କନକ ବ୍ୟୁରୋ: କ୍ଷମା ମାଗିଲେ କିଟ୍ କର୍ତ୍ତୃପକ୍ଷ। ଫେବୃୟାରୀ ୧୬ ତାରିଖ ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଘଟଣା ପାଇଁ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଟର୍ମିନେଟ କରାଯାଇଛି । ସେହିଭଳି ହଷ୍ଟେଲର ୨ଜଣ ସିନିୟର ଅଫିସର ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଅଫିସର ଜଣେ ସିନିୟର ଆଡମିନଷ୍ଟ୍ରେଟିଭ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ସେପଟେ ତୁରନ୍ତ କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଉଛି। ଛାତ୍ରଛାତ୍ରୀଙ୍କ ଫେରିବା ନେଇ କ୍ୟାମ୍ପସ ୬ ପରିସରରେ ସ୍ୱତନ୍ତ୍ର ଭାବେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ। 

Advertisment


ବିଧାନସଭାରେ କିଟ୍ ତାତି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି ଓ କଂଗ୍ରେସ । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତଦନ୍ତ ନହେଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି। ଏଭଳି ଘଟଣା ପାଇଁ ସାରା ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି । ନେପାଳ ସହ ଭାରତର ସମ୍ପର୍କ ଭଲ। ତେଣୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ମଧ୍ୟ ସେଠାରୁ ଆସିଥାଏ । ତେଣୁ ଯେଉଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଛି, ତାହା ନିନ୍ଦନୀୟ ବୋଲି କହିଛନ୍ତି ତାରା । ସେହିପରି ବିଜେପି ମଧ୍ୟ ସମାନ କଥା ଉଠାଇ ଘଟଣାକୁ ନିନ୍ଦା କରିଛି।