kidnap Photograph: (kanakNews)
କନକ ବ୍ୟୁରୋ: ଅଙ୍କଲମାନେ ମୋ ପାଟି ଆଖି ବନ୍ଦ କରି ନେଇଗଲେ। ସେମାନେ ମୋତେ ବହୁତ ମାଡ ମାରିଲେ । ମୁଁ ପାଟି କରିବାରୁ ମୋ ପାଟିରେ ରୁମାଲ ବାନ୍ଧିଦେଲେ । ଏହାପରେ ମୋତେ କେତେଗୁଡେ ବାଟ ନେଇ ଅନ୍ଧାରରେ ଫିଙ୍ଗିଦେଲେ ଟ୍ଟ ଅପହରଣକାରୀଙ୍କ ପାଖରୁ ମୁକୁଳିଥିବା କୁନି ପୁଅର ଏହା ଥିଲା ଦେହସୁହା ସତ।
ଅପହୃତ ହୋଇଥିବା ପୁଅର ବାପାଙ୍କ କହିବା କଥା, ଅପହରଣ ପରେ ତାଙ୍କୁ କେହି କିଛି ଖବର ଦେଇନଥିଲେ । ସେମିତିରେ ତ ତାଙ୍କର କାହା ସହ କିଛି ଶତ୍ରୁତା ନଥିଲା । ମଧ୍ୟପ୍ରଦେଶ ଗ୍ବାଲିଅର ସହରର ଚିନି ବ୍ୟବସାୟୀ ରାହୁଲ ଗୁପ୍ତାଙ୍କର ୬ ବର୍ଷର ପୁଅ ଶିବାୟ ଗୁପ୍ତାଙ୍କୁ ଦୁଇ ବାଇକ ଆରୋହୀ ଗୁରୁବାର ଅପହରଣ କରିନେଇଥିଲେ । ସହରର ସିପି କଲୋନୀରୁ ଅପହରଣ କରିନେଇ ପଡୋଶୀ ମୁରୈନା ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲାଇଥିଲେ । ପୁଅ ଘରକୁ ଫେରିବାକୁ ଡେରି ହେବାରୁ ବ୍ୟସ୍ତ ହୋଇ ଶିବାୟର ବାପା ପୋଲିସରେ ରିପୋର୍ଟ କଲେ ଏବଂ ଉକ୍ତ ଥାନାରୁ ବିଭିନ୍ନ ଥାନାକୁ ଖବର କରିଦିଆଗଲା। ଏବଂ ସଙ୍ଗେସଙ୍ଗେ ବିଭିନ୍ନ ରୋଡ ଚେକିଂ ପଏଣ୍ଟରେ କଡାକଡି ଚେକିଂ କରାଗଲା। ୟା ଭିତରେ ଅପହରଣକାରୀ ଅଡୁଆରେ ପଡିଗଲେ। ଏବଂ ଆଉ କିଛି ବାଟ ନପାଇ ୮୦ କିଲୋମିଟର ଦୂର ମୁରୈନା ଜଇଲ୍ଲାର କାଜିବସଇ ଗାଁର ଏକ ଅନ୍ଧାରିଆ ବିଲରେ ଫିଙ୍ଗିଦେଇଥିଲେ। ସେତେବେଳକୁ ଏ ଖବର ଚାରିଆଡେ ବିଦ୍ୟୁତ ବେଗରେ ଖେଳିଯାଇଥାଏ।
ସ୍ଥାନୀୟ କଛି ଚାଷୀ ବିଳମ୍ବିତ ରାତିରେ ବିଲରେ କୁଟାରେ ନିଆଁ ଲଗାଇ ଫେରୁଥିବାବେଳେ ଅନ୍ଧାରେ ପିଲାର କାନ୍ଦ ଶୁଭିଥିଲା । ଯାଇ ଦେଖିବାବେଳକୁ ଶିବାୟ ଅନ୍ଧାରରେ ଛିଡା ହୋଇ କାନ୍ଦୁଥିଲା । ତୁରନ୍ତ ଶିବାୟକୁ ସରପଞ୍ଚଙ୍କ ପାଖକୁ ନେଇଯାଇଥିଲେ । ଏବଂ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ଯାଇ ଶିବାୟକୁ ଆଣିଥିଲା।
Follow Us