କନକ ବ୍ୟୁରୋ : କିଟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଆଉ ୫ ଗିରଫ ହୋଇଛନ୍ତି । ଏକ ଭିଡ଼ିଓ ଆଧାରରେ ୫ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ I  ମୁଥ ମାରୁଥିବା ୫ ଜଣ ଗିରଫ ହୋଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଝାରପଡ଼ା ଜେଲ ଯାଇଛନ୍ତି ୫ ଅଭିଯୁକ୍ତ । ୧୭ ତାରିଖରେ ଛାତ୍ରଛାତ୍ରୀ ହଷ୍ଟେଲ ଓ ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଗିରଫ ଅଭିଯୁକ୍ତ ଓ ଅନ୍ୟ କର୍ମଚାରୀ ହଠାତ ସେଠାରୁ ଚାଲିଯିବାକୁ କହିଥିଲେ ।

Advertisment

ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବାରେ ବିଳମ୍ବ ହେବାରୁ ଅଭିଯୁକ୍ତମାନେ ହଠାତ୍ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଡ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କିଟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଦୁଇ ସୁରକ୍ଷା କର୍ମୀଙ୍କ ସହ ୫ ଜଣ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ କର୍ମଚାରୀ ଅଛନ୍ତି । ୧୭ ତାରିଖ ରାତିରେ ଏହି ଘଟଣାକୁ ନେଇ ବିବାଦ ତେଜିଛି ।  ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି ।