କନକ ବ୍ୟୁରୋ: କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ଦିଲୀପ ତିର୍କି ହକି ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃବିଶ୍ବବିଦ୍ୟାଳୟ ଜୋନାଲ୍ ମହିଳା ହକି ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶାର ଦୁଇ ଦଳ କିଟ୍ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁହାଁମୁହିଁ ହେବେ । ରବିବାରର ପ୍ରଥମ ସେମିଫାଇନାଲ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପେନାଲ୍ଟି ସୁଟ୍ଆଉଟ୍ରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ୩-୧ (୧-୧) ଗୋଲ୍ରେ ପରାସ୍ତ କରିଥିଲା । ସେହିଭଳି ଦ୍ବିତୀୟ ସେମିଫାଇନାଲ୍ରେ କିଟ୍ ବିଶ୍ବବିଦ୍ୟାଳୟ ୨-୧ ଗୋଲ୍ରେ ଗ୍ବାଲିୟରର ଆଇଟିଏମ୍ ବିଶ୍ବବିଦ୍ୟାଳୟକୁ ହରାଇ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଏଥିସହିତ କିଟ୍ ଓ ସମ୍ବଲପୁର ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ । ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ । ଏହି ସଫଳତା ଲାଗି କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ପ୍ରଫେସର୍ ଅଚ୍ୟୁତ ସାମନ୍ତ ଉଭୟ ଦଳକୁ ଶୁଭକାମନା ଜ୍ଞାପନ କରିଛନ୍ତି ।
ଏହା ବି ପଢ଼ନ୍ତୁ: ଆନ୍ତଃଜିଲ୍ଲା ସ୍କୁଲ୍ କ୍ରିକେଟ୍: କଟକ ବିଜେତା, ଭୁବନେଶ୍ୱର ଉପବିଜେତା
Follow Us