କନକ ବ୍ୟୁରୋ : ଦେଶର ଜଣେ ଜଣାଶୁଣା କମେଡିଆନ୍ ହେଉଛନ୍ତି କୀକୁ ଶାରଦା । କପିଲ ଶର୍ମାଙ୍କ ଶୋ' ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ରେ ତାଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ବେଶ୍ ପସନ୍ଦ କରନ୍ତି ଦର୍ଶକ । ନିକଟରେ ଖବର ଆସିଥିଲା କି କୀକୁ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ଛାଡ଼ି ଦେଇଛନ୍ତି ଏବଂ ଏହା ମଧ୍ୟ ଖବର ଆସୁଥିଲା ଯେ ସେ ଏହି ନିଷ୍ପତ୍ତି କୃଷ୍ଣା ଅଭିଷେକଙ୍କ ସହ ସେଟ୍‌ରେ ଝଗଡ଼ା ହେବା ପରେ ନେଇଛନ୍ତି । ତେବେ ବର୍ତ୍ତମାନ ଏହି ଖବର ଉପରେ କୀକୁ ନିଜର ମୁହଁ ଖୋଲିଛନ୍ତି ଏବଂ ସତ କ'ଣ ତାହା ମଧ୍ୟ ଜଣାଇଛନ୍ତି । 

Advertisment
kiku
kiku Photograph: (google)

କମେଡିଆନ୍ ଏବେ ଏହି ସମସ୍ତ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ସ୍ପଷ୍ଟ କରିଦେଇଛନ୍ତି ଯେ ସେ କପିଲ ଶର୍ମାଙ୍କ ଟିମ୍‌ର ଅଂଶ ହୋଇ ରହିବେ । କୀକୁ ଶାରଦା ଇନ୍ସଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କୃଷ୍ଣା ଅଭିଷେକଙ୍କ ସହ ନଜର ଆସୁଛନ୍ତି । ସେ କ୍ୟାପସନ୍‌ରେ ସେଟ୍‌ରେ ହୋଇଥିବା ଝଗଡ଼ା ଏବଂ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ଛାଡ଼ିବାର ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି । କୀକୁ କ୍ୟାପସନ୍‌ରେ ଲେଖିଛନ୍ତି, ‘ଏହି ବନ୍ଧନ କେବେ ବି ଭାଙ୍ଗିବ ନାହିଁ । ଝଗଡ଼ା ତ କେବଳ ଏକ ମଜା ଥିଲା । ଏହି ଗୁଜବ ଉପରେ ଭରସା କରନ୍ତୁ ନାହିଁ । ମୁଁ ସବୁବେଳେ ଏହି ଶୋ' ଏବଂ ଏହି ପରିବାରର ଅଂଶ ହୋଇ ରହିବି ।’  

କୃଷ୍ଣା ଏବଂ କୀକୁଙ୍କ ମଧ୍ୟରେ ମତଭେଦ ହେବାର ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ଦୁହିଁଙ୍କ ଝଗଡ଼ାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । କ୍ଲିପ୍‌ରେ କୀକୁ ଏବଂ କୃଷ୍ଣାଙ୍କ ମଧ୍ୟରେ କଥା କଟାକଟି ହେଉଥିବା ଦେଖିବାକୁ ମିଳିଥିଲା । କୀକୁ ଶାରଦା କହୁଥିଲେ, ‘ମୁଁ ଟାଇମ୍ ପାସ୍ କରୁଛି ?’ ଏହା ଉପରେ କୃଷ୍ଣା କହୁଥିବା ଦେଖାଯାଇଥିଲା, ‘ଆପଣ କରନ୍ତୁ ଭାଇ, କୌଣସି ଅସୁବିଧା ନାହିଁ । ମୁଁ ଏଠାରୁ ଯାଉଛି ।’ ତା'ପରେ କୀକୁ ଉତ୍ତର ଦେଇଥିଲେ, ‘ଉଚ୍ଚ ସ୍ବରର କଥା ନୁହେଁ, ଆପଣ ଏହାକୁ ଭୁଲ୍ ଉପାୟରେ ନେଇ ଯାଉଛନ୍ତି’ । ଯଦିଓ, ଏବେ କୀକୁ ଶାରଦା ନିଜେ ଖୁଲାସା କରିଛନ୍ତି ଯେ ସେ ସବୁ ପ୍ରାଙ୍କ୍ ଥିଲା । ତେବେ ଏହି ଖବରକୁ ସମ୍ପୂର୍ଣ୍ଣ ଗୁଜବ ବୋଲି କହିଛନ୍ତି ଶୋ’ର ଜଜ୍ ସିଟରେ ବସୁଥିବା ବରିଷ୍ଠ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍ ସିଂ । ଜଣାଇଦେଉଛୁ କି କୀକୁ ଶାରଦା ଖୁବଶୀଘ୍ର ରିଆଲିଟି ଶୋ' ‘ରାଇଜ୍ ଏଣ୍ଡ୍ ଫଲ୍’ରେ ନଜର ଆସିବେ । ତାଙ୍କ ବ୍ୟତୀତ ଅର୍ଜୁନ ବିଜଲାନୀ, ଧନଶ୍ରୀ ବର୍ମା ଏବଂ କୁବ୍ରା ସୈତ ମଧ୍ୟ ଶୋ'ର ଅଂଶ ହେବେ । ରାଇଜ୍ ଏଣ୍ଡ୍ ଫଲ୍‌କୁ ‘ଶାର୍କ ଟ୍ୟାଙ୍କ’ ଫେମ୍ ପ୍ରସିଦ୍ଧ ବିଜନେସ୍‌ମ୍ୟାନ୍ ଅଶନୀର ଗ୍ରୋଭର ହୋଷ୍ଟ କରିବାକୁ ଯାଉଛନ୍ତି । ଶୋ'ର କନସେପ୍ଟ କିଛି ମାତ୍ରାରେ ବିଗ୍ ବସ୍ ଭଳି । ନିକଟରେ ଏଥିରେ ଭୋଜପୁରୀ ଆକ୍ଟର ପୱନ ସିଂହଙ୍କ ଏଣ୍ଟ୍ରି ହୋଇଛି । ‘ରାଇଜ୍ ଏଣ୍ଡ୍ ଫଲ୍’ ୬ ସେପ୍ଟେମ୍ବରରୁ ପ୍ରତିଦିନ ଦ୍ୱିପ୍ରହର ୧୨ଟାରେ ଆମାଜନ ଏମ୍ଏକ୍ସ ପ୍ଲେୟରରେ ଷ୍ଟ୍ରିମ୍ କରାଯିବ ।