କନକ ବ୍ୟୁରୋ : ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଚୂଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳରୁ ଏପରି ଖବର ସାମ୍ନାକୁ ଆସିଛି । ରାଧାନାଥପୁର ଗ୍ରାମର ସଦାନନ୍ଦ ମାଲିକଙ୍କ ୭ ବର୍ଷର ଝିଅ ସୁଭଦ୍ରାଙ୍କୁ କେହି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ସୁଭଦ୍ରା ଘର ଅଗଣାରେ ପାଠ ପଢ଼ୁଥିବା ବେଳେ କୁଆଡ଼େ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ଖୋଜାଖୋଜି କରି ବିଫଳ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି । କିଏ ଜଣେ ବାଇକରେ ଆସି ଅପହରଣ କରି ନେଇଥିବା ଆଶଙ୍କା କରି ସ୍ଥାନୀୟ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛି ।