କନକ ବ୍ୟୁରୋ : ବଜାରରେ ଲାଗିଛି ୧୬୩ ଧାରା । ଗାଁକୁ କେହି ଆସିବାକୁ ମଙ୍ଗୁ ନାହାନ୍ତି । ୨ ଗାଁ ଭିତରେ ବିବାଦ ପାଇଁ ଅନେକ ଲୋକଙ୍କୁ ପୁଲିସ୍ ଗିରଫ କରିନେଇଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ଧାନ କାଟିବାକୁ କେହି ନାହାନ୍ତି । ନା ବାହାରୁ କିଏ ଆସୁଛି, ନା ୨ ଗାଁରେ କିଏ ପୁରୁଷ ଅଛନ୍ତି । ଫଳରେ ଜମିରେ ଧାନ ନଷ୍ଟ ହେବାକୁ ବସିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗାଁର ମହିଳା ।
ଖୋର୍ଦ୍ଧା ଜିଲ୍ଲା କୋଟପଲ୍ଲା- ଓସ୍ତପୁର ଗାଁ ବିବାଦ ଘଟଣା । ବଜାରର ନାମକରଣକୁ ନେଇ ଦୁଇ ଦୁଇ ଥର ଘଟିଲାଣି ତୁମୁଳ କାଣ୍ଡ । ଏବେ ବି ବଜାରରେ ୧୬୩ ଧାରା ବଳବତ୍ତର ରହିଛି, ସମାଧାନର ବାଟ ବାହାରିପାରୁନି । ଅନ୍ୟପଟେ ଆକ୍ସନମୁଡ୍ରେ ପୁଲିସ । ୨ ଗାଁର ୨୦ରୁ ଅଧିକ ଜଣଙ୍କୁ ଜେଲ୍ ପଠାଇଦେଇଛି । ଅନେକ ଗିରଫ ଭୟରେ ଗାଁକୁ ଆସୁନାହାନ୍ତି । ଫଳରେ ଜମିରେ ଚାଷ ଜମିରୁ ଫସଲ ଅମଳ ହୋଇପାରୁନାହିଁ । ଧାନ କାଟିବାକୁ କେହି ନାହାନ୍ତି ।
ଜେଲ ଭୟରେ ଗାଁରେ ପୁରୁଷ ଶୂନ୍ୟ । ଏପଟେ ଅଧାରୁ ଅଧିକ ମହିଳା ନିଜ ଚାଷ ଜମି ଚିହ୍ନିନାହାନ୍ତି । ବିବାଦ ପାଇଁ ଧାନ କାଟିବାକୁ ଶ୍ରମିକ ମଧ୍ୟ ମିଳୁନାହାନ୍ତି । ଯହି ମିଳୁଛନ୍ତି କଟକଣା ଯୋଗୁଁ ଗାଁକୁ ଆସିବାକୁ ଅମଙ୍ଗ ହେଉଛନ୍ତି । ଏପରି ପରିସ୍ଥିତିରେ ଧାନ କିପରି କାଟିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗାଁ ମହିଳା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଉଭୟ ଗାଁ ଲୋକଙ୍କ ମଙ୍ଗଳ ପାଇଁ ତୁରନ୍ତ ଏହି ବିବାଦର ଅନ୍ତ ହେବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/18/farmer-2025-11-18-18-33-44.jpg)