କନକବ୍ୟୁରୋ : ମାସ୍କ ପିନ୍ଧି ଆସିଲେ, ବଜାରରୁ ଯୁବତୀଙ୍କୁ ଅପହରଣ କରି ନେଲେ ୪ ଯୁବକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରର ଘଟିଛି ଏହି ଘଟଣା । ବଜାରରୁ ଅପହୃତ ହୋଇଥିବା ଯୁବତୀ ସୁଡ଼ସୁଡ଼ିଆ ଗାଁର ବୋଲି ଜଣାପଡିଛି ।   ଶୁକ୍ରବାର ରାତିରେ ବଜାରକୁ କିଛି କିଣିବାକୁ ଯୁବତୀ ଆସିଥିବା ବେଳେ  ୪ ଦୁର୍ବୃତ୍ତ ଅପହରଣ କରିଥିବା ଅଭିଯୋଗ ହୋଇଛି  । ବାପାମାଆ ବିରୋଧ କରିବାରୁ ଦେଲେ ହତ୍ୟା ଧମକ ଦେଇଥିଲେ ଦୁର୍ବୃତ୍ତ ।  ଏନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଛି। ହେଲେ ୩ ଦିନ ପରେ ବି ଅପହୃତ ଯୁବତୀ କିମ୍ୱା ଅପହରଣକାରୀଙ୍କ ଟେର ପାଉନି ପୁଲିସ୍   ।

Advertisment