କନକ ବ୍ୟୁରୋ : ଷଣ୍ଡ ଆକ୍ରମଣରେ ବୃଦ୍ଧା ମୃତ । ନାତିକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଷଣ୍ଡ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅଲାରପୁର ଗାଁ ନିକଟରେ । ପଦ୍ମପୁର ଗାଁର ସରସ୍ବତୀ ନାୟକ ତାଙ୍କ ନାତିକୁ ସ୍କୁଲରୁ ଆଣିବାକୁ ଯାଇଥିଲେ । ହଠାତ୍ ଏକ ଷଣ୍ଢ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ନିକଟସ୍ଥ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ମାରଣା ଷଣ୍ଡକୁ ଧରିବା ପାଇଁ ବ୍ରହ୍ମଗିରି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ସହାୟତାରେ ଷଣ୍ଢକୁ କାବୁ କରିଛନ୍ତି ଅଗ୍ନିଶମ ବାହିନୀ ।
ସେପଟେ ଗାଁରେ ପଶିଲା ଦନ୍ତା ହାତୀ । ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗିଛି ହାତୀ । ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦାଣ୍ଡଜମିରା ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି । ବିଶାଳ ଦନ୍ତାହାତୀ ହଠାତ୍ ଗାଁ ଭିତରକୁ ପଶି ଆସି ତାଣ୍ଡବ ରଚିଛି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଖାଦ୍ୟ ଅନ୍ବେଷଣରେ ଘର ଭିତରେ ପଶୁଛନ୍ତି । ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ ହାତୀ ଘଉଡ଼ାଇବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/23/bull-attack-2025-08-23-18-02-12.jpg)