଭାରୀ ଲକି ।
ନଜର ପକାଇବା ସିଡ୍ନିରେ ହିଟ୍ ମ୍ୟାନ୍ଙ୍କ ଟ୍ରାକ୍ ରେକର୍ଡ, ଶେଷ ୫ ଦିନିକିଆ (ସିଡ୍ନି) ୧୨୧ (ଆଜି), ୧୩୩ ,୯୯,୩୪,୬୬ । ଅଧିନାୟକ ପଦରୁ ରୋହିତଙ୍କୁ ହଟାଇବାକୁ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରୁନଥିଲେ ତାସହ ଗିଲ୍ଙ୍କ ରନ୍ କରିପାରୁନଥିଲେ କି ମ୍ୟାଚ ଜିତି ପାରୁନଥିଲେ ,ହେଲେ ରୋହିତଙ୍କ ଶତକ ଚୟନକର୍ତ୍ତାଙ୍କୁ ଦେଖାଇ ଦେଇଛି ତାଙ୍କ ପାଖରେ କ୍ରିକେଟ ଆହୁରୀ ବାକି ଅଛି ।
ଭାରତ ପାଇଁ ଆଉ ଏକ ଖୁସି ଖବର ରୋହିତଙ୍କ ଶତକ ସହ ଫର୍ମକୁ ଫେରିଛନ୍ତି କୋହଲି ,ଲାଗୁଥିଲା କୋହାଲିଙ୍କ ଏହି ସିରିଜ୍ ଶେଷ ଦିନିକିଆ ହୋଇପାରେ ହେଲେ ଜୀବନରେ ହାର୍ ମାନୁନଥିବା କୋହଲି ମ୍ୟାଚ୍ରେ କେମିତି ହାର୍ ମାନିବେ ,ଲୟକୁ ଫେରିବା ସହ ଦେଖାଇଦେଲେ ସେ ଆହୁରୀ ରନ୍ କରିବାର ଭୋକ ରଖିଛନ୍ତି । ଶେଷ ଦିନିକିଆରେ ବିଜୟ ତାହା ପୁଣି ରୋ-କୋଙ୍କ ନଟ୍ଆଉଟ କ୍ରିକେଟ ଫ୍ୟାନ୍ସଙ୍କୁ ଡବଲ ଖୁସି ଦେଇଛି । ଷ୍ଟାଡିୟମ୍ ବାହାରେ ଭାରତୀୟ ପ୍ରସଂଶକଙ୍କ ଖୁସି କହିଲେ ନ ସରେ ,ବାଜା ବଜାଇ ନାଚି ରୋହିତ-ବିରାଟଙ୍କୁ ଧନ୍ୟବାଦ ଜଣାଇଥିଲେ ,କାରଣ ଫ୍ୟାନ୍ସଙ୍କ ମତରେ ଏହି ଦୁଇ ବଡ଼ ଖେଳାଳି ଖେଳିଥିଲେ ଅଷ୍ଟ୍ରେଲିଆ ମାଟିରେ ଶେଷ ଦିନିକିଆ ।
Follow Us