ମୁହଁ ଖୋଲିଲେ କମେଡିଆନ୍ କୀକୁ ଶାରଦା : କପିଲ୍ ଶର୍ମା ସୋ’ ଛାଡ଼ିବା ଏବଂ କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ାକୁ ନେଇ କହିଲେ ଏମିତି

Advertisment

ନିକଟରେ ଖବର ଆସିଥିଲା କି କୀକୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ ଛାଡ଼ି ଦେଇଛନ୍ତି ଏବଂ ଏହା ମଧ୍ୟ ଖବର ଆସୁଥିଲା ଯେ ସେ ଏହି ନିଷ୍ପତ୍ତି କୃଷ୍ଣା ଅଭିଷେକଙ୍କ ସହ ସେଟ୍‌ରେ ଝଗଡ଼ା ହେବା ପରେ ନେଇଛନ୍ତି ।

ନିକଟରେ ଖବର ଆସିଥିଲା କି କୀକୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ ଛାଡ଼ି ଦେଇଛନ୍ତି ଏବଂ ଏହା ମଧ୍ୟ ଖବର ଆସୁଥିଲା ଯେ ସେ ଏହି ନିଷ୍ପତ୍ତି କୃଷ୍ଣା ଅଭିଷେକଙ୍କ ସହ ସେଟ୍‌ରେ ଝଗଡ଼ା ହେବା ପରେ ନେଇଛନ୍ତି ।

comedy

comedy Photograph: (KanakNews)

କନକ ବ୍ୟୁରୋ : ଦେଶର ଜଣେ ଜଣାଶୁଣା କମେଡିଆନ୍ ହେଉଛନ୍ତି କୀକୁ ଶାରଦା । କପିଲ ଶର୍ମାଙ୍କ ସୋ' ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ରେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ବେଶ୍ ପସନ୍ଦ କରନ୍ତି ଦର୍ଶକ । ନିକଟରେ ଖବର ଆସିଥିଲା କି କୀକୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ ଛାଡ଼ି ଦେଇଛନ୍ତି ଏବଂ ଏହା ମଧ୍ୟ ଖବର ଆସୁଥିଲା ଯେ ସେ ଏହି ନିଷ୍ପତ୍ତି କୃଷ୍ଣା ଅଭିଷେକଙ୍କ ସହ ସେଟ୍‌ରେ ଝଗଡ଼ା ହେବା ପରେ ନେଇଛନ୍ତି । ତେବେ ବର୍ତ୍ତମାନ ଏହି ଖବର ଉପରେ କୀକୁ ନିଜର ମୁହଁ ଖୋଲିଛନ୍ତି ଏବଂ ସତ କ'ଣ ତାହା ମଧ୍ୟ ଜଣାଇଛନ୍ତି । 

kiku
kiku Photograph: (google)

କମେଡିଆନ୍ ଏବେ ଏହି ସମସ୍ତ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ସ୍ପଷ୍ଟ କରିଦେଇଛନ୍ତି ଯେ ସେ କପିଲ ଶର୍ମାଙ୍କ ଟିମ୍‌ର ଅଂଶ ହୋଇ ରହିବେ । କୀକୁ ଶାରଦା ଇନ୍ସଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କୃଷ୍ଣା ଅଭିଷେକଙ୍କ ସହ ନଜର ଆସୁଛନ୍ତି । ସେ କ୍ୟାପସନ୍‌ରେ ସେଟ୍‌ରେ ହୋଇଥିବା ଝଗଡ଼ା ଏବଂ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ସୋ’ ଛାଡ଼ିବାର ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । କୀକୁ କ୍ୟାପସନ୍‌ରେ ଲେଖିଛନ୍ତି, ‘ଏହି ବନ୍ଧନ କେବେ ବି ଭାଙ୍ଗିବ ନାହିଁ । ଝଗଡ଼ା ତ କେବଳ ଏକ ମଜା ଥିଲା । ଏହି ଗୁଜବ ଉପରେ ଭରସା କରନ୍ତୁ ନାହିଁ । ମୁଁ ସବୁବେଳେ ଏହି ସୋ' ଏବଂ ଏହି ପରିବାରର ଅଂଶ ହୋଇ ରହିବି ।’  

କୃଷ୍ଣା ଏବଂ କୀକୁଙ୍କ ମଧ୍ୟରେ ମତଭେଦ ହେବାର ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଦୁହିଁଙ୍କ ଝଗଡ଼ାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । କ୍ଲିପ୍‌ରେ କୀକୁ ଏବଂ କୃଷ୍ଣାଙ୍କ ମଧ୍ୟରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା । କୀକୁ ଶାରଦା କହୁଥିଲେ, ‘ମୁଁ ଟାଇମ୍ ପାସ୍ କରୁଛି ?’ ଏହା ଉପରେ କୃଷ୍ଣା କହୁଥିବା ଦେଖାଯାଇଥିଲା, ‘ଆପଣ କରନ୍ତୁ ଭାଇ, କୌଣସି ଅସୁବିଧା ନାହିଁ । ମୁଁ ଏଠାରୁ ଯାଉଛି ।’ ତା'ପରେ କୀକୁ ଉତ୍ତର ଦେଇଥିଲେ, ‘ଉଚ୍ଚ ସ୍ବରର କଥା ନୁହେଁ, ଆପଣ ଏହାକୁ ଭୁଲ୍ ଉପାୟରେ ନେଇ ଯାଉଛନ୍ତି’ । ଯଦିଓ, ଏବେ କୀକୁ ଶାରଦା ନିଜେ ଖୁଲାସା କରିଛନ୍ତି ଯେ ସେ ସବୁ ପ୍ରାଙ୍କ୍ ଥିଲା । ତେବେ ଏହି ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ସୋ’ର ଜଜ୍ ସିଟରେ ବସୁଥିବା ବରିଷ୍ଠ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍ ସିଂ । ଜଣାଇଦେଉଛୁ କି କୀକୁ ଶାରଦା ଖୁବଶୀଘ୍ର ରିଆଲିଟି ସୋ' ‘ରାଇଜ୍ ଏଣ୍ଡ୍ ଫଲ୍’ରେ ନଜର ଆସିବେ । ତାଙ୍କ ବ୍ୟତୀତ ଅର୍ଜୁନ ବିଜଲାନୀ, ଧନଶ୍ରୀ ବର୍ମା ଏବଂ କୁବ୍ରା ସୈତ ମଧ୍ୟ ଶୋ'ର ଅଂଶ ହେବେ । ରାଇଜ୍ ଏଣ୍ଡ୍ ଫଲ୍‌କୁ ‘ଶାର୍କ ଟ୍ୟାଙ୍କ’ ଫେମ୍ ପ୍ରସିଦ୍ଧ ବିଜନେସ୍‌ମ୍ୟାନ୍ ଅଶନୀର ଗ୍ରୋଭର ହୋଷ୍ଟ କରିବାକୁ ଯାଉଛନ୍ତି । ସୋ'ର କନସେପ୍ଟ କିଛି ମାତ୍ରାରେ ବିଗ୍ ବସ୍ ଭଳି । ନିକଟରେ ଏଥିରେ ଭୋଜପୁରୀ ଆକ୍ଟର ପୱନ ସିଂହଙ୍କ ଏଣ୍ଟ୍ରି ହୋଇଛି । ‘ରାଇଜ୍ ଏଣ୍ଡ୍ ଫଲ୍’ ୬ ସେପ୍ଟେମ୍ବରରୁ ପ୍ରତିଦିନ ଦ୍ୱିପ୍ରହର ୧୨ଟାରେ ଆମାଜନ ଏମ୍ଏକ୍ସ ପ୍ଲେୟରରେ ଷ୍ଟ୍ରିମ୍ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe