କନକ ବ୍ୟୁରୋ : ପୁଣି ଯୌତୁକ ପାଇଁ ହତ୍ୟା ଅଭିଯୋଗ । ୯ ମାସର ଗର୍ଭବତୀ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏହି ଘଟଣା । ଆଳି ଥାନା ନଳପାହି ଗାଁର ଜୈରାମ ପରିଡାଙ୍କ ଝିଅ କଳ୍ପନା ପରିଡା ବାଲିସାହିପାଟଣା ଗାଁର ଦୀପକ ଦାସଙ୍କୁ ଗତବର୍ଷ ବିବାହ କରିଥିଲେ । ବର ଘର ଇଚ୍ଛା ମୁତାବକ ସମସ୍ତ ଜିନିଷ ଝିଅ ଘର ପକ୍ଷରୁ ଦିଆଯାଇଥିଲା ।  କିନ୍ତୁ ଶାଶୂଘର ଲୋକେ ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବି କରିବା ସହ ଝିଅକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । 

Advertisment

ଝିଅ ୯ ମାସର ଗର୍ଭବତୀ ଥିବା ବେଳେ ଗତକାଲି ଝିଅକୁ ତାର ଶାଶୁଘର ଲୋକେ ହତ୍ୟା କରିଥିବା ପରିବାର ଲୋକେ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପାଇବା ପରେ ରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବାବେଳେ କଳ୍ପନାଙ୍କ ଶାଶୁ ଘର ଲୋକେ ଫେରାର ହୋଇଯାଇଛନ୍ତି ।