କେମିତି ଗୋଡ଼ାଇ ଗୋଡାଇ ଖଣ୍ଡାରେ ହାଣିଲେ, ଡେମୋ ଦେଖାଇଲେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣାର ଅଭିଯୁକ୍ତ

Advertisment

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଶେଖ ସାଜିଦଙ୍କୁ ହତ୍ୟା ମାମଲା । ଗିରଫ ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି ପୁଲିସ।

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଶେଖ ସାଜିଦଙ୍କୁ ହତ୍ୟା ମାମଲା । ଗିରଫ ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି ପୁଲିସ।

New Project (2)

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ଶେଖ ସାଜିଦଙ୍କୁ  ହତ୍ୟା ମାମଲା । ଗିରଫ ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି ପୁଲିସ। ମକୁନ୍ଦପ୍ରସାଦ ହତ୍ୟା ଘଟଣାରେରେ ମୁଖ୍ୟ ଅଭିଯୁକ୍ତ ଥିବା ତିନି ଜଣଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ରିମାଣ୍ଡର ପ୍ରଥମ ଦିନରେ ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ଆଣି ସିନ ରିକ୍ରିଏସନ କରିଛି ଶିଳ୍ପାଞ୍ଚଳ ଥାନା ପୋଲିସ ।

ପ୍ରଥମେ ସେମାନଙ୍କୁ ଗୋଶାଳାପଡିଆକୁ ନେଇଥିଲା । ଶେଖ ସାଜିଦଙ୍କୁ କେମିତି ହତ୍ୟା କରିବାକୁ ଯୋଜନା କରିଥିଲେ । ଫୋନ କରି ଶେଖ ସାଜିଦଙ୍କୁ କିଏ ଡାକିଥିଲା, କେଉଁଠିକୁ ଡାକିଥିଲେ । ଶେଖ ସାଜିଦ ଆସିବା ପରେ କେଉଁଠୁ ଗୋଡେଇ ଗୋଡେଇ ହତ୍ୟା କରିଥିଲେ ପୁଲିସ ଆଗରେ ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ପ୍ରଥମେ କିଏ ଖଣ୍ଡାରେ ଆକ୍ରମଣ କରିଥିଲା ।  କେତେ ଥର ଖଣ୍ଡା ଚୋଟ ପକାଇଥିଲେ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡାକୁ କେମିତି ଓ କେଉଁଠି ଲୁଚାଇଥିଲେ । ଗୋଟି ଗୋଟି କରି ସବ ଦୃଶ୍ୟର ଡେମୋ ଦେଖାଇଛନ୍ତି ତିନି ଅଭିଯୁକ୍ତ । ତେବେ ଅଭିଯୁକ୍ତ ଦେଖାଇଥିବା ଡେମୋର ସତ୍ୟତା ଜାଣିବାକୁ ପୁଲିସ ଗୋଶାଳାପଡ଼ିଆ ରାସ୍ତାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି । ଏଥିସହ ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ତାର ଖୋଳତାଡ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe