କନକ ବ୍ୟୁରୋ :  ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ମାତ୍ର ସଂସ୍କୃତ ବିଦ୍ୟାଳୟର ଗୃହକୁ ଭାଙ୍ଗିଦେଇଛି ପୌର ପ୍ରଶାସନ ।  ଚଂଚକତା କରି ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ୟ୍ୟାଳୟ ତିଆରି କରାଯାଇଥିବା ବେଳେ ଏବେ ସଂସ୍କୃତ ବିଦ୍ୟାଳୟକୁ ଭାଙ୍ଗିଦିଆଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ସଂସ୍କୃତ ଶିକ୍ଷାର ବିକାଶ ପାଇଁ ୧୯୧୨ରେ ଖୋର୍ଦ୍ଧାରେ ସଂସ୍କୃତ ଟୋଲ ଗଠନ ହୋଇଥିଲା। ପରବର୍ତୀ ସମୟରେ ଏହି ଟୋଲ ନାମ ପରିବର୍ତ୍ତନ ହୋଇ ୧୯୯୦ରେ ସଂସ୍କୃତ ବିଦ୍ୟାଳୟରେ ପରିଣତ ହୋଇଥିଲା। ଆଉ ଏହି ବିଦ୍ୟାଳୟ ଗଠନ ପଛରେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଶିକ୍ଷାବିତଙ୍କର ଉଦ୍ୟମ ରହିଥିଲା। ଆଉ ଏବେ ପୌର ପ୍ରଶାସନ ଘର ଭାଙ୍ଗିଦେଇଥିବା ବେଳେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment

ବିଦ୍ୟାଳୟ ନାମରେ ୦.୭୨୦ ଡିସିମିଲ ଜଗା ବି ରହିଛି। ଖଜଣା ବି ନେଉଛନ୍ତି ସରକାର । ତଥାପି ଏହି ଜମିରେ ଦୁଇ ତିନି ବର୍ଷ ତଳେ ନିର୍ମାଣ ହୋଇଛି ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ  । ଅନ୍ୟପଟେ ସଂସ୍କୃତ ବିଦ୍ୟାଳୟର ଦୁଇଟି ଘର ଖାଲି ପଡ଼ିଥିବାରୁ ସେଠାରେ ସଙ୍ଗୀତ ବିଦ୍ୟାଳୟ ଚାଲିଥିଲା । ପୌର ପ୍ରଶାସନ ଏହାର ଦାୟିତ୍ବ ନେଇଥିଲେ । ସେ ଘରକୁ ମଧ୍ୟ ବିନା ନୋଟିସରେ ପ୍ରଶାସନ ପକ୍ଷରୁ ଭାଙ୍ଗିଦିଆଯାଇଥିବା ଅଭିଯୋଗ ହୋଇଛି ।

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ ପଡିଥିବା ଏହି ଭଗ୍ନ ସ୍ତୁପ ଦିନେ ଥିଲା ସଂସ୍କୃତ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କର ମଣିଷ ଗଢ଼ା ମନ୍ଦିର। ଏହିଠାରୁ ଶିକ୍ଷା ଲାଭ କରି ଅନେକ ବ୍ୟକ୍ତି ପ୍ରତିଷ୍ଠା ଅର୍ଜନ କରିଛନ୍ତି। ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅନ୍ୟ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ାଉଛନ୍ତି। ତେବେ କହିଁକି ବିଦ୍ୟାଳୟଟି ଭାଙ୍ଗିଦିଆଯାଇଛି । ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ