ନାଗସାପ ଦେଖାଇ କିଡନାପ୍ Photograph: (KanakNews )
କନକ ବ୍ୟୁରୋ: ନାଗସାପ ଦେଖାଇ କିଡନାପ୍ । ଏଭଳି ଖବର ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ନାଗସାପ ଦେଖାଇ ଅପହରଣ କରିଛନ୍ତି ଦୁର୍ବୃତ୍ତ। ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଦାବି କରିଛନ୍ତି। ଦିଲ୍ଲୀର ଏକ ଫାଇନାନ୍ସ୍ ସଂସ୍ଥାର୪ଜଣ କର୍ମଚାରୀଙ୍କୁ ନାଗସାପ ଦେଖାଇ ଗଞ୍ଜାମର ଗୋଳନ୍ଥରା ଅଞ୍ଚଳରୁ ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଅପହୃତଙ୍କୁ ଚିକିଟି ଗଡ଼ରେ ରଖି ନାଗସାପ ଦେଖାଇ ଡରାଇଥିଲେ ଅପହରଣକାରୀ । ୨ କୋଟି ଟଙ୍କା ନଦେଲେ ସାପଚୋଟରେ ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଅପହରଣକାରୀଙ୍କୁ ଅପହରଣ କରିଥିବା ଲୋକେ ମାଡ ମାରିଛନ୍ତି । ଅପହର୍ତ୍ତାଙ୍କ କବଳରୁ କୌଶଳକ୍ରମେ ଗତ ରାତିରେ ଜଣେ ଖସି ଆସିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି।
- କୁଆଡେ ଗଲେ ଅପହରଣକାରୀ?
- କାରଣ ଖୋଜୁଛି ପୁଲିସ
ଖବର ପାଇ ପୁଲିସ ୪ ଜଣଙ୍କୁ ଉଦ୍ଧାର କରିଛି । ଅପହରଣକାରୀ ଫେରାର ହୋଇଯାଇଛନ୍ତି । ପୁଲିସ ଦୁଇଜଣ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ଏକ ଆହତ ନାଗସାପକୁ ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା। ବନ ବିଭାଗ ନାଗସାପକୁ ଉଦ୍ଧାର କରି ଚିକିତ୍ସା କରୁଛି। ବେକ ଓ ତଳଭାଗରେ ଆଘାତ ଲାଗି ନିସ୍ତେଜ ଅବସ୍ଥାରେ ଥିବା ନାଗସାପକୁ ଧରି ଅଭିଯୁକ୍ତମାନେ ୪ ଜଣଙ୍କୁ ଡରାଉଥିଲେ । ଘଟଣାରେ ଚିକିଟି ଗଡ଼, ଚିକିଟି ପେଣ୍ଠ ଏବଂ ଵ୍ରହ୍ମପୁର ଅଞ୍ଚଳର କିଛି ଲୋକଙ୍କ ହାତ ଥିବା ପୁଲିସ କହିଛି।
ତେବେ ଅପହରଣ ପଛରେ କାରଣ କଣ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । କାହିଁକି ୪ ଜଣଙ୍କୁ ଅପହରଣ କରାଯାଇଥିଲା? ଅପହୃତଙ୍କ ମଧ୍ୟରେ ଫାଇନାନ୍ସ କର୍ମଚାରୀ ଥିବାରୁ ଋଣ ଦେଣନେଣ ନା ଟଙ୍କା ଲୋଭରେ ଅପହରଣ ? ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି? ବୋଲି ପ୍ରଶ୍ନ ଉଠିଛି । ଅପହରଣକାରୀ ମାନେ ଚିକିଟର ଯେଉଁଠି ଥିଲେ ସେଠାରୁ ବିପୁଳ ଗଞ୍ଜେଇ ଗଛ ଥିଲା । କିନ୍ତୁ ଆଜି ସକାଳୁ ଆଉ ଗଞ୍ଜେଇ ଗଛ ନାହିଁ । ଏହି ପାଖରେ ହିଁ ଅବକାରୀ ଥାନା, ଚିକିଟି ତହସିଲ , ଚିକିଟ ଏସଡିପିଙ୍କ ଅଫିସ ରହିଛି । ତେଣୁ ଘଟଣା ପଛରେ ଗଞ୍ଜେଇ ଚୋରା କାରବାର ସହ କିଛି ସମ୍ପୃକ୍ତି ଅଛି କି? ବୋଲି ଆଶଙ୍କା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/05/31/2025-05-31t055911608z-1001121283.png ) 
                                
                             Follow Us
 Follow Us/kanak/media/media_files/2025/01/27/2wETcqbowaMlclsRoHPj.jpg)