କନକ ବ୍ୟୁରୋ : ଟ୍ରାଫିକ କନଷ୍ଟେବଲ ଶୁଭମିତ୍ରା ହତ୍ୟାକାଣ୍ଡରେ ନୂଆ ଟ୍ବିଷ୍ଟ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୧ କୋଟି ଟଙ୍କାର ବୀମା ହାତେଇବା କଥା ସାମ୍ନାକୁ ଆସିବା ପରେ ଶୁଭମିତ୍ରାଙ୍କୁ କାହିଁକି ହତ୍ୟା କଲା, ତା’ର ତଦନ୍ତ ପାଇଁ ପୁରୁଣା ଫାଇଲ ଖୋଲିଛି ପୁଲିସ । ଶୁଭମିତ୍ରାଙ୍କ ଘଟଣା କ୍ରମ ଥିଲା ସମ୍ପୂର୍ଣ୍ଣ ଅଲଗା। ଗାଡ଼ି ଭିତରେ ଉଭୟଙ୍କ ଭିତରେ ୪୦ ମିନିଟ୍ କାଳ ପାଟିତୁଣ୍ଡ ପରେ ତଣ୍ଟି ଚିପି ଦେଇଥିଲା ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତ । ମାରିବା ପାଇଁ ନୁହେଁ, ବରଂ ଚୁପ କରାଇବା ପାଇଁ ଚାହୁଁଥିବା ପୁଲିସ ହେପାଜତରେ କହିଥିଲା ଅଭିଯୁକ୍ତ ଦୀପକ । ଅଭିଯୁକ୍ତ ଦୀପକର ଆକାଉଣ୍ଟରେ କୋଟିଏ ଟଙ୍କାରୁ ଅଧିକ ଥିବାରୁ ସେଥିରୁ ୨୦ ଲକ୍ଷ ଟଙ୍କା ବାରମ୍ବାର ମାଗୁଥିଲେ ଶୁଭମିତ୍ରା । ଆଉ ଟଙ୍କା ପାଇଁ ବାରମ୍ବାର ଦୀପକଙ୍କ ଉପରେ ଚାପ ପକାଉଥିଲେ । ଶୁଭମିତ୍ରା ଏହି ଟଙ୍କା ତାଙ୍କ ଭାଇ ନନ୍ଦୁଙ୍କୁ ଦେବାକୁ କହି ଚାପ ପକାଉଥିବାର ଚାଟିଙ୍ଗ ମଧ୍ୟ ପାଇଛି ପୁଲିସ । ଏପରିକି ଶୁଭମିତ୍ରା ଓ ତାଙ୍କ ମା’ ଏନେଇ ଦୀପକଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ। ଯାହାକୁ ନେଇ ଦୀପକ ନିଜ ହ୍ବାଟ୍ସଆପ ୱାଲରେ ଚାଟିଙ୍ଗରେ ଲେଖିଥିଲେ । ଶୁଭମିତ୍ରା ଓ ଦୀପକ ଭିତରେ ହୋଇଥିବା ଏହି ଚାଟିଙ୍ଗ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାଇଛି ପୁଲିସ । ତେବେ ଅନେକ ଗୁଡିଏ ଅସମାହିତ ଦିଗକୁ ନେଇ, ପୁଲିସ ଏବେବି ଖୋଳତାଡ଼ ଜାରି ରଖିଥିବା ପୁଲିସ କମିସନର କହିଛନ୍ତି ।
ସାମ୍ନାକୁ ଆସୁଛି କିଲର ଦୀପକର କଳା କହାଣୀ, ପୁଲିସ ହାତରେ ଶୁଭମିତ୍ରା ଓ ଦୀପକର ହ୍ୱାଟସଆପ୍ ଚାଟିଂ
ଶୁଭମିତ୍ରାଙ୍କ ଘଟଣା କ୍ରମ ଥିଲା ସମ୍ପୂର୍ଣ୍ଣ ଅଲଗା। ଗାଡ଼ି ଭିତରେ ଉଭୟଙ୍କ ଭିତରେ ୪୦ ମିନିଟ୍ କାଳ ପାଟିତୁଣ୍ଡ ପରେ ତଣ୍ଟି ଚିପି ଦେଇଥିଲା ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତ । ମାରିବା ପାଇଁ ନୁହେଁ, ବରଂ ଚୁପ କରାଇବା ପାଇଁ ଚାହୁଁଥିବା ପୁଲିସ ହେପାଜତରେ କହିଥିଲା ଅଭିଯୁକ୍ତ ଦୀପକ । ଅଭିଯୁକ୍ତ ଦୀପକର ଆକାଉଣ୍ଟରେ କୋଟିଏ ଟଙ୍କାରୁ ଅଧିକ ଥିବାରୁ ସେଥିରୁ ୨୦ ଲକ୍ଷ ଟଙ୍କା ବାରମ୍ବାର ମାଗୁଥିଲେ ଶୁଭମିତ୍ରା ।
/kanak/media/media_files/2025/09/23/10-2025-09-23-16-51-10.jpg)