କନକ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଯୋଡି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଘରକୁ ଆସିଛି ଖୁସିର ଲହରୀ । ଏହି ଦମ୍ପତି ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ କିଆରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ମା' ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି ।
ଆଜି ଦମ୍ପତି ନିଜେସୋସିଆଲ ମିଡିଆରେ ଏହି ଖୁସି ଖବରକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି । ସେମାନେ ଇନଷ୍ଟାଗ୍ରାମରେ ଏକ ମିଳିତ ପୋଷ୍ଟରେ ଲେଖିଛନ୍ତି, "ଆମ ହୃଦୟ ପରିପୂର୍ଣ୍ଣ ଏବଂ ଆମ ଦୁନିଆ ସବୁଦିନ ପାଇଁ ବଦଳିଗଲା । ଆମେ ଏକ କନ୍ୟା ସନ୍ତାନ ପିତାମାତା ହୋଇଛ । କପୁଲଙ୍କ ପୋଷ୍ଟରେ ପ୍ରଶଂସକ ଏବଂ ବଲିଉଡ ତାରକାଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ଏବଂ କିଆରା ଫେବୃଆରୀ ୨୦୨୩ ରେ ରାଜସ୍ଥାନର ଜୈସଲମେରରେ ଏକ ସୁନ୍ଦର ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଚଳିତ ବର୍ଷ ଫେବୃଆରୀ ମାସରେ, ଏହି ଯୋଡି ସେମାନଙ୍କର ପ୍ରଥମ ସନ୍ତାନ ଆସିବାକୁ ଥିବା ଖବରକୁ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଘୋଷଣା କରିଥିଲେ, ଯେଉଁଥିରେ ସେମାନେ ଶିଶୁର ଜୋତା ଧରିଥିବାର ଦେଖାଯାଇଥିଲା ।