ପଞ୍ଜୀକରଣରେ ଜଟିଳତା; ପଞ୍ଜୀକରଣ କରିପାରୁନାହାନ୍ତି ଅଧିକ ଚାଷୀ

Advertisment

ଖରିଫ ଧାନ ବିକ୍ରି ପାଇଁ  ଜୁଲାଇ ୧୯ରୁ ଆରମ୍ଭ ହେଲାଣି ଚାଷୀ ପଞ୍ଜୀକରଣ । କିନ୍ତୁ ଏଯାଏଁ ଯେତେ ଚାଷୀ ପଞ୍ଜୀକରଣ କରିବା କଥା ସେତିକି ହୋଇପାରିନି । ସେପଟେ ଭାଗ ଚାଷୀ ପଞ୍ଜୀକରଣର କଠୋର ନିୟମ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଖରିଫ ଧାନ ବିକ୍ରି ପାଇଁ  ଜୁଲାଇ ୧୯ରୁ ଆରମ୍ଭ ହେଲାଣି ଚାଷୀ ପଞ୍ଜୀକରଣ । କିନ୍ତୁ ଏଯାଏଁ ଯେତେ ଚାଷୀ ପଞ୍ଜୀକରଣ କରିବା କଥା ସେତିକି ହୋଇପାରିନି । ସେପଟେ ଭାଗ ଚାଷୀ ପଞ୍ଜୀକରଣର କଠୋର ନିୟମ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

farmer odisha

farmer odisha Photograph: (KANAK NEWS)

କନକ ବ୍ୟୁରୋ: ଖରିଫ ଧାନ ବିକ୍ରି ପାଇଁ  ଜୁଲାଇ ୧୯ରୁ ଆରମ୍ଭ ହେଲାଣି ଚାଷୀ ପଞ୍ଜୀକରଣ । କିନ୍ତୁ ଏଯାଏଁ ଯେତେ ଚାଷୀ ପଞ୍ଜୀକରଣ କରିବା କଥା ସେତିକି ହୋଇପାରିନି । ସେପଟେ ଭାଗ ଚାଷୀ ପଞ୍ଜୀକରଣର କଠୋର ନିୟମ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

  • ପଞ୍ଜୀକରଣରେ ଜଟିଳତା
  • ପଞ୍ଜୀକରଣ କରିପାରୁନାହାନ୍ତି ଅଧିକ ଚାଷୀ 

ରାୟଗଡ଼ା ଜିଲ୍ଲା ସମବାୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ଲ୍ୟାମ୍ପ୍ସ ନିର୍ଦ୍ଦେଶକମାନଙ୍କ ଜାରି କରାଯାଇଥିବା ଚିଠିରେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ସଂଖ୍ୟା କମ୍ ରହିଥିବା ସ୍ପଷ୍ଟ ଭାବରେ ଦର୍ଶାଯାଇଛି ।  ଗତବର୍ଷ ରାୟଗଡ଼ା, କୋଲନରା, କଲ୍ୟାଣସିଂହପୁର ତିନିଟି ଲ୍ୟାମ୍ପ୍ସରେ ୪,  ୩୮୮ ଚାଷୀ ପଞ୍ଜୀକରଣ କରିଥିଲେ । ଚଳିତବର୍ଷ ଗତ ୬ ତାରିଖ ସୁଦ୍ଧା ମାତ୍ର ୧୦୦୭ ଚାଷୀ ପଞ୍ଜୀକରଣ କରିଛନ୍ତି ।  ତେବେ ଏତେ କମ୍ ଚାଷୀ କାହିଁକି ପଞ୍ଜୀକରଣ କରିଛନ୍ତି ସେନେଇ ଜବାବ ମାଗିଛନ୍ତି । ଏବଂ ନିର୍ଧାରିତ ସମୟ ମଧ୍ୟରେ ଚାଷୀ ପଞ୍ଜୀକରଣ ଶେଷ ପାଇଁ ପଦକ୍ଷେପ ନେବାକୁ ଲ୍ୟାମ୍ପ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଶୁଣି ନିଅନ୍ତୁ କଣ କହୁଛନ୍ତି ରାୟଗଡାର ଚାଷୀ ।

କେବଳ ରାୟଗଡ଼ା ନୁହେଁ ସାରାରାଜ୍ୟରେ ସ୍ଥିତି ସମାନ । ପଞ୍ଜୀକରଣରେ ଜଟିଳ ନିୟମ ଯୋଗୁଁ ଚାଷୀ ଓ ଭାଗଚାଷୀ ସମସ୍ୟାରେ ପଡ଼ିଛନ୍ତି । ଗୋଟିଏ ଜମିର ପଟ୍ଟାରେ ଏକାଧିକ ନାଁ ରହିଥିବାରୁ ପଞ୍ଜୀକରଣ ପାଇଁ ସମସ୍ୟା ଉପଜୁଛି । ଯାହାକୁ ନେଇ ବରଗଡ ପଦ୍ମପୁର ଅଞ୍ଚଳର ଚାଷୀ ଓ ଭାଗଚାଷୀ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଦ୍ବନ୍ଦ୍ବ ବଢ଼ାଇଛି ସମବାୟ ମନ୍ତ୍ରୀଙ୍କ ବୟାନ ।

ଚାଷୀ ପଞ୍ଜୀକରଣ ପାଇଁ ସରକାର ନିୟମ ସରଳୀକରଣ କରିଥିବା କଥା କହୁଛନ୍ତି । ଭାଗଚାଷୀମାନେ ଜମି ମାଲିକଙ୍କଠାର ଲେଖା ଆଣି ପଞ୍ଜୀକରଣ କରିପାରିବେ ବୋଲି ନିୟମ ରହିଛି । କିନ୍ତୁ ଜମି ମାଲିକ ଭାଗଚାଷୀଙ୍କୁ ଲିଖିତ ଭାବରେ ଦେବାକୁ ରାଜି ହେଉନଥିବାରୁ ସମସ୍ୟା ଉପୁଜିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe