କନକ ବ୍ୟୁରୋ: କ୍ୟାବିନ ସହର ଭାବରେ ପରିଚିତ ଖୋର୍ଦ୍ଧା । ଏହି କ୍ୟାବିନ ପାଇଁ ଉପୁଜିଛି  ଟ୍ରାଫିକ ସମସ୍ୟା। ଜିଲା ଗଠନ ଠାରୁ ଅଦ୍ୟାବଧି କ୍ୟାବିନ ମୁକ୍ତର  ପ୍ରତିଶୃତି ମିଳୁଛି । ହେଲେ ସମାଧାନ ର ବାଟ ଫିଟୁ ନାହିଁ । ହେବେ ଏବେ କ୍ୟାବିନ ମୁକ୍ତ ହେବ ଖୋର୍ଦ୍ଧା ସହର । ଥଇଥାନ ହେବେ ଉଠାଦୋକାନୀ। ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟାର ହେବ ସମାଧାନ । ଏଥିପାଇଁ ପ୍ରୟାସ ଆରମ୍ଭ କରିଛି ପୌର ପ୍ରଶାସନ ।

Advertisment

ଖୋର୍ଦ୍ଧା । ଭୁବନେଶ୍ୱର ଅତି ନିକଟରେ ଥିବା ସହରରେ ଏବେ ବିପର୍ଯ୍ୟସ୍ତ ଟ୍ରାଫିକ ସେବା ମୁଖ୍ୟ ସମସ୍ୟା ପାଲଟିଛି । ଯୁଆଡେ ଦେଖିବ ମାଳ ମାଳ କ୍ୟାବିନ । ଏହା ଖାଲି ଟ୍ରାଫିକ ବ୍ୟବସ୍ଥା ସୃଷ୍ଟି କରୁନାହିଁ, ବରଂ ଦୁର୍ଘଟଣା ବି ଘଟୁଛି । ଏଭଳି ସ୍ଥିତିରେ ଲୋକେ ବି ନୟାନ୍ତ ହେଲେଣି । କିନ୍ତୁ ଏହି ସମସ୍ୟାରୁ ମୁକ୍ତି ପାଇଁ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ଚାଲିଛି ଜୋରସୋର ପ୍ରସ୍ତୁତି। ଟିଏଲସି ରୋଡ ରେ ନିର୍ମାଣ ଚାଲିଛି ୩ଟି ଭେଣ୍ଡିଂ ଯୋନ। ପ୍ରଥମ ପର୍ୟ୍ୟାୟ ରେ ୨୧୦ଟି ଘରର ନିର୍ମାଣ କରୁଛି ପୌର ପ୍ରଶାସନ। ଏଠାରେ ସେମାନଙ୍କୁ ଥାଇଥାନ କରାଯିବ । 

ନିର୍ବାଚନ ଆସିଲେ ଏହି କ୍ୟାବିନ ସହରର ସମାଧାନ ପାଇଁ ନିର୍ବାଚନ ପ୍ରସଙ୍ଗ ଉଠେ, ପ୍ରତିଶୃତି ବି ମିଳେ। ହେଲେ କାର୍ୟ୍ୟକାରୀ ହୁଏ ନାହିଁ । ଏବେ ଏହି ପ୍ରତିଶ୍ରୃତିକୁ ପାଳନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ନିକଟରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ସମସ୍ତ ବ୍ୟବସାୟୀଙ୍କ ସହ ଆଲୋଚନା ହୋଇଛି । ଥଇଥାନ ନେଇ ବେପାରୀ ସହମତି ପ୍ରଦାନ କରିଛନ୍ତି । କୌଣସି ମାଷ୍ଟରପ୍ଳାନ କରାନଯାଇ ତରବରିଆ ଭାବେ ଭେଣ୍ଡିଂ ଜୋନ୍ ଚାଲିଛି ବୋଲି ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ଲୋକେ । ତେବେ ପ୍ରଶାସନ ର ଏହି ଉଦ୍ୟମ କୁ କେତେ ମାନୁଛନ୍ତି ଉଠା ବ୍ୟବସାୟୀ। ଆଉ ଖୋର୍ଦ୍ଧା କ୍ୟାବିନ ସହର ମୁକ୍ତ ହେବ ହେବାର ପ୍ରଶାସନ ଉଦ୍ୟମ କେତେ ସଫଳ ହେବ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।