୫୦ ଲକ୍ଷରେ କିଡନୀ ଡିଲ୍ ! ଗୁମର ଖୋଲିଲା ସ୍ବାସ୍ଥ୍ୟ ବିଭାଗ

୫୦ ଲକ୍ଷରେ ହେଉଥିଲା କିଡନୀ ଡିଲ । ଗୁମର ଖୋଲିଲା ସ୍ବାସ୍ଥ୍ୟ ବିଭାଗ । ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗର ତନାଘନା। କିଡନୀ ତସ୍କରୀକୁ ଧରିବାକୁ ବିଭାଗ କରିଛି ସ୍ବତନ୍ତ୍ର ଇନଭେଷ୍ଟିଗେସନ୍ ଟିମ୍ ।

Kidney-deal

Kidney-deal Photograph: (kanakNews)

କନକ ବ୍ୟୁରୋ :  ୫୦ ଲକ୍ଷରେ ହେଉଥିଲା କିଡନୀ ଡିଲ । ଗୁମର ଖୋଲିଲା ସ୍ବାସ୍ଥ୍ୟ ବିଭାଗ । ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗର ତନାଘନା।  କିଡନୀ ତସ୍କରୀକୁ ଧରିବାକୁ ବିଭାଗ କରିଛି ସ୍ବତନ୍ତ୍ର ଇନଭେଷ୍ଟିଗେସନ୍ ଟିମ୍ । ଆଉ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ତାହା ଜାଣିଲେ ଆପଣ ଯେତିକି ଭୟଭୀତ ହେବେ ହତାସ୍ ହେବେ । କାରଣ ଏଠି ଗୋଟେପଟେ ଗରିବୀର ଅସହାୟତା ଆଉ ଗୋଟେ ପଟେ ସ୍ବାର୍ଥପର ଏଜେଣ୍ଟ ମାନଙ୍କର ଲୋଲୁପ ଆଖି। ଆ ଭିତରେ ଡିଲ ହେଉଛି ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ କିଡନୀ।
 
ଦୁଇ ଜଣ ମହିଳାଙ୍କ ଠାରୁ କିଡନୀ କାଢିନେଇ ଏହାକୁ ୫୦ ଲକ୍ଷ ଟଙ୍କାରେ ଡିଲ ହେଉଥିବା ଜଣାପଡିବା ପରେ ତେଲେଙ୍ଗାନା ବିଭାଗ ଆରମ୍ଭ କରିଥିଲା ତନାଘନା । ଏଥିରେ ଏଭଳି ୨୦ରୁ ଅଧିକ ଡିଲ ହୋଇଛି ବୋଲି ଜଣାପଡିଛି । ଏଥିରେ ରହିଛି ଏଜେଣ୍ଟ ଆଉ ଡାକ୍ତରଙ୍କ ହାତ ।  ସୂଚନା ଅନୁସାରେ, ହାଇଦ୍ରାବାଦର ଅଳକାନ୍ଦା ହସ୍ପିଟାଲ, ସେଠାକୁ ଆସିଥିଲେ ଅତି ଗରୀବ ଶ୍ରେଣୀ ଦୁଇ ମହିଳା। ତାଙ୍କୁ ଅପରେସନ୍ ଥିଏଟରକୁ ନିଆଯାଇଥିଲା। ଆଉ ସେଠାରୁ ବାହାରିବା ବେଳକୁ ତାଙ୍କ ଦେହରେ ନଥିଲା କିଡନୀ। ଡାକ୍ତରମାନେ ସର୍ଜର କରି କାଢିନେଇଥିଲେ ସେମାନଙ୍କ କିଡନୀ। ଆଉ ତପରେ ଆରମ୍ଭ ହୋଇଥିଲା ଡିଲ। ଗୋଟେ କିଡନୀକୁ ୫୦ ଲକ୍ଷ।  ଏଥିରୁ ମହିଳାଙ୍କୁ ଧରାଇଦେଲେ ମାତ୍ର ୪ଲକ୍ଷ ହେଲେ ଡାକ୍ତର ଆଉ ଏଜେଣ୍ଟଙ୍କ  ପକେଟରେ ପଡିଲା ମୋଟା ଅଙ୍କ। 
 ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଏହି ଘଟଣାରେ ଟେଉଁ ଡାକ୍ତରମାନେ ସାମିଲ ଥିଲେ ସେମାନେ ଅନ୍ୟ ରାଜ୍ୟର  ନାମୀ ହସ୍ପିଟାଲର। ଏଠି ଆମେ ସେସବୁ ହସ୍ପିଟାଲର ରେପୁଟେସନକୁ ଦୃଷ୍ଟିରେ ରଖି ସେମାନଙ୍କ ନାଁ ଗୋପନ ରଖୁଛୁ କିନ୍ତୁ ଚିନ୍ତା କଲେ ଜୀବନ ଦେଉଥିବା ଡାକ୍ତର ଯଦି ଲୋଭରେ ପଡି ଜୀବନ ନେବା  ଭଳି କାମ କରେ ତାହେଲେ ଲୋକେ ଭରସା କରିବେ କାହାକୁ? 

 ଏ ଘଟଣାର ନୂଆ ନୁହେଁ କି ପ୍ରଥମ ନୁହେଁ ଏହା ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି। ସେଗୁଡିକ ଭିତରୁ ଏଭଳି ଏକ ଘଟଣା ଏଇ ତେଲେଙ୍ଗାନାରେ ହିଁ ଘଟିଥିଲା। ରବି ରାଜୁ ନାମକ ଜଣେ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସିକନ୍ଦରାବାଦ ସ୍ଥିତ ପଲୋମେ ହସ୍ପିଟାଲକୁ ଯାଇଥିଲେ। ତାଙ୍କର ହାର୍ନିଆ ସମସ୍ୟା ହୋଇଛି ବୋଲି କହିଥିଲେ ଡାକ୍ତର। ତାଙ୍କୁ ୨୦୦୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅପରେସନ୍ କରାଗଲା। ଡିସଚାର୍ଜ ହୋଇ ଘରକୁ ଯିବାର କିଛି ଦିନ ପରେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହେବାରୁ ସେ କୋଲକାତାର ଏକ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ଯାହା କହିଥିଲେ ତାଙ୍କ ହୋସ୍ ଉଡିଯାଇଥିଲା। ହାର୍ନିଆ ଅପରେସନ୍ ତ ହୋଇନଥିଲା ହେଲେ ତାଙ୍କ ଶରୀରରେ ଦୁଇଟାଯାକ କିଡନୀ ନଥିଲା। ପ୍ରକୃତରେ ତାହା ଠିକ ଥିଲା। ତଦନ୍ତ ପରେ ଜଣାପଡିଲା ରବିଙ୍କର ଦୁଇଟିଯାକ କିଡନୀ କାଢିନେଇଛନ୍ତି ଯାହା, ଲକ୍ଷଲକ୍ଷ ଟଙ୍କାରେ ବିକ୍ରି ହୋଇଛି।
ଏକାଧିକ ତଦନ୍ତରୁ ସ୍ପଷ୍ଟ ହୋଇଛି ଏଭଳି ଅର୍ଗନ୍ ତସ୍କରୀ ପାଇଁ ଏଜେଣ୍ଟମାନେ ସାଧାରଣତ! ଗରୀବ ଶ୍ରେଣୀ ଲୋକଙ୍କୁ ଟାର୍ଗେଟ କରନ୍ତି। ଏଥିପାଇଁ ସେମାନେ ବିଶେଷ ପରି ବସ୍ତି ଏରିଆକୁ ଆଖିପକାନ୍ତି। ଆଉ ସେମାନଙ୍କଠାରୁ କିଡନୀ କାଢିନେଇ ସେମାନଙ୍କୁ କିଛି ମାତ୍ର ଟଙ୍କା ଧରାଇଦେଇ ନିଜେ କୋଟିକୋଟି ଟଙ୍କା ପାଆନ୍ତି। ତେବେ ପ୍ରଶ୍ନ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଏଥିରେ ବ୍ରେକ ଲାଗିବ କେବେ? କେବେ ମିଳିବ ଏ ଏଜେଣ୍ଟ ଆଉ ଘୋର ଅପରାଧୀ କିଛି ଡାକ୍ତରଙ୍କୁ କଠୋର ଶାସ୍ତି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe