କନକ ବ୍ୟୁରୋ: ପ୍ରଥମ ଖୋ ଖୋ ବିଶ୍ୱକପ୍ ଚାମ୍ପିୟନ ବନିଲା ଭାରତୀୟ ମହିଳା ଦଳ । ନେପାଳ ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ମହିଳା ଖୋଖୋ ଦଳ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରି ଗୌରବ ଆଣିଛନ୍ତି ।

Advertisment

ସବୁଠାରୁ ବଡ଼ କଥା ହେଲା. ୨୦୨୫ ଜାନୁଆରୀ ଠାରୁ ୨୦୨୭ ଡିସେମ୍ବର ବା ୩ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ସରକାର ଭାରତୀୟ ଜାତୀୟ ଖୋଖୋ ଦଳକୁ ସ୍ପନସର କରୁଛନ୍ତି । ଏଥିପାଇଁ ବର୍ଷକୁ ୫ କୋଟି ଏବଂ ସମୁଦାୟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ମହିଳା ଖୋଖୋ ଦଳ ବିଶ୍ୱ ଚାମ୍ପିୟନ ବନିବା ପରେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଟ୍ୱିଟ୍ କରି ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି, ଭାତୀୟ ମହିଳା ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନେ ବିଶ୍ୱ ମଞ୍ଚରେ ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି ଐତିହାସିକ ବିଜୟ ଦେଶର ଲକ୍ଷ ଲକ୍ଷ ଯୁବ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ  ।