KIIT ନେପାଳୀ ଛାତ୍ରୀ ପ୍ରିଶାଙ୍କ ମୃତ୍ୟୁ ଘଟଣା ; ତଦନ୍ତ କରିବ ୟୁଜିସି

କିଟରେ ନେପାଳ ଛାତ୍ରୀ ପ୍ରିଶା ଶାହାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛି ୟୁଜିସି । ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

KIIT ଛାତ୍ରୀ ମୃତ୍ୟୁ

KIIT ଛାତ୍ରୀ ମୃତ୍ୟୁ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: କିଟରେ ନେପାଳ ଛାତ୍ରୀ ପ୍ରିଶା ଶାହାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛି ୟୁଜିସି । ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ଉଦ୍‌ବେଗ ପ୍ରକାଶ କରି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି । ସେପଟେ ଆଜି ଏମ୍ସରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । 


କିଟ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ନେପାଳୀ ଛାତ୍ରୀ ପ୍ରିଶା ସାହାଙ୍କର ଆଜି ପୋଷ୍ଟମର୍ଟମ କରାଇଛି କମିଶନରେଟ ପୋଲିସ । ପରିବାର ଲୋକ ନେପାଳରୁ ଭୁବନେଶ୍ୱର ଆସି ପହଞ୍ଚିବା ପରେ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ସାଇଣ୍ଟିଫିକ ଟିମ, ତହସିଲଦାର ଓ ପୋଲିସ ଉପସ୍ଥିତିରେ ହୋଇଛି ବ୍ୟବଚ୍ଛେଦ। ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ ।  ଝିଅର ଶେଷକୃତ୍ୟ ନେପାଳରେ ନକରି ପୁରୀ ସ୍ୱର୍ଗଦ୍ୱାରରେ କରିଛନ୍ତି ପରିବାର ଲୋକ । ତେବେ ଝିଅର ଏଭଳି ସନ୍ଦେହଜନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । କ’ଣ ପାଇଁ ଓ କେଉଁ ପରିସ୍ଥିତିରେ ପ୍ରିଶାଙ୍କ ମୃତ୍ୟୁ ହେଲା ତାର ନିରପେକ୍ଷ ତଦନ୍ତ କରି ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି ପରିବାର । 

୪ ମାସ ଭିତରେ କିଟ୍‌ରେ ଦୁଇ ଦୁଇଜଣ ନେପାଳ ଝିଅଙ୍କର କେମିତି ହୋଇଛି ମୃତ୍ୟୁ, ତାର ତଦନ୍ତ କରିବ ସ୍ବତନ୍ତ୍ର ଟିମ୍ ।  
୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ ଗଠନ କରିଛି ୟୁଜିସି। ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ଉଦ୍‌ବେଗ ପ୍ରକାଶ କରି ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି। ଏପଟେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ବି ମାମଲା ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe